Shani Upay: ଶନି ଦେବଙ୍କ କୋପରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଦାନ କରନ୍ତୁ ଏହି ସବୁ ବସ୍ତୁ, ଦୂର ହେବ ସବୁ ସମସ୍ୟା
Advertisement

Shani Upay: ଶନି ଦେବଙ୍କ କୋପରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଦାନ କରନ୍ତୁ ଏହି ସବୁ ବସ୍ତୁ, ଦୂର ହେବ ସବୁ ସମସ୍ୟା

Shani Upay:  ଶନି ଦେବଙ୍କ କୃପା ହେଲେ ବ୍ୟକ୍ତିର ସମସ୍ତ କାମରେ ସଫଳ ହୋଇଥାଏ । ସେହିପରି ଶନି ଦେବ କୋପ କଲେ ଜୀବନରେ ସମସ୍ୟା ଉପୁଜିଥାଏ । ତେବେ ଆଜି ଆସନ୍ତୁ ଜାଣିବା ଶନିବାର ଦିନ କେଉଁ ସବୁ ବସ୍ତୁ ଦାନ କଲେ ଶନି ଦେବଙ୍କ କୃପା ଲାଭ ହୋଇଥାଏ ।

ସୌ(ସୋସିଆଲ ମିଡିଆ)

Shani Upay: ଶନି ଦେବଙ୍କୁ(Shani lord) ନ୍ୟାୟର ଦେବତା ବୋଲି କୁହାଯାଏ। ବିଶ୍ବାସ ରହିଛି ଯେ, ଶନି ଦେବ ଜଣେ ବ୍ୟକ୍ତିଙ୍କୁ ତା କର୍ମ ଅନୁଯାୟୀ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଆନ୍ତି । ଏଭଳି ପରିସ୍ଥିତିରେ, ଜାତକରେ ଶନିଙ୍କ ସ୍ଥିତି ସଠିକ୍ ସ୍ଥାନରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶନି ଦେବ କୋପ କଲେ ଜଣେ ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ । ବ୍ୟକ୍ତିକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡି଼ଥାଏ । ସେହିପରି ଶନି ଦେବଙ୍କ ଆର୍ଶବାଦ ମିଳିଲେ ବ୍ୟକ୍ତି ସମସ୍ତ କାର୍ଯ୍ୟରେ ସଫଳତା ପାଇଥାଏ ।  ଯଦି ଆପଣ ଶନି ଦେବଙ୍କୁ ସନ୍ତୁଷ୍ଟ କରି ଜୀବନ ଥିବା ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ତାହାଲେ ଶନିବାର ଦିନ ଏହି ସବୁ ଉପାୟ କରି ଶନି ଦେବତାଙ୍କୁ ପ୍ରସନ୍ନ କରନ୍ତୁ ।

ଶନିବାର ଦିନ ଏହି ସବୁ ଜିନିଷ ଦାନ କଲେ ଶାନ୍ତ ହୋଇଥାଆନ୍ତି ଶନି ଦେବତା

  • ଯେଉଁ ବ୍ୟକ୍ତି ବିଶେଷଙ୍କ ଜାତକରେ ଶନି ଦୋଷ ରହିଛି ସେମାନେ ଶନିବାର(Saturday) ଦିନ ସକାଳ ସମୟରେ ପଞ୍ଚାମୃତରେ କଳା ତେଲ ମିଶାଇ ଭଗବାନ ଶିବଙ୍କୁ ଅପର୍ଣ କଲେ ଶନି ଦଶା ଓ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
  • ଶନିବାର ଦିନ କଳା ପୋଷାକ(Balack Dress), କଳା କମ୍ବଳ ବା କଳା ରଙ୍ଗର ପଶମ ପୋଷାକ ଦାନ କରିବା ଦ୍ବାରା ଶନି ଦେବଙ୍କ ଆଶୀର୍ବାଦ ମିଳିଥାଏ । ଶନିବାର ଦିନ ଏହି ପ୍ରତିକାର କଲେ ଶନି ଦେବ ସନ୍ତୁଷ୍ଟ ହେବା ସହ ଶୁଭ ଫଳାଫଳ ପ୍ରଦାନ କରିଥାଆନ୍ତି ।
  • ଶନି ଦଶାରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ସୋରିଷ ତେଲରେ(Mustard Oil) ମୁହଁ ଦେଖିବା ଉଚିତ୍ । ଅଭାବୀ ଲୋକଙ୍କୁ ତେଲ ଦାନ କରିବା ଦ୍ବାରା କ୍ରୋଧିତ ଶନି ଦେବ ଶାନ୍ତ ହୋଇଥାଆନ୍ତି ।
  •  ଶନିବାର ଦିନ ବୃଦ୍ଧ ଓ ଅଭାବୀ ବ୍ୟକ୍ତିଙ୍କୁ ଜୋତା, ଚପଲ ଦାନ କରନ୍ତୁ। ଏହାଛଡ଼ା କଳା ତେଲ, ସୋରିଷ ତେଲ ଓ କଳା ରଙ୍ଗର ଜିନିଷ ଦାନ କଲେ ଶନି ଦଶା ଓ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
  • ପ୍ରତି ଶନିବାର(Saturday) ଦିନ ଏକ କଳା ରଙ୍ଗର ଗାଇକୁ ପୂଜା କରନ୍ତୁ । ରୋଷେଇ କରିବା ପରେ ପ୍ରଥମେ ଗାଈକୁ(Cow) ଖାଇବାକୁ ଦିଅନ୍ତୁ । ଗାଈର କପାଳରେ ସିନ୍ଦୁର ଲଗାଇ ଲଡୁକୁ ଖାଇବାକୁ ଦେଇ ପାଦକୁ ସ୍ପର୍ଶ କରନ୍ତୁ । ଏହା ଆପଣଙ୍କୁ ଶନିଙ୍କ ଖରାପ ପ୍ରଭାବରୁ ମୁକ୍ତି ଦେଇଥାଏ ।
  • ଶନିଙ୍କ ପ୍ରଭାବରୁ ମୁକ୍ତି ପାଇବା ପାଇଁ ପ୍ରତି ଶନିବାର ଦିନ ମାଙ୍କଡ(Money) ମାନଙ୍କୁ ଭଜା କଳା ଚଣା ଖାଇବାକୁ ଦିଅନ୍ତୁ । ପ୍ରତି ଶନିବାର ଦିନ ମିଠା ରୋଟି ପ୍ରସ୍ତୁତ କରି ଏଥିରେ ତେଲ ଲଗାଇ କଳା କୁକୁରକୁ(Black Dog) ଖାଇବାକୁ ଦିଅନ୍ତୁ ।
  • ଶନିଙ୍କ କୋପରୁ ମୁକ୍ତି ପାଇବା ପାଇଁ, ପ୍ରତି ଶନିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଗାଧୋଇବା ପରେ ଓସ୍ତ ଗଛ ତଳେ ସୋରିଷ ତେଲ ଦୀପ ଓ ଧୂପ ଜଳାଇ ଗାଈର କଞ୍ଚା କ୍ଷୀର ଅପର୍ଣ କରନ୍ତୁ ।

ଏହାମଧ୍ଯ ପଢନ୍ତୁ- Grah Gochar 2023: ଆଜିଠାରୁ ବଦଳୁଛି ଗ୍ରହ ଚଳନ, ଏହି ସବୁ ରାଶି ଉପରେ ପଡ଼ିବ ବଡ଼ ପ୍ରଭାବ

ଏହାମଧ୍ଯ ପଢନ୍ତୁ- Vastu Tips for Home: ଘରର ବାସ୍ତୁ ସମସ୍ୟା ଦୂର କରିଥାଏ କ୍ରାସୁଲା ଗଛ, ଏହି ଦିଗରେ ଲଗାଇଲେ ମିଳିଥାଏ ଲାଭ

ଶନି ଶାନ୍ତି ଉପାୟ

  • ଶନିଙ୍କ କୋପ ଦୃଷ୍ଟିରୁ ମୁକ୍ତି ପାଇବା ପାଇଁ ପିପଲ ଗଛକୁ ଜଳ ଅର୍ପଣ କରିନ୍ତୁ । ଏହାପରେ ଏକ ମଇଦା ଦୀପ ଓ ଧୂପକାଠି ଜାଳନ୍ତୁ ।
  • ଶନି ଦଶା ଦୂର କରିବା ପାଇଁ ଶନିବାର ଦିନ ସ୍ବାତ୍ତିକ ଖାଦ୍ୟ ଖାଇବା ଉଚିତ୍ । ବ୍ୟକ୍ତି ମାଂସ ଓ ମଦ୍ୟପାନରୁ ଦୂରେଇ ରହିବା ଉଚିତ୍ ।