Diabetes Diet : ମଧୁମେହ ରୋଗୀଙ୍କ ପାଇଁ ଏହି ପନିପରିବା ବିଷ!
Advertisement

Diabetes Diet : ମଧୁମେହ ରୋଗୀଙ୍କ ପାଇଁ ଏହି ପନିପରିବା ବିଷ!

ରୋଗୀଙ୍କୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶେଷ କରି ଶାକାହାରୀ ରହିବାକୁ ପରାର୍ମଶ ଦେଇଥାଆନ୍ତି। କିନ୍ତୁ ଏହା ମଧ୍ୟ ସେମାନଙ୍କ ପାଇଁ ଘାତକ ସାଜିପାରେ। ତେବେ ଆସନ୍ତୁ ଜାଣିବା, ମଧୁମେହ ରୋଗୀ କେଉଁ ପନିପରିବା ଖାଇବା ପାଇଁ ଉଚିତ୍ ନୁହେଁ।

ପ୍ରତିକାତ୍ମକ ଫଟୋ

Diabetes Diet : ମଧୁମେହ ଏପରି ଏକ ରୋଗ ଯାହା ଥରେ କାହାକୁ ଶିକାର କରେ, ସେ ସବୁ ଦିନ ପାଇଁ ସେଥିରେ ଛନ୍ଦି ହୋଇ ରହିଥାଏ। ତେବେ ମଧୁମେହ ରୋଗୀଙ୍କ ପାଇଁ ଏହି ସମୟରେ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବା ଜରୁରୀ। ନଚେତ୍ ରକ୍ତରେ ଶର୍କରା ସ୍ତର ଅନିୟନ୍ତ୍ରିତ ହେବାର ଆଶଙ୍କା ରହିଛି। 

ମଧୁମେହ ରୋଗୀଙ୍କୁ ଅନେକ ପ୍ରକାରର ଖାଦ୍ୟରୁ ଦୂରେଇ ରହିବାକୁ ପରାର୍ମଶ ଦିଆଯାଉଛି। ରୋଗୀଙ୍କୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶେଷ କରି ଶାକାହାରୀ ରହିବାକୁ ପରାର୍ମଶ ଦେଇଥାଆନ୍ତି। କିନ୍ତୁ ଏହା ମଧ୍ୟ ସେମାନଙ୍କ ପାଇଁ ଘାତକ ସାଜିପାରେ। ତେବେ ଆସନ୍ତୁ ଜାଣିବା, ମଧୁମେହ ରୋଗୀ କେଉଁ ପନିପରିବା ଖାଇବା ପାଇଁ ଉଚିତ୍ ନୁହେଁ।

Also Read: ଦୁନିଆକୁ ଅନ୍ଧାରରେ ରଖିଥିଲେ 'ଡାର୍କ ଚକୋଲେଟ' ଅଭିନେତ୍ରୀ, ରାଜ୍ ଖୋଲିଲେ ଅନୁପମ ଖେର

ମଧୁମେହ ରୋଗୀ ଏହି ୪ଟି ପନିପରିବା ଖାଇବା ଉଚିତ୍ ନୁହେଁ !

ଆଳୁ

ଆଳୁକୁ ପନିପରିବାର ରାଜା କୁହାଯାଏ। କିନ୍ତୁ ଏଥିରେ ଷ୍ଟ୍ରାର୍ଚ ଏବଂ କାର୍ବୋହାଇଡ୍ରେଟ୍ ବହୁତ ପରିମାଣରେ ମିଳିଥାଏ। ତେଣୁ ମଧୁମେହ ରୋଗୀମାନେ ଆଳୁରେ ତିଆରି ଯେପରି କି- ଫ୍ରେଞ୍ଚ୍ ଫ୍ରାଏ, ଚିପ୍ସ, ବର୍ଗର ଖାଇବା ଉଚିତ୍ ନୁହେଁ।

ସୁଇଟ୍ କର୍ଣ୍ଣ (ମକା)

ମକା ଖାଇବାରେ ଆପଣଙ୍କୁ ଯେତେ ଲାଭ ମିଳୁ ନା କାହିଁକି କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଏହା ବହୁ କ୍ଷତିକାରକ। ମକାଠାରୁ ଦୂରେଇ ରହିବା ମଧୁମେହ ରୋଗୀଙ୍କ ପାଇଁ ଭଲ। ୧୦୦ ଗ୍ରାମ ମକାରେ ପ୍ରାୟତଃ ୨୧ ଗ୍ରାମ କାର୍ବୋହାଇଡ୍ରେଟ ମିଳିଥାଏ, ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇ ଥାଏ।

ଗ୍ରୀନ ମଟର

ଗ୍ରୀନ ମଟରକୁ କାର୍ବୋହାଇଡ୍ରେଟ୍, ସୁଗାର ଏବଂ ଷ୍ଟ୍ରାର୍ଚର ଏକ ଉତ୍ସ ଭାବରେ ବିବେଚନା କରାଯାଏ। ଏହାକୁ ମଧୁମେହ ରୋଗୀ ଅଧିକ ମାତ୍ରାରେ ଖାଇବା ଦ୍ବାରା ତାଙ୍କର ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ। ତେଣୁ ଏହାକୁ କଞ୍ଚା ଖାଇବା କ୍ଷତିକାରକ।

କନ୍ଦମୂଳ

ଏଥିରେ କୌଣସି ସନ୍ଦେହ ନାହିଁ କି କନ୍ଦମୂଳ ଏକ ଉତ୍ତମ ପନିପରିବାରୁ ଅନ୍ୟତମ। କିନ୍ତୁ ଏହା ମଧୁମେହ ରୋଗୀଙ୍କ ପାଇଁ ବିଷ ଅଟେ। କାରଣ ଏଥିରେ କାର୍ବୋହାଇଡ୍ରେଟ୍ ଏବଂ ବିଟା କେରୋଟିନ ଭରପୂର ମାତ୍ରାରେ ରହିଥାଏ। ଏଥିପାଇଁ ଏହା ସ୍ବାଦରେ ମିଠା ଥାଏ କିନ୍ତୁ ମଧୁମେହ ରୋଗୀ ଏହା ଠାରୁ ଦୂରେଇ ରହିବା ତାଙ୍କ ସ୍ବାସ୍ଥ୍ୟ ପାଇଁ ହିତକର ଅଟେ।