Egg Benefits: ଅଣ୍ଡା ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ, ଶରୀର ପାଇଁ ହୋଇଥାଏ ବହୁତ କ୍ଷତିକାରକ
Advertisement

Egg Benefits: ଅଣ୍ଡା ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ, ଶରୀର ପାଇଁ ହୋଇଥାଏ ବହୁତ କ୍ଷତିକାରକ

Egg Benefits: ନ୍ୟୁଟ୍ରିଶନର ପାୱାର ହାଉସ୍ ଅଣ୍ଡା ଜଳଖିଆରେ ଖିଆଯାଉଥିବା ଖାଦ୍ୟ ମଧ୍ୟରେ ସବୁଠାରୁ ଭଲ ଜିନିଷ । ଅଣ୍ଡାକୁ ସିଝେଇ ଖାଇବା ସହ ଏହାକୁ ଅମଲେଣ୍ଟ ମଧ୍ୟ କରି ଖାଇହେବ । କିନ୍ତୁ ଅଣ୍ଡା ସହ କିଛି ଏପରି ଜିନିଷ ଖାଇବା ଉଚିତ ନୁହେଁ, ଯାହା ଶରୀରରକୁ ବହୁତ କ୍ଷତି ପହଞ୍ଚାଇବ । ଆସନ୍ତୁ ଜାଣିବା କେଉଁ ଜିନିଷ ସହ ଅଣ୍ଡା ଖାଇବା ଉଚିତ ନୁହେଁ....

Egg Benefits: ଅଣ୍ଡା ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ, ଶରୀର ପାଇଁ ହୋଇଥାଏ ବହୁତ କ୍ଷତିକାରକ

Egg Benefits: ଅଣ୍ଡା (Egg) ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ପ୍ରୋଟିନ (Protein) ରେ ଭରପୂର ଅଣ୍ଡା ନା କେବଳ ଆମର ମାଂସପେଶୀକୁ ମଜଭୁତ କରିଥାଏ, ବରଂ ହୃଦୟ ସଞ୍ଚାଳନକୁ ମଧ୍ୟ ସାହାଯ୍ୟ କରିଥାଏ । ନ୍ୟୁଟ୍ରିଶନର ପାୱାର ହାଉସ୍ ଅଣ୍ଡା ଜଳଖିଆରେ ଖିଆଯାଉଥିବା ଖାଦ୍ୟ ମଧ୍ୟରେ ସବୁଠାରୁ ଭଲ ଜିନିଷ । ଅଣ୍ଡାକୁ ସିଝେଇ ଖାଇବା ସହ ଏହାକୁ ଅମଲେଣ୍ଟ ମଧ୍ୟ କରି ଖାଇହେବ । କିନ୍ତୁ ଅଣ୍ଡା ସହ କିଛି ଏପରି ଜିନିଷ ଖାଇବା ଉଚିତ ନୁହେଁ, ଯାହା ଶରୀରରକୁ ବହୁତ କ୍ଷତି ପହଞ୍ଚାଇବ । ଆସନ୍ତୁ ଜାଣିବା କେଉଁ ଜିନିଷ ସହ ଅଣ୍ଡା ଖାଇବା ଉଚିତ ନୁହେଁ....

୧. ଭୋଜା ମାଂସ ଓ ଅଣ୍ଡା (Meat and Egg)

ଅନେକ ଲୋକ ଅଣ୍ଡା ସହ ବାକେନ ବା ଭୋଜା ମାଂସର ମିଶ୍ରଣକୁ ଖାଆନ୍ତି । କାରଣ ଏଥିରୁ ପ୍ରୋଟିନ ପ୍ରଚୁର ପରିମାଣରେ ମିଳିଥାଏ । ଏହାସହ ଫ୍ୟାଟ୍ ମଧ୍ୟ ରହିଥାଏ । ଏହାର ମିଶ୍ରଣ ଆପଣଙ୍କ ଅଳସୁଆ କରିପାରେ । ଅଣ୍ଡା ଇନଷ୍ଟେଣ୍ଟ ଏନେର୍ଜି ଦେଇଥାଏ, କିନ୍ତୁ ବାକେନ ସହ ଖାଇବା ଦ୍ୱାରା ଆପଣଙ୍କୁ ଅଳସୁଆ କରିପାରେ ।

୨. ଚିନି ଓ ଅଣ୍ଡା (Sugar and Egg)

ଯଦି ଆପଣ ଅଣ୍ଡା ସହ ଚିନି ବ୍ୟବହାର କରିବା କଥା ଚିନ୍ତା କରୁଛନ୍ତି ତେବେ ଏହାର ସାଇଡ୍ ଇଫେକ୍ଟସ୍ ବିଷୟରେ ମଧ୍ୟ ଜାଣି ନିଅନ୍ତୁ । ଏହି ଦୁଇଟି ଜିନିଷର ମିଶ୍ରଣରୁ ବାହାରୁ ଥିବା ଅମିନୋ ଏସିଡ୍ ପରେ ଶରୀରର ପାଇଁ ଟକ୍ସିକରେ ପରିଣତ ହୁଏ । ଯାହା ରକ୍ତରେ କ୍ଲାଟ୍ ସମସ୍ୟା ବଢ଼ାଇ ଦେଇଥାଏ ।

୩. ସୋୟା ମିଲ୍କ ଓ ଅଣ୍ଡା (Soybean Milk and Egg)

ଜିମ୍ ଯାଉଥିବା ଅନେକ ଲୋକ ଅଣ୍ଡା ସହ ସୋୟା ମିଲ୍କର ସେବନ କରନ୍ତି । କ'ଣ ଆପଣ ଜାଣନ୍ତି କି ସୋୟା ମିଲ୍କ ସହ ଅଣ୍ଡା ଖାଇବା ଦ୍ୱାରା ଆମ ଶରୀରରେ ପ୍ରୋଟିନର ଅବଶୋଷଣ ପ୍ରକ୍ରିୟା ବାଧିତ ହୋଇଥାଏ ।

୪. ଚା' ଓ ଅଣ୍ଡା (Tea and Egg)

ଦୁନିଆର ଅନେକ ସ୍ଥାନରେ ଚା' ସହ ଅଣ୍ଡା ଖାଇବାର ପ୍ରଚଳନ ରହିଛି । ଆପଣ ହୁଏତ ଜାଣି ନଥିବେ ଯେ ଏହି ଦୁଇଟିର ମିଶ୍ରଣ କୋଷ୍ଠକାଠିନ୍ୟର ସମସ୍ୟା ସୃଷ୍ଟି କରିଥାଏ । ଯାହା ଆଗକୁ ଯାଇ ସ୍ୱାସ୍ଥ୍ୟକୁ ଆହୁରି କ୍ଷତି ପହଞ୍ଚାଇଥାଏ । 

ଏହା ବି ପଢ଼ନ୍ତୁ:-ଭାରତରେ ପୁଣି ଆସିବ କୋରୋନାର ଖତରନାକ୍ ଲହର! ଚୀନର ଏହି ନୂତନ ଭାରିଆଣ୍ଟ ବଢ଼ାଇଲା ଚିନ୍ତା

ଅଧିକ ପଢ଼ନ୍ତୁ:-ନବୀନ-ଯୋଗୀ-କେଜ୍ରିୱାଲ-ନୀତିଶ କେତେ ସମ୍ପତ୍ତିର ମାଲିକ, ଜାଣନ୍ତୁ କିଏ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ

୫. ଅଣ୍ଡା ଓ ଏସବୁ ଜିନିଷ

ଏପରି ଅନେକ ଜିନିଷ ରହିଛି ଯାହା ସହ ଆପଣଙ୍କୁ ଅଣ୍ଡା ଖାଇବା ଉଚିତ ନୁହେଁ । ଯେପରି ତରଭୁଜ ସହ କେବେବି ଅଣ୍ଡା ଖାଆନ୍ତୁ ନାହିଁ । ଏହା ବ୍ୟତୀତ ବିନ୍ସ, କ୍ଷୀର ବା ଏହା ସମ୍ୱନ୍ଧିତ ଜିନିଷ ସହ ଅଣ୍ଡା ଖାଆନ୍ତୁ ନାହିଁ । ନଚେତ୍ ଆପଣଙ୍କ ଶରୀରର ଉପରେ ଖରାପ ପ୍ରଭାବ ପକାଇପାରେ ।