ଭାରତକୁ ନେଇ ଏପରି କହିଲେ ବିଦେଶୀ ପର୍ଯ୍ୟଟକ, ଆପଣ ଶୁଣିଲେ ପ୍ରଶଂସା ନ କରି ରହିପାରିବେନି
Advertisement
Article Detail0/zeeodisha/odisha1284903

ଭାରତକୁ ନେଇ ଏପରି କହିଲେ ବିଦେଶୀ ପର୍ଯ୍ୟଟକ, ଆପଣ ଶୁଣିଲେ ପ୍ରଶଂସା ନ କରି ରହିପାରିବେନି

ମେକ୍ସିକୋରୁ ୧୨ ଦିନିଆ ଭାରତ ଗସ୍ତରେ ଆସିଥିବା ଏହି ଦମ୍ପତିଙ୍କ ଆଇପ୍ୟାଡ ରବିବାର ଦିନ ନୂଆଦିଲ୍ଲୀ-ରାନୀ କମଳାପତି ଶତାବ୍ଦୀ ଏକ୍ସପ୍ରେସରେ ହଜିଯାଇଥିଲା।

ଭାରତକୁ ନେଇ ଏପରି କହିଲେ ବିଦେଶୀ ପର୍ଯ୍ୟଟକ, ଆପଣ ଶୁଣିଲେ ପ୍ରଶଂସା ନ କରି ରହିପାରିବେନି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭାରତକୁ (India) ସବୁବେଳେ ସବୁକ୍ଷେତ୍ରରେ ପ୍ରଶଂସା କରାଯାଇଛି। ସେ କୂଟନୈତିକ ସ୍ତର ହେଉ ଅବା ସାଧାରଣ କ୍ଷେତ୍ରରେ । କେବଳ ସେତିକି ନୁହେଁ, ମାନବିକତା (Humanity), ସୌନ୍ଦର୍ଯ୍ୟକୁ ନେଇ ସବୁବେଳେ ପ୍ରଶଂସା କରାଯାଇଛି।

ମେକ୍ସିକୋ ସିଟିରୁ (mexico city) ଭାରତ (India) ପରିଦର୍ଶନ କରିବାକୁ ଆସିଥିବା ଏକ ପରିବାର ଏଠାରେ ସଚ୍ଚୋଟତା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମେକ୍ସିକୋ ସିଟିର (Mexico City) ଅର୍ଥନୈତିକ ପରାମର୍ଶଦାତା (Economic Advisor) ଜୋଶ ମାନୁଏଲଙ୍କ (Joche Manuel) ପରିବାର କହିଛନ୍ତି ଯେ ସେମାନେ ଭାରତ ବିଷୟରେ ଶୁଣିଛନ୍ତି। ବର୍ତ୍ତମାନ ଏହା ମଧ୍ୟ ହୃଦୟଙ୍ଗମ ହୋଇଛି ଯେ ଏଠାରେ ନାଗରିକମାନେ ବହୁତ ସଚ୍ଚୋଟ ଅଟନ୍ତି।

ମେକ୍ସିକୋରୁ ୧୨ ଦିନିଆ ଭାରତ ଗସ୍ତରେ ଆସିଥିବା ଏହି ଦମ୍ପତିଙ୍କ ଆଇପ୍ୟାଡ ରବିବାର ଦିନ ନୂଆଦିଲ୍ଲୀ-ରାନୀ କମଳାପତି ଶତାବ୍ଦୀ ଏକ୍ସପ୍ରେସରେ ହଜିଯାଇଥିଲା। ସେମାନେ ଧୌଲାପୁରରୁ ଜାନସୀ ଅଭିମୁଖେ ଏକ ଟ୍ରେନରେ ଖଜୁରାହୋ ଅଭିମୁଖେ ଯାତ୍ରା କରୁଥିଲେ। ଝାନସିରେ ଓହ୍ଲାଇବା ସମୟରେ ମାନୁଏଲ ତାଙ୍କ ଆଇପ୍ୟାଡକୁ ଟ୍ରେନରେ ଛାଡି଼ ଯାଇଥିଲେ। କିନ୍ତୁ ସେମାନେ ଏହା ଜାଣି ନ ଥିଲେ। ରେଳବାଇରୁ ତାଙ୍କୁ କିଛି ଘଣ୍ଟା ପରେ ସୂଚନା ଦିଆଗଲା ଯେ ଟ୍ରେନରେ ତାଙ୍କର ଆଇପ୍ୟାଡ୍ ହଜିଯାଇଛି ଏବଂ ତାଙ୍କୁ ଶୀଘ୍ର ସୁରକ୍ଷିତ ଭାବେ ଫେରାଇ ଦିଆଯିବ। ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ମାନୁଏଲ ସେବା ପାଇଁ ରେଳବାଇକୁ ଧନ୍ୟବାଦ ଜଣାଇଥିଲେ।

ଏନେଇ ଶତାବ୍ଦୀର ଟିଟିଇ ରମେଶ ଚନ୍ଦ୍ର ଜୈନ କହିଥିଲେ କି ମେକ୍ସିକୋର ଅର୍ଥନୈତିକ ପରାମର୍ଶଦାତା ଜୋଶେ ମାନୁଏଲ, ପତ୍ନୀ ଏଲିଦା କରୀନା, ପୁଅ ଏମିଲିଓ ଏବଂ ଝିଅ ରେନେଟାଙ୍କ ସହ ଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରା କରି ସେମାନେ ରବିବାର ସକାଳ ୧୧ଟାରେ ଝାନସୀ ଷ୍ଟେସନରେ ଓହ୍ଲାଇ ଖଜୁରାହୋ ଅଭିମୁଖେ ଯାତ୍ରା କରିଥିଲେ। ଏହି ସମୟରେ, ତାଙ୍କ ଆଇପ୍ୟାଡ୍ କୋଚ୍ ଇ-୧ର ୪୮ ନମ୍ବର ବର୍ଥରେ ରହିଯାଇଥିଲା। ଯେତେବେଳେ ଟ୍ରେନ୍ ରାଣୀ କମଲାପତୀ ଷ୍ଟେସନରେ ପହଞ୍ଚିଥିଲା, ସେତେବେଳେ ଟିକଟ ନୀରିକ୍ଷକ ରମେଶଙ୍କୁ ଆଇପ୍ୟାଡ଼ଟି ମିଳିଥିଲା। ସେ ଏହି ଆଇପ୍ୟାଡ଼କୁ ନେଇ ଷ୍ଟେସନ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ ଏହି ଆଇପ୍ୟାଡ଼ର ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଆରପିଏଫକୁ ହସ୍ତାନ୍ତର କରିଥିଲେ ଷ୍ଟେସନ କର୍ତ୍ତୃପକ୍ଷ। 

ଏହା ପରେ ତାଙ୍କ ଆଇପ୍ୟାଡ଼କୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପିଏନଆର ନମ୍ବର ମାଧ୍ୟମରେ ଦିଲ୍ଲୀର ଟ୍ରାଭେଲ ଏଜେନ୍ସିର ପରିଚାଳନା ନିର୍ଦ୍ଦେଶକ ତାପଶ ବାନାର୍ଜୀଙ୍କ ନିକଟରେ ପୋଲିସ ପହଞ୍ଚିଥିଲେ। ସେମାନଙ୍କଠାରୁ ପର୍ଯ୍ୟଟକଙ୍କ ବିଷୟରେ ସୂଚନା ପାଇବା ପରେ ଆଇପ୍ୟାଡକୁ ସେହି ଟ୍ରେନ ଯୋଗେ ଝାନସୀକୁ ପଠାଯାଇଥିଲା। ଯେଉଁଠାରେ ଖଜୁରାହୋରେ ଥିବା ପର୍ଯ୍ୟଟକମାନଙ୍କୁ ରବିବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ଟ୍ରାଭେଲ ଏଜେନ୍ସିର ଜଣେ କର୍ମଚାରୀ ମାଧ୍ୟମରେ ସେମାନଙ୍କ ଆଇପ୍ୟାଡ ହସ୍ତାନ୍ତର କରାଯାଇଥିଲା।

ଯେତେବେଳେ ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ଜୋଶ ମାନୁଏଲଙ୍କ ପୁଅ ଏମିଲିଓଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ, ସେତେବେଳେ ସେ କହିଥିଲେ ଯେ ସେ ଭାରତ ବିଷୟରେ ଶୁଣିଛନ୍ତି। ବର୍ତ୍ତମାନ ଏହା ମଧ୍ୟ ହୃଦୟଙ୍ଗମ ହୋଇଛି ଯେ ଏଠାରେ ନାଗରିକମାନେ ବହୁତ ସଚ୍ଚୋଟ ଅଟନ୍ତି। ଆମେ ଜାଣି ନଥିଲୁ ଯେ ଆମର ଆଇପ୍ୟାଡ୍ କୌଣସି ସ୍ଥାନରେ ଛାଡି ଦିଆଯାଇଛି। ରେଳବାଇ ଏବଂ ରେଳ କର୍ମଚାରୀମାନେ ଆମର ହୃଦୟ ଜିତିଛନ୍ତି। ଏହି ସଚ୍ଚୋଟତାକୁ ଆମେ କେବେବି ଭୁଲି ପାରିବୁ ନାହିଁ। ସୋମବାର ବିଳମ୍ବିତ ରାତିରେ ଟ୍ୱିଟରରେ ରେଳମନ୍ତ୍ରୀ ତଥା ଆରପିଏଫ କନଷ୍ଟେବଳଙ୍କୁ ଏମିଲିଓ ଧନ୍ୟବାଦ ଜଣାଇଛନ୍ତି।