ରାତିରେ କ୍ଷୀର ସହିତ ଖାଆନ୍ତୁ କେବଳ ୨ଟି ଅଳେଇଚ, ତା’ପରେ ଦେଖନ୍ତୁ ଚମତ୍କାର!
Advertisement

ରାତିରେ କ୍ଷୀର ସହିତ ଖାଆନ୍ତୁ କେବଳ ୨ଟି ଅଳେଇଚ, ତା’ପରେ ଦେଖନ୍ତୁ ଚମତ୍କାର!

ଅଳେଇଚ (cardamom) ଦେଖିବାକୁ ବହୁତ ଛୋଟ ହୋଇଥାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ, ତାହା ବୋଧହୁଏ ସମସ୍ତେ ଜାଣନ୍ତି ନାହିଁ । ଅଳେଇଚ ହେଉଛି ଆମର ଉତ୍ତମ ସ୍ୱାସ୍ଥ୍ୟର ଭଣ୍ଡାର । ଏହା ମାଉଥ ଫ୍ରେଶନର ପାଇଁ ମଧ୍ୟ ବ୍ୟବହୃତ ହୁଏ । ଅଧିକାଂଶ ଲୋକ ଅଳେଇଚକୁ ଏକ ସ୍ୱାଦିଷ୍ଟ ମସଲା ଭାବରେ ବ୍ୟବହାର କରନ୍ତି ଏବଂ ଏହାର ଔଷଧୀୟ ଗୁଣ ବି

ରାତିରେ କ୍ଷୀର ସହିତ ଖାଆନ୍ତୁ କେବଳ ୨ଟି ଅଳେଇଚ, ତା’ପରେ ଦେଖନ୍ତୁ ଚମତ୍କାର!

ନୂଆଦିଲ୍ଲୀ: ଅଳେଇଚ (cardamom) ଦେଖିବାକୁ ବହୁତ ଛୋଟ ହୋଇଥାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ, ତାହା ବୋଧହୁଏ ସମସ୍ତେ ଜାଣନ୍ତି ନାହିଁ । ଅଳେଇଚ ହେଉଛି ଆମର ଉତ୍ତମ ସ୍ୱାସ୍ଥ୍ୟର ଭଣ୍ଡାର । ଏହା ମାଉଥ ଫ୍ରେଶନର ପାଇଁ ମଧ୍ୟ ବ୍ୟବହୃତ ହୁଏ । ଅଧିକାଂଶ ଲୋକ ଅଳେଇଚକୁ ଏକ ସ୍ୱାଦିଷ୍ଟ ମସଲା ଭାବରେ ବ୍ୟବହାର କରନ୍ତି ଏବଂ ଏହାର ଔଷଧୀୟ ଗୁଣ ବିଷୟରେ ଅଜଣା ରହନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଅଳେଇଚ ଖାଇବାର ଉପକାର ବିଷୟରେ ବିସ୍ତୃତ ଭାବରେ କହିବୁ ।

ନପୁଂସକତା ସମସ୍ୟା ମଧ୍ୟ ଦୂର ହୁଏ 

ବାସ୍ତବରେ, ଅଳେଇଚ ଏପରି ଟନିକର କାମ କରିଥାଏ ଯାହା କାମୋତ୍ତେଜନାକୁ ବଢାଇଥାଏ । ଅଳେଇଚ ଶରୀରକୁ ଶକ୍ତି ପ୍ରଦାନ କରିବା ସହିତ ପୁରୁଷଙ୍କ ନପୁଂସକତା ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାକୁ ଖାଇବା ପାଇଁ କ୍ଷୀରରେ ଇଲାଇଚି ପକାଇ ଫୁଟାନ୍ତୁ, ସଠିକ୍ ଫୁଟିବା ପରେ ଏଥିରେ କିଛି ମହୁ ମିଶାନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ସମୟରେ ଏହାକୁ ଖାଆନ୍ତୁ ।

ପାଟି ଦୁର୍ଗନ୍ଧ ଶେଷ କରେ 

ଅଳେଇଚ କେବଳ ଯୌନ କ୍ଷମତା ପାଇଁ ଲଭାଦାୟକ ହୋଇଥାଏ ବରଂ ଅନେକ ଲାଭ ମଧ୍ୟ ପ୍ରଦାନ କରିଥାଏ । ସମସ୍ତେ ଜାଣନ୍ତି ଯେ ଅଳେଇଚ ପାଟିର ଗନ୍ଧକୁ ଦୂରେ କରିଥାଏ । ଯଦି ଆପଣଙ୍କ ପାଟିରୁ ଖରାପ ଗନ୍ଧ ବାହାରୁଛି, ଏପରି ପରିସ୍ଥିତିରେ ଖାଦ୍ୟ ଖାଇବା ପରେ ଆପଣ ଅଳେଇଚ ଖାଇବା ଆରମ୍ଭ କରନ୍ତୁ । କିମ୍ବା ସକାଳେ ଉଠି ଏକ କପ୍ ଅଳେଇଚ ଚା' ପିଅନ୍ତୁ ବା ଫୁଟାଯାଇଥିବା ଅଳେଇଚ ପାଣି ପିଅନ୍ତୁ ।

ଥଣ୍ଡାରେ ଆରାମ ପ୍ରଦାନ କରେ

ଆୟୁର୍ବେଦରେ ଅଳେଇଚକୁ ଗରମ ପ୍ରଭାବ ବୋଲି ମନେ କରାଯାଇଛି । ଯାହା ଶରୀରକୁ ଭିତରୁ ଗରମ କରିଥାଏ । ଏହା ବଲଗମ୍ ଓ କଫ୍ ବାହାର କରି ଛାତିର ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ଶ୍ୱାସକ୍ରିୟା ସମସ୍ୟାକୁ ହ୍ରାସ କରେ ଯେପରିକି ଅସ୍ଥାମା, ଥଣ୍ଡା ଇତ୍ୟାଦି ରୋଗରେ କମି ଆସିଥାଏ ।

ଏହା ବି ପଢ଼ନ୍ତୁ:-'...ଏହା ଭଗବାନଙ୍କ ଇଚ୍ଛା' ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମା' ଏହା କହି ଝିଅ ପାଇଁ ଛାଡ଼ିଲେ YSR କଂଗ୍ରେସ

ଏହା ବି ପଢ଼ନ୍ତୁ:-ଫସିଲେ ଦିଦି!

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ଖାତାକୁ ଆସିବ ୧.୫୦ ଲକ୍ଷ ଟଙ୍କା! ମିଳିବ ୧୮ ମାସର DA ବକେୟା ରାଶି

ଗଳା ଯନ୍ତ୍ରଣା ଦୂର ହେବ 

ଯଦି ଆପଣଙ୍କର ଗଳାରେ ସମସ୍ୟା କିମ୍ୱା ଯନ୍ତ୍ରଣା ହେଉଛି, ତେବେ ସକାଳେ ଉଠିବା ସମୟରେ ଓ ରାତିରେ ଶୋଇବ ସମୟରେ ଅଳେଇଚକୁ ଚୋବାଇ ଚୋବାଇ ଖାଆନ୍ତୁ ଓ ଗରମ ପାଣି ପିଅନ୍ତୁ । ଏଥିରୁ ଗଳା ଯନ୍ତ୍ରଣା ଜନିତ ସମସ୍ୟାରୁ ଆରାମ ମିଳିବ ।