ଶାରୀରିକ ସମ୍ପର୍କ ସ୍ଥାପନା ସମୟରେ ଛିଙ୍କ ଆସୁଥିଲେ ହୋଇଯାଆନ୍ତୁ ସାବଧାନ, ହେଇନି ତ ଏହି ଗମ୍ଭୀର ରୋଗ ?
Advertisement

ଶାରୀରିକ ସମ୍ପର୍କ ସ୍ଥାପନା ସମୟରେ ଛିଙ୍କ ଆସୁଥିଲେ ହୋଇଯାଆନ୍ତୁ ସାବଧାନ, ହେଇନି ତ ଏହି ଗମ୍ଭୀର ରୋଗ ?

Sneeze During Sex: ଶାରୀରିକ ସମ୍ପର୍କ ସ୍ଥାପନା କରିବା ଏକ ଅନୁଭବ ଓ ଭାବନା। ଶାରୀରିକ ସମ୍ପର୍କ ସ୍ଥାପନା ପରେ ଶରୀରରୁ ଅନେକ ରୋଗ ଦୂରେଇଯାଏ। ଡାକ୍ତରଙ୍କ କହିବାନୁଯାୟୀ, ସପ୍ତାହରେ ତିନିଥର ସମ୍ଭୋଗ କରିବା ଶରୀର ପାଇଁ ଅନେକ ଲାଭଦାୟକ । କେବେ ଭାବିଛନ୍ତି ଶାରୀରିକ ସମ୍ପର୍କ ସ୍ଥାପନା ବେଳେ କାହିଁକି ଛିଙ୍କ ଆସିଥାଏ...

 

ଶାରୀରିକ ସମ୍ପର୍କ ସ୍ଥାପନା ସମୟରେ ଛିଙ୍କ ଆସୁଥିଲେ ହୋଇଯାଆନ୍ତୁ ସାବଧାନ, ହେଇନି ତ ଏହି ଗମ୍ଭୀର ରୋଗ ?

Sneeze During Sex: ଛିଙ୍କ ଆସିଲେ ସମସ୍ତେ ଜାଣନ୍ତି କି ଏହା ଥଣ୍ଡା ପାଇଁ ହୋଇଥାଇପାରେ । ହେଲେ ଏହା ଜାଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟେ କିଛି ଲୋକ ସମ୍ଭୋଗ ସମୟରେ ବି ବହୁତ ଜୋରରେ ଛିଙ୍କି ଥାନ୍ତି । ଏହା ସାଧାରଣତଃ ହେବା କଥା ନୁହେଁ, କିନ୍ତୁ ସମ୍ଭୋଗ ସମୟରେ ଯଦି ଛିଙ୍କ ଆସିଥାଏ ତେବେ ସାବଧାନ ହୋଇଯାଆନ୍ତୁ। କିନ୍ତୁ କିଛି ଲୋକଙ୍କ କ୍ଷେତରେ ଏହା ବଂଶାନୁକ୍ରମିକ ମଧ୍ୟ ହୋଇଥାଏ। କେବଳ ଯେ ପୁରୁଷ ତାହା ନୁହେଁ ବରଂ ମହିଳାଙ୍କ କ୍ଷେତ୍ରରେ ବି ଏହା ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଜାଣିବା ସମ୍ଭୋଗ ସମୟ ବା ଶାରିରୀକ ସମ୍ପର୍କ ରଖିବା ସମୟରେ ଛିଙ୍କିବା କଣ ଦର୍ଶାଇଥାଏ। 

ଜର୍ଣ୍ଣାଲ ଅଫ ଦ୍ ରୟାଲ ସୋସାଇଟି ଅଫ୍ ମେଡିସିନର ଅଧ୍ୟୟନ ଅନୁସାରେ, ଛିଙ୍କିବା ଓ ଶାରିରୀକ ସମ୍ପର୍କ ଅଟୋନୋମୋସ ନର୍ଭସ ସିଷ୍ଟମ ସହିତ ଜଡିତ ହୋଇ ରହିଥାଏ। ଏହା ଛିଙ୍କ ଓ ସେକ୍ସୁଆଲ ଆକ୍ଟିଭିଟି (Sexual Activity) ଦ୍ୱୟକୁ ନିୟନ୍ତ୍ରିତ କରିଥାଏ। ହେଲେ ଏପରି କାହିଁକି ହୋଇଥାଏ ବୈଜ୍ଞାନିକ ମାନେ ଏହାର କାରଣ ବର୍ତ୍ତମାନ ସୁଦ୍ଧା ପାଇନାହାଁନ୍ତି। ଶାରିରୀକ ସମ୍ପର୍କ ଏକ ଭାବନା ଓ ଅନୁଭବ ହୋଇଥାଏ। ଏସବୁ ଅନୁଭବ ପରେ ବ୍ୟକ୍ତିଙ୍କୁ ପରିସ୍ରା କମ ଲାଗିଥାଏ ଛିଙ୍କ ଆସିନଥାଏ। ହେଲେ ଏ ଅନୁଭବ ହେବା ମାତ୍ରେ ଭାବିବା, ଉତ୍ତେଜନା ସହ ଶାରୀରିକ ସମ୍ପର୍କ ବିଷୟରେ ଭାବିବା ପରେ କିଛି କିଛି ଲୋକଙ୍କୁ ଛିଙ୍କ ଆସିଥାଏ।  

ଜର୍ଣ୍ଣାଲ ଅଫ ଦ ଆମେରିକାନ ମେଡିକାଲ ଆସୋସିଏସନ ର ନିଷ୍କର୍ସ ଅନୁସାରେ, ଶାରୀରିକ ସମ୍ପର୍କ ରଖିବା କଥା ଭାବିବା ବେଳେ ଯଦି ଛିଙ୍କ ଆସିଥାଏ ତେବେ ତାହା ବାସୋମୋଟର ରାଇନାଇଟିସ୍ ପ୍ରଭାବିତ ହେବାର କାରଣ ହୋଇଥାଏ। ନାକ ଖୁଞ୍ଚି ହେବା ବା ନାକରୁ ପାଣି କିମ୍ବା ଶିଙ୍ଘାଣି ବୋହିବା ଶାରୀରିକ ସମ୍ପର୍କ ପୂର୍ବରୁ କିମ୍ବା ଏହି ସମୟରେ ମଧ୍ୟ ଲଗାତାର ଭାବେ ଆସିପାରେ। ଏହାକୁ ମେଡିସିନ ତତ୍ତ୍ୱ ଔଷଧୀୟ ଗୁଣବତ୍ତା କୁ ଦେଖି ଏହାର ନାମ ହନିମୁନ ରାନାଇଟିସ୍ ମଧ୍ୟ କୁହାଯାଏ। (honeymoon rhinitis) ଏହା ସେତେବେଳେ ହୋଇଥାଏ ଯେତେବେଳେ ନାକ ପଥରେ ଥିବା ନ୍ୟୁରନ୍ ଏବଂ ରକ୍ତଭଣ୍ଡାର ଉତ୍ତେଜିତ ହୋଇଥାଏ। ନଚେତ୍ ଉତ୍ତେଜିତ ହେବାକୁ ଯେଉଁ ଶିରା ପ୍ରଶିରା ଏହାକୁ ଉତ୍ସାହିତ କରୁଥିବା ତୀବ୍ର ଭାବନା ସହିତ ମଧ୍ୟ ଜଡିତ ହୋଇପାରେ। 

ତେବେ ଏହାର କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଜଣା ପଡିନାହିଁ । ସେଥିପାଇଁ ଏହାକୁ ରୋକିବା ପାଇଁ ପଦକ୍ଷେପ ଜଣା ପଡିନାହିଁ । ତେବେ ଆମେରିକୀୟ ମେଡିକାଲ ଆସୋସିଏସନ ଜର୍ଣ୍ଣାଲ ଅନୁଯାୟୀ, ଏହି ପ୍ରକାରର ଛିଙ୍କିବା ବା ଶାରୀରିକ ସମ୍ପର୍କ ସ୍ଥାପନା ସମୟରେ ଛିଙ୍କିବା ଲକ୍ଷଣକୁ କେବଳ ନାଜାଲ ଡ୍ରପ ହିଁ ନିୟନ୍ତ୍ରଣ କରିପାରିବ। (Nasal decongestants) ଏକ ପ୍ରକାରର ମେଡିସିନ ବା ଔଷଧ। ଯାହା ବନ୍ଦ ନାକକୁ କିଛି ସମୟ ପାଇଁ ଖୋଲିଦେଇଥାଏ। ଏହା ନାକରେ ଥିବା ବ୍ଲଡ ବେସେଲ୍ସ ର ବିନ୍ଧାକୁ କମ କରିବାରେ ସାହାଯ୍ୟ କରିଥାଏ। 

Also Read: Physical Relationship: ଶାରୀରିକ ସମ୍ପର୍କ ରଖିବାକୁ କାହିଁକି ସଙ୍କୋଚ କରନ୍ତି ମହିଳା, ଜାଣନ୍ତୁ ଏହାର ୭ଟି ବଡ଼ କାରଣ

Also Read: Health Update ବୈବାହିକ ଜୀବନରେ ଦେଖାଦେଉଛି କି ଅଶାନ୍ତି; ଆପଣାନ୍ତୁ ଏହି ଉପାୟ, ସୁଖମୟ ହେବ ଜୀବନଶୈଳୀ