Friday Rituals: ଶୁକ୍ରବାର ଦିନ କରନ୍ତୁ ଏହିସବୁ ଉପାୟ: ଦୂର ହେବ ଆର୍ଥିକ ସଙ୍କଟ!
Advertisement

Friday Rituals: ଶୁକ୍ରବାର ଦିନ କରନ୍ତୁ ଏହିସବୁ ଉପାୟ: ଦୂର ହେବ ଆର୍ଥିକ ସଙ୍କଟ!

Astro tips​: ଶୁକ୍ରବାର ଦିନକୁ ମାଆ ଲକ୍ଷ୍ମୀଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ମାଆ ଲକ୍ଷ୍ମୀଙ୍କ ପୂଜା ସହ ବିଶେଷ ଉପାୟ କଲେ ଧନର ଦେବୀଙ୍କ ଆଶିଷ ଲାଭ ହେବା ସହ ଜୀବନରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ । ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ, ଶୁକ୍ରବାର ଦିନ ରାତିରେ କିଛି ବିଶେଷ ଗୁପ୍ତ ଉପାୟ କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ ।

ସୌ(ସୋସିଆଲ ମିଡିଆ)

Friday Rituals: ହିନ୍ଦୁ ଧର୍ମରେ ମାଆ ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବେ ବିବେଚନା କରାଯାଇଥାଏ । ଯେଉଁ ବ୍ୟକ୍ତି ମାଆ ଲକ୍ଷ୍ମୀକୁ ପୂଜା କରି ସନ୍ତୁଷ୍ଟ କରିଥାଏ ତା ଜୀବନରେ ଆର୍ଥିକ ସଙ୍କଟ ଦେଖାଦେଇନଥାଏ । ଜ୍ୟୋତିଷ ଶାସ୍ତ୍ରରେ, ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ସହ ଧନ ଲାଭ ନେଇ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି କି ତାଙ୍କ ପରିବାର ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ଓ କୃପା ସଦା ସର୍ବଦା ରହିଥାଉ । ଶୁକ୍ରବାର ଦିନକୁ ମାଆ ଲକ୍ଷ୍ମୀଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ମାଆ ଲକ୍ଷ୍ମୀଙ୍କ ପୂଜା ସହ ବିଶେଷ ଉପାୟ କଲେ ଧନର ଦେବୀଙ୍କ ଆଶିଷ ଲାଭ ହେବା ସହ ଜୀବନରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ । ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ, ଶୁକ୍ରବାର ଦିନ ରାତିରେ କିଛି ବିଶେଷ ଗୁପ୍ତ ଉପାୟ କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଯଦି ଆପଣ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହାଲେ ଶୁକ୍ରବାର ରାତିରେ ଏହି ଗୁପ୍ତ ପଦକ୍ଷେପ କରନ୍ତୁ । ଏହା କରିବା ଦ୍ବାରା ଧନର ଦେବୀ ପ୍ରସନ୍ନ ହେବା ସହ ଜୀବନରେ ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।  ତେବେ ଆସନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ ।

ଶୁକ୍ରବାର ଦିନ ରାତିରେ କରନ୍ତୁ ଏହି ସବୁ ବିଶେଷ ଉପାୟ

ଶାସ୍ତ୍ରରେ, ସପ୍ତାହର ସାତ ଦିନକୁ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କୁ ଉତ୍ସର୍ଗ କରାଯାଇଥିବା ବେଳେ ଶୁକ୍ରବାର ଦିନ ମାଆ ଲକ୍ଷ୍ମୀଙ୍କୁ ସର୍ମପିତ କରାଯାଇଛି । ଶୁକ୍ରବାର ରାତିରେ ଦେବୀ ଲକ୍ଷ୍ମୀଙ୍କ ଅଷ୍ଟମ ରୂପକୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ରାତିରେ ଦୀପ, ଧୂପ ସହ ଗୋଲାପ ଫୁଲ ଅର୍ପଣ କରିବା ଦ୍ବାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଆର୍ଶିବାଦ ଦେଇଥାଆନ୍ତି ।

ଶୁକ୍ରବାର ରାତିରେ ମାଆ ଲକ୍ଷ୍ମୀଙ୍କୁ ପୁଷ୍ପ ଅର୍ପଣ କରି ଲକ୍ଷ୍ମୀ ମନ୍ତ୍ର ଜାପ କରନ୍ତୁ । ଏପରି କରିବା ଦ୍ବାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଧନର ଦେବୀଙ୍କ କୃପା ଲାଭ ହୋଇଥାଏ । ଜୀବନରେ ଥିବା ଆର୍ଥିକ ସମସ୍ୟା ମଧ୍ଯ ଦୂର ହୋଇଯାଏ ।

ଏକ ଗୋଲାପି ରଙ୍ଗର କପଡ଼ାରେ ଶ୍ରୀ ଯନ୍ତ୍ରା ଓ ଅଷ୍ଟ ଲକ୍ଷ୍ମୀଙ୍କ ଫଟୋ ରଖି ପୂଜା କରନ୍ତୁ । ଏହି ପ୍ରତିକାର କରିବା ଦ୍ବାରା ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ ।  

କୁହାଯାଏ, ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ହେଲେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ୍ । ଶୁକ୍ରବାର ରାତିରେ ଦକ୍ଷିଣ ମୁହାଁ ହୋଇଥିବା ଶଙ୍ଖରେ ପାଣି ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ । ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ।

ଧନ ଲାଭ ଓ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶ୍ରୀ ଯନ୍ତ୍ର ଓ ଅଷ୍ଟ ଲକ୍ଷ୍ମୀଙ୍କୁ ଚନ୍ଦନ ଲଗାଇ ଜଳରେ ଅଭିଷେକ କରନ୍ତୁ । ଏହି ପ୍ରତିକାର କରିବା ଦ୍ବାରା ଜୀବନରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।

Also Read-Jyotish upay: ଶୋଇବା ସମୟରେ ତକିଆ ତଳେ ରଖନ୍ତୁ ଏହି ଜିନିଷ: ଦୂର ହେବ ସମସ୍ୟା, ମଜଭୁତ ହେବ ଆର୍ଥିକ ସ୍ଥିତି!

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।