Health tips: କ୍ଷୀର ପିଇଲେ କମେ କି ଡାଇବେଟିସ ଆଶଙ୍କା? ଆସନ୍ତୁ ଜାଣିବା କଣ କହୁଛି ଅଧ୍ୟୟନ
Advertisement
Article Detail0/zeeodisha/odisha1741308

Health tips: କ୍ଷୀର ପିଇଲେ କମେ କି ଡାଇବେଟିସ ଆଶଙ୍କା? ଆସନ୍ତୁ ଜାଣିବା କଣ କହୁଛି ଅଧ୍ୟୟନ

  ବିଶ୍ୱରେ ଡାଇବେଟିସ ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଇଛି, ପ୍ରକୃତ କଥା ହେଉଛି ଯେ ଯୁବକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ଅଧ୍ୟୟନରୁ ଜଣାପଡିଛି ଯେ, ଚିନି ସ୍ତର ବୃଦ୍ଧି ଶରୀରରେ କିଡନୀ, ସ୍ନାୟୁ ଓ ଆଖି ପରି ଏକାଧିକ ଅଙ୍ଗକୁ କ୍ଷତି ପହଞ୍ଚାଇବା ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢାଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ

Health tips: କ୍ଷୀର ପିଇଲେ କମେ କି ଡାଇବେଟିସ ଆଶଙ୍କା? ଆସନ୍ତୁ ଜାଣିବା କଣ କହୁଛି ଅଧ୍ୟୟନ

Health tips:  ବିଶ୍ୱରେ ଡାଇବେଟିସ ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଇଛି, ପ୍ରକୃତ କଥା ହେଉଛି ଯେ ଯୁବକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ଅଧ୍ୟୟନରୁ ଜଣାପଡିଛି ଯେ, ଚିନି ସ୍ତର ବୃଦ୍ଧି ଶରୀରରେ କିଡନୀ, ସ୍ନାୟୁ ଓ ଆଖି ପରି ଏକାଧିକ ଅଙ୍ଗକୁ କ୍ଷତି ପହଞ୍ଚାଇବା ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢାଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ସମସ୍ତ ଲୋକ ମଧୁମେହ (Diabetes) କୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ଚେଷ୍ଟା କରିବା ଉଚିତ୍।

ଯଦି ଆପଣଙ୍କ ପରିବାରର କେହି ମଧୁମେହ(Diabetes)ରେ ଆକ୍ରାନ୍ତ ଅଛନ୍ତି, ତେବେ ଆପଣଙ୍କୁ ଅଧିକ ସତର୍କ ହେବା ଆବଶ୍ୟକ । କେତେକ ରିପୋର୍ଟ ଦାବି କରୁଛି ଯେ, ଯଦି ଆପଣ ନିୟମିତ ଭାବେ କ୍ଷୀର (milk) ପିଅନ୍ତି, ତେବେ ଏହା ମଧୁମେହ (Diabetes)ର ଆଶଙ୍କା ହ୍ରାସ କରିପାରେ । 

କ୍ଷୀରର ପ୍ରକୃତରେ ଏପରି ଲାଭ ଗୁଣ ଅଛି କି? ଆସନ୍ତୁ ଜାଣିବା ।

କ୍ଷୀର ପିଇବା ଦ୍ୱାରା ମଧୁମେହ (Diabetes) ହେବାର ଆଶଙ୍କା କମିଥାଏ କି?

ଖାଦ୍ୟ ବିଶେଷଜ୍ଞ (Dietician ) ମାନେ କହିଛନ୍ତି ଯେ ମଧୁମେହ (Diabetes) ରୋଗୀମାନେ ସେମାନଙ୍କର ଡାଏଟ୍ (diet) ପ୍ରସ୍ତୁତ କରିବା ସମୟରେ ବହୁତ ଯତ୍ନବାନ ହେବା ଆବଶ୍ୟକ, କାରଣ ଅନେକ ଜିନିଷ ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ଅତି ଶୀଘ୍ର ବଢାଇପାରେ । ଦୁଗ୍ଧ କଥା ଯଦି କହିବା, ଏହା ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚନା କରାଯାଏ । କ୍ଷୀର ପ୍ରୋଟିନ୍, କ୍ୟାଲସିୟମ୍ (Calcium), ସୁସ୍ଥ ଚର୍ବି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱରେ ଭରପୂର କାରଣରୁ ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ । ଅନେକ ବୈଜ୍ଞାନିକ (Scientist) ଅଧ୍ୟୟନରେ, କ୍ଷୀର ପିଇବା ଓ ଟାଇପ୍-୨ ମଧୁମେହ (Diabetes) ହେବାର ଆଶଙ୍କା ମଧ୍ୟରେ ଏକ ସଂଯୋଗ ଖୋଜିବାକୁ ଚେଷ୍ଟା କରାଯାଇଛି ।

ଅଧ୍ୟୟନରେ କ’ଣ ଜଣାପଡିଲା?

ପୁଷ୍ଟିକର ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ୮୨,୦୦୦ ରୁ ଅଧିକ ମହିଳାଙ୍କୁ ପରୀକ୍ଷା କରିଥିଲେ, ସମସ୍ତେ ମେନୋପାଜକୁ ସମ୍ପୂର୍ଣ୍ଣ କରିସାରି ଥିଲେ। ଅଧ୍ୟୟନ ଆରମ୍ଭରେ ସେମାନଙ୍କର ମଧୁମେହ (Diabetes) ନଥିଲା। ୮ ବର୍ଷର ଅଧ୍ୟୟନ ମଧ୍ୟରେ, ଗବେଷକମାନେ ଦୁଗ୍ଧ ଓ ଦହି ସମେତ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଓ ଏହାର ଶରୀର ଉପରେ କ'ଣ ପ୍ରଭାବ ରହୁଛି, ଜାଣିବାକୁ ଚେଷ୍ଟା କରିଥଲେ । ସେମାନେ ଜାଣିବାକୁ ପାଇଲେ ଯେ ଯେଉଁ ମହିଳାମାନେ କମ୍ ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ ଖାଉଛନ୍ତି, ପୋଷ୍ଟମେନୋପାଜାଲ୍ (Postmenopausal) ଅବସ୍ଥାରେ ମଧୁମେହ ହେବାର ଆଶଙ୍କା କମ୍ ଥାଏ। ଅର୍ଥାତ୍, କମ୍ ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ ଆପଣଙ୍କ ରୋଗକୁ ହ୍ରାସ କରିପାରେ ।

ଦୁଗ୍ଧଜାତ ଦ୍ରବ୍ୟ ଓ ଟାଇପ୍-୨ ମଧୁମେହ 

ଅନ୍ୟ ଏକ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଯୁବାବସ୍ଥାରେ ଦୁଗ୍ଧଜାତ ଦ୍ରବ୍ୟର ଗ୍ରହଣ ଓ ବୟସ୍କ ଅବସ୍ଥାରେ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ବିଷୟରେ ପରୀକ୍ଷା କରିଥିଲେ । ଆମେରିକୀୟ ଜର୍ନାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନ (American Journal of Clinical Nutrition)ରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ କିଶୋର ଅବସ୍ଥାରେ ଅଧିକ ଦୁଗ୍ଧଜାତ ଦ୍ରବ୍ୟ ଖାଉଥିଲେ, ସେମାନଙ୍କ ମଧ୍ୟରେ ଟାଇପ୍-୨ ମଧୁମେହ ହେବାର ଆଶଙ୍କା କମ୍ ଥାଏ।

ଅନୁସନ୍ଧାନକାରୀମାନେ କ’ଣ କୁହନ୍ତି?

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟ ମେଟାବୋଲିକ୍ ସିଣ୍ଡ୍ରୋମ (Metabolic syndrome), ମୋଟାପଣ ଓ ଉଚ୍ଚ ରକ୍ତଚାପକୁ ରୋକିବା ସହ ମଧୁମେହ ହେବାର ଆଶଙ୍କା ମଧ୍ୟ ହ୍ରାସ କରିଥାଏ। ଅଧିକାଂଶ ଅଧ୍ୟୟନ କହୁଛି, କମ୍ ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ ଅଧିକ ଲାଭଦାୟକ ଅଟେ । ମେଟାବୋଲିକ୍ ସିଣ୍ଡ୍ରୋମ ଓ ଟାଇପ୍-୨ ମଧୁମେହରୁ ରକ୍ଷା ପାଇବା ପାଇଁ ଉଭୟ କ୍ଷୀର ଓ ଦହି ବିଷୟରେ ଅଧ୍ୟୟନରେ କୁହାଯାଇଛି ।

ଦୁଗ୍ଧ ଉଭୟ କ୍ୟାଲସିୟମ ଓ ପ୍ରୋଟିନ (Protein)ର ଏକ ଉତ୍କୃଷ୍ଟ ଉତ୍ସ, ତେଣୁ  ସମସ୍ତେ ଏହାକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଜରୁରୀ । ଶିଶୁ ଓ ମହିଳାଙ୍କ ପାଇଁ ଏହା ବିଶେଷ ଲାଭଦାୟକ, ଯେଉଁମାନଙ୍କୁ ଉଭୟ କ୍ୟାଲସିୟମ୍ ଏବଂ ପ୍ରୋଟିନର ଆବଶ୍ୟକତା ଥାଏ  । କ୍ଷୀର ପିଇବା ଅଭ୍ୟାସ ଶରୀରକୁ ସୁସ୍ଥ ରଖିବା ସହିତ ଡାଇବେଟିସ ଓ ବିଭିନ୍ନ ରୋଗର ଆଶଙ୍କା କମାଇପାରେ ।

Also read- ସକାଳୁ ଉଠିବା ପରେ ପ୍ରଥମେ କ'ଣ ଖାଇବା ଉଚିତ୍ ?