Solar Eclipse 2023: ସୂର୍ଯ୍ୟପରାଗ ବଦଳାଇବାକୁ ଯାଉଛି ଏହି ୫ ରାଶିର ଲୋକଙ୍କ ଭାଗ୍ୟ, ୧୪ ଅକ୍ଟୋବରରୁ ଆରମ୍ଭ ହେବ ଭଲ ଦିନ
Advertisement

Solar Eclipse 2023: ସୂର୍ଯ୍ୟପରାଗ ବଦଳାଇବାକୁ ଯାଉଛି ଏହି ୫ ରାଶିର ଲୋକଙ୍କ ଭାଗ୍ୟ, ୧୪ ଅକ୍ଟୋବରରୁ ଆରମ୍ଭ ହେବ ଭଲ ଦିନ

Solar Eclipse 2023: ସୂର୍ଯ୍ୟପରାଗ ପରେ ୫ଟି ରାଶି ଲାକଙ୍କ ଜୀବନରେ ପରିବର୍ତ୍ତନ ଆସିବ । ତେଣୁ ଆସନ୍ତୁ ସେହି ରାଶି ବିଷୟରେ ବିସ୍ତୃତ ଭାବରେ ଜାଣିବା ।

 

Solar Eclipse 2023 (ଫଟୋ ସୌ: ସୋସିଆଲ ମିଡିଆ)

Solar Eclipse 2023: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ନବରାତ୍ରୀ ୧୫ ଅକ୍ଟୋବର ୨୦୨୩ ରୁ ଆରମ୍ଭ ହେଉଛି । ଏହା ସହିତ, ନାବରାତ୍ରୀର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୪ ଅକ୍ଟୋବର ୨୦୨୩ ରେ ପିତୃ ପକ୍ଷ ଶେଷ ହେବ । ଏହି ଦିନଟି ମଧ୍ୟ ବର୍ଷର ଶନି ଅମାବାସ୍ୟା । ଜ୍ୟୋତିଷଙ୍କ କହିବାନୁସାରେ, ପିତୃ ଆମାବାସ୍ୟାରେ ମଧ୍ୟ ସୂର୍ଯ୍ୟପରାଗ ହେବାର ସମ୍ଭାବନା ଅଛି । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଗୁଡିକ ସୂର୍ଯ୍ୟପରାଗ ଦ୍ୱାରା ପ୍ରଭାବିତ ହେବାକୁ ଯାଉଛି । ଏହା ସହିତ, ସୂର୍ଯ୍ୟପରାଗ ସମୟରେ କେଉଁ ବିଷୟଗୁଡ଼ିକୁ ଧ୍ୟାନରେ ଦେବା ଗୁରୁତ୍ୱପୂର୍ଣ୍ଣ?

ଏହି ୫ଟି ରାଶି ଉପରେ ପକାଇବ ପ୍ରଭାବ

ମିଥୁନ
ମିଥୁନ ରାଶିର ଲୋକଙ୍କ ପାଇଁ ଶନି ଅମାବାସ୍ୟାରେ ହେବାକୁଥିବା ସୂର୍ଯ୍ୟପରାଗ ଅତ୍ୟନ୍ତ ଶୁଭ ହେବ । ଏହା ବ୍ୟକ୍ତିଙ୍କ ପାଇଁ ଧନ, ସମୃଦ୍ଧତା ଓ କାର୍ଯ୍ୟରେ ଅଭିବୃଦ୍ଧି ଆଣିବାକୁ ଯାଉଛି । ୧୪ ଅକ୍ଟୋବର ପରେ, ଏହି ରାଶିର ବ୍ୟକ୍ତିଙ୍କ ବ୍ୟବସାୟ ମଧ୍ୟ ଅଗ୍ରଗତି କରିପାରେ ।

ଧନୁ ରାଶି
ସୂର୍ଯ୍ୟପରାଗ ଧନୁ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ହେବାକୁ ଯାଉଛି । ଏହି ରାଶିର ଲୋକ ନିଜ କ୍ୟାରିୟରରେ ଉନ୍ନତି ଦେଖିପାରନ୍ତି । କାର୍ଯ୍ୟରେ ଅଗ୍ରଗତି ପାଇଁ ନୂତନ ସୁଯୋଗ ମିଳିବ ।

ମକର ରାଶି
ବର୍ଷର ଶେଷ ସୂର୍ଯ୍ୟପରାଗ ମକର ରାଶିର ଲୋକଙ୍କ ପାଇଁ ଆର୍ଥିକ ଲାଭ ଆଣିବାକୁ ଯାଉଛି । ନିବେଶ କରିଥିବା ଅର୍ଥ ଦ୍ୱିଗୁଣିତ ହୋଇପାରେ । ସମାଜରେ ସାମାଜିକ କାର୍ଯ୍ୟ କରୁଥିବା ଲୋକଙ୍କ ମାନ ଓ ସମ୍ମାନରେ ବୃଦ୍ଧି ହୋଇପାରେ ।

କର୍କଟ ରାଶି
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବର୍ଷର ଶେଷ ସୂର୍ଯ୍ୟପରାଗ କର୍କଟ ରାଶିର ଲୋକଙ୍କ ପାଇଁ ବହୁତ ଭଲ ହେବ । ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ସେମାନଙ୍କର ବ୍ୟବସାୟରେ ଆଶ୍ଚର୍ଯ୍ୟଜନକ ଲାଭ ପାଇପାରିବେ । ଏହି ଲୋକମାନେ ମାନସିକ ଚାପରୁ ମୁକ୍ତି ପାଇବେ ।

ବିଛା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବିଛା ରାଶିର ଲୋକମାନଙ୍କ ପାଇଁ ସୂର୍ଯ୍ୟପରାଗ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଏହି ରାଶିର ଲୋକମାନେ ନିଜ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇପାରନ୍ତି । ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ନିଜ ପରିବାର ସଦସ୍ୟଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇପାରନ୍ତି ।