ସଜନା ଛୁଇଁ ଏବଂ ସଜନା ପତ୍ରର ଚମତ୍କାରିତା ଜାଣିଲେ ହେବେ ଆଶ୍ଚର୍ଯ୍ୟ, ମଧୁମେହ ଏବଂ ଅନେକ ସମସ୍ୟାରୁ ପାଆନ୍ତୁ ମୁକ୍ତି
Advertisement
Article Detail0/zeeodisha/odisha1403320

ସଜନା ଛୁଇଁ ଏବଂ ସଜନା ପତ୍ରର ଚମତ୍କାରିତା ଜାଣିଲେ ହେବେ ଆଶ୍ଚର୍ଯ୍ୟ, ମଧୁମେହ ଏବଂ ଅନେକ ସମସ୍ୟାରୁ ପାଆନ୍ତୁ ମୁକ୍ତି

ସଜନା ଛୁଇଁ ଏପରି ଏକ ଗଛ  ଯାହାର ପ୍ରତ୍ୟେକ ଅଂଶ ଆୟୁର୍ବେଦିକ ଔଷଧ ଭାବରେ ବ୍ୟବହୃତ ହୋଇଥାଏ । ମଧୁମେହ ପରି ଅନେକ ସମସ୍ୟାରୁ ଆପଣଙ୍କୁ ଦିଏ ଆରାମ । 

ସଜନା ଛୁଇଁ ଏବଂ ସଜନା ପତ୍ରର ଚମତ୍କାରିତା ଜାଣିଲେ ହେବେ ଆଶ୍ଚର୍ଯ୍ୟ, ମଧୁମେହ ଏବଂ ଅନେକ ସମସ୍ୟାରୁ ପାଆନ୍ତୁ ମୁକ୍ତି

ସମଗ୍ର ବିଶ୍ବରେ ବର୍ତ୍ତମାନ ମଧୁମେହ ଏକ ଚିନ୍ତାର ବିଷୟ । ଏହା ସହ ମେଦବହୁଳତା ,ଉଚ୍ଚରକ୍ତଚାପ, ମାନସିକ ଚାପଗ୍ରସ୍ତ ଆମର ଅନିୟମିତ ଜୀବନଶୈଳୀ ଯୋଗୁଁ ଦେଖାଯାଇଥାଏ । ଏହି କାରଣରୁ ଧିରେ ଧିରେ ଏହା ମାନସିକ ରୋଗର ରୂପ ନେଇପାରେ । ଯଦି ଆପଣ କିମ୍ବା ଆପଣଙ୍କ ଘରର ସଦସ୍ୟ ଏହି ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହାକୁ ଖାଇବା ଆପଣଙ୍କୁ ଲାଭ ଦେଇଥାଏ । ସଜନା ପତ୍ର ବ୍ୟବହାର ଦ୍ବାରା ବହୁ ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ । 

ସଜନା ପତ୍ରର ଲାଭ-
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସଜନା ପତ୍ରକୁ ଫୁଟାଇ ପିଇବା ଦ୍ବାରା ଅନେକ ଗୁରୁତର ରୋଗ ହେବାର ଆଶଙ୍କାକୁ କମ୍ କରିଥାଏ । 
ଏହି ରୋଗ ପାଇଁ ରାମବାଣ-
୧- ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସଜନା ପତ୍ରକୁ ଫୁଟାଇ ପିଇବା ଦ୍ବାରା ହୃଦରୋଗ ହେବାର ଆଶଙ୍କା କମ ହୋଇଥାଏ । ଏହା କୋଲେଷ୍ଟ୍ରଲ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହା ଆପଣଙ୍କ ଶିରାରେ ଅବରୋଧ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । 
୨- ଯଦି କୌଣସି ପୁରୁଷ ଶୁକ୍ରାଣୁ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସଜନା ପତ୍ର ଓ ମଞ୍ଜି ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ଅଟେ । 

Also Read ; କଣ ଆପଣ ଫିଟ୍ ବଡି ପାଇଁ ପ୍ରୋଟିନ୍ ପାଉଡର ନେଉଛନ୍ତି କି ? ସତର୍କ ହୋଇଯାଆନ୍ତୁ

୩- ଆଜିକାଲି ଅଧିକାଂଶ ଲୋକେ ନିଜ କାମ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଚାପରେ ଅଛନ୍ତି ଯାହା ପରବର୍ତ୍ତୀ ସମୟରେ କିଛି ବଡ ମାନସିକ ସମସ୍ୟା ସୃଷ୍ଟି କରିପାରେ । ଏହି ସମୟରେ ସଜନା ପତ୍ର ହରମୋନ ସନ୍ତୁଳନ କରି ମନୋବଳକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । 
୪-ସଜନାରେ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ ଯାହା ଫ୍ରି-ରେଡିକାଲ ଏବଂ କ୍ଷତିକାରକ ବିଷାକ୍ତ ପଦାର୍ଥକୁ ଦୂର କରିଥାଏ । ଏହା ବ୍ୟତୀତ ସଜନା କର୍କଟ ଭଳି ଗମ୍ଭୀର ରୋଗର ଆଶଙ୍କାକୁ ହ୍ରାସ କରିଥାଏ ।