Milk Side Effects: ରାତିରେ କ୍ଷୀର ପିଉଛନ୍ତି କି? ତାହାଲେ ଭୋଗିପାରନ୍ତି ଏହି ସମସ୍ୟା
Advertisement

Milk Side Effects: ରାତିରେ କ୍ଷୀର ପିଉଛନ୍ତି କି? ତାହାଲେ ଭୋଗିପାରନ୍ତି ଏହି ସମସ୍ୟା

Drinking Milk at Night: କ୍ଷୀର ଆମ ସ୍ବାସ୍ଥ୍ୟ ପ୍ରତି କେତେ ହିତକର ଏହା ସମସ୍ତ ଜାଣିଥିବେ । ଛୋଟ ଛୁଆଠାରୁ ଆରମ୍ଭ କରୁ ବୟସ୍କ ସମସ୍ତ ପ୍ରାୟ ରାତିରେ ଖାଇବା ପରେ କ୍ଷୀର ପିଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଆମେ କେତେବେଳେ କ୍ଷୀର ପିଇବା ଦରକାର ବା କ୍ଷୀର ପିଇବାର ସଠିକ୍ ସମୟ କ’ଣ ? ତେବେ ଜାଣନ୍ତୁ ରାତିରେ କ୍ଷୀର ପିଇବା ଦ୍ବାରା କ’ଣ ସମସ୍ୟା ହୋଇଥାଏ ।

ସୌ(ସୋସିଆଲ ମିଡିଆ)

Milk Side Effects: କ୍ଷୀର ଆମ ସ୍ବାସ୍ଥ୍ୟ ପ୍ରତି କେତେ ହିତକର ଏହା ସମସ୍ତ ଜାଣିଥିବେ । ଛୋଟ ଛୁଆଠାରୁ ଆରମ୍ଭ କରୁ ବୟସ୍କ ସମସ୍ତ କ୍ଷୀର ପିଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଆମେ କେତେବେଳେ କ୍ଷୀର ପିଇବା ଦରକାର ବା କ୍ଷୀର ପିଇବାର ସଠିକ୍ ସମୟ କ’ଣ ? ତେବେ ଆମକୁ ଏମିତି ସମୟରେ କ୍ଷୀର ପିଇବା ଉଚିତ୍ ଯାହା ଆମ ଶରୀରକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ ।  କ୍ଷୀରରେ ପ୍ରଚୁର ପରିମାଣର ଲାକଟୋସ(Lactose) ଓ ପ୍ରୋଟିନ (Protin) ରହିଥାଏ । ଏହି କାରଣରୁ ଆମକୁ ରାତିରେ କ୍ଷୀର ପିଇବା ଉଚିତ୍ ନୁହେଁ । ଅବଶଃ ରାତିରେ କ୍ଷୀର ପିଇବା ନେଇ ମଧ୍ଯ ନିର୍ଦ୍ଦିଷ୍ଟ ସମୟ ରହିଛି । ଗୋଟିଏ ଗ୍ଲାସ କ୍ଷୀରରେ ପ୍ରାୟ ୧୨୦ କ୍ୟାଲେରୀ (Calorie) ରହିଥାଏ । ତେଣୁ ରାତିରେ କ୍ଷୀର ପିଇବା ଦ୍ବାରା କ୍ୟାଲେରୀ ଭଲରେ ବର୍ଣ୍ଣ ହୋଇପାରିବ ନାହିଁ । ଏହାଦ୍ବାରା ଅନେକ ସମସ୍ୟା ଦେଖାଦେଇଥାଏ।

କ୍ଷୀର ପିଇବା ପରେ ଏହାର ହଜମ ପାଇଁ ଅଧିକ ସମୟ ଲାଗିଥାଏ । ଏହି କାରଣରୁ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଉଚିତ୍ ନୁହେଁ । ଯଦି ରାତିରେ କ୍ଷୀର(Milk) ପିଇବା ଦ୍ବାରା ଆପଣଙ୍କର କୌଣସି ପେଟ ଜନିତ ସମସ୍ୟା ଦେଖାଦେଉନାହିଁ ତାହାଲେ ଆପଣ କ୍ଷୀର ପିଇ ପାରିବେ । ରାତିରେ ଖାଇବା ପରେ ଯଦି ଆପଣ କ୍ଷୀର ପିଇବାକୁ ଚାହୁଁଛନ୍ତି ତାହାଲେ ଗରମ କ୍ଷୀର ହିଁ ପିଅନ୍ତୁ। ମନେ ରଖନ୍ତୁ, ରାତିରେ ଖାଇବା ପରେ ଥଣ୍ତା କ୍ଷୀର ପିଇବା ଉଚିତ୍ ନୁହେଁ । ଥଣ୍ତା କ୍ଷୀର ପିଇବା ଦ୍ବାରା ଗଳାଠାରୁ ଆରମ୍ଭ କରି ପେଟ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଏହି ପେଟ ଜନିତ ସମସ୍ୟା ସମସ୍ତଙ୍କଠାରେ ଅଲଗା ଅଲଗା ଦେଖିବାକୁ ମିଳିଥାଏ । ଯଦି ରାତିରେ କ୍ଷୀର ପିଇବା ପରେ ଖାଦ୍ୟ ହଜମ ହେଉନି ତାହାଲେ ଜାଣି ରଖି୍ବା ଉଚିତ୍ ଯେ ଏହି ସମସ୍ୟା କ୍ଷୀର ପିଇବା ଦ୍ବାରା ହେଉଛି । ସେହିପରି ରାତିରେ କ୍ଷୀର ପିଇବା ଦ୍ବାରା ଓଜନ ବଢିନଥାଏ । ରାତିରେ କ୍ଷୀର ପିଇଲେ ଏହା ଆପଣଙ୍କର ଓଜନ କମାଇବାରେ ସାହଯ୍ୟ କରିଥାଏ ।

ଏହା ମଧ୍ଯ ପଢନ୍ତୁ- Health Tips: ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଛନ୍ତି କି? ଆପଣଙ୍କ ପ୍ରଜନନ କ୍ଷମତା ହୋଇପାରେ କମ୍!

ଏହା ମଧ୍ଯ ପଢନ୍ତୁ-Constipation Remedy: କୋଷ୍ଠକାଠିନ୍ୟରୁ ମୁକ୍ତି ଚାହୁଁଛନ୍ତି କି? ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଖାଦ୍ୟ

ଏହା ମଧ୍ଯ ପଢନ୍ତୁ-Health Alert: ଅଧିକ ମିଠା ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ହୋଇପାରେ ହୃଦରୋଗ

ଏହା ମଧ୍ଯ ପଢନ୍ତୁ-Thyroid Effect: ଯଦି ଥାଇରଡ୍ ଥାଏ ତେବେ ହୁଅନ୍ତୁ ସାବଧାନ୍, ସବୁଦିନ ପାଇଁ ହରାଇପାରନ୍ତି ଦୃଷ୍ଟିଶକ୍ତି

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)