Diwali 2022: ପରିବାର ସହ ପରିବେଶକୁ ବଞ୍ଚାନ୍ତୁ, Eco Friendly ରଙ୍ଗୋଲି ଶିଖିବା ଆସନ୍ତୁ
Advertisement
Article Detail0/zeeodisha/odisha1405154

Diwali 2022: ପରିବାର ସହ ପରିବେଶକୁ ବଞ୍ଚାନ୍ତୁ, Eco Friendly ରଙ୍ଗୋଲି ଶିଖିବା ଆସନ୍ତୁ

Diwali 2022: ଆଲୋକର ପର୍ବ ଦୀପାବଳୀ । ଏନେଇ ଉତ୍ସବ ମୁଖର  ସାରାଦେଶ । ରଙ୍ଗୋଲି ତିଆରି କରିବାର ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ତେବେ ଇକୋ ଫ୍ରଣ୍ତଲି ମୁରୁଜରେ ମଧ୍ୟ ଆପଣ ଘରେ ରଙ୍ଗୋଲି ପକାଇ ପାରିବେ । ତେବେ, ଆସନ୍ତୁ ଜାଣିବା ଏହା କିପରି ପ୍ରସ୍ତୁତ କରିବେ। 

Diwali 2022: ପରିବାର ସହ ପରିବେଶକୁ ବଞ୍ଚାନ୍ତୁ, Eco Friendly ରଙ୍ଗୋଲି ଶିଖିବା ଆସନ୍ତୁ

Diwali 2022: ଆଲୋକର ପର୍ବ ଦୀପାବଳୀ । ଏନେଇ ଉତ୍ସବ ମୁଖର  ସାରାଦେଶ । ଏହି ପର୍ବ ହିନ୍ଦୁ ମାନଙ୍କର ଏକ ବଡ ପର୍ବ ବୋଲି କୁହାଯାଇ ପାରିବ । ତେବେ ଦୀପାବଳି ହେଉଛି ଏମିତି ଏକ ପର୍ବ ଯାହାକୁ ଉତ୍ସାହର ସହ ସମସ୍ତେ ଅପେକ୍ଷା କରିଥାନ୍ତି । ପାଞ୍ଚ ଦିନର ଉତ୍ସବ ଧନତେରାସରୁ ଆରମ୍ଭ ହୋଇ ଭାଇ ଦୋଜ୍ ଦିନରେ ଶେଷ ହୁଏ । ଦୀପାବଳୀ ଦିନ ଲୋକମାନେ ନିଜ ଘରକୁ ସୁନ୍ଦର ଆଲୋକମାଳାରେ ସଜେଇବା ସହ ପରିଷ୍କାର ପରିଚ୍ଛନ୍ନ ମଧ୍ୟ କରିଥାନ୍ତି । ଘରେ ସୁନ୍ଦର ସୁନ୍ଦର ରଙ୍ଗୋଲି ଆଙ୍କି ଥାନ୍ତି । ତେବେ, ଏଥର ଆପଣ ଘରେ ରଙ୍ଗୋଲି ପକାଇବା ପୂର୍ବରୁ ରାସାୟନିକ ରଙ୍ଗ(ମୁରୁଜ) ବ୍ୟବହାର କରିବା ପୂର୍ବରୁ ଥରେ ଏ ବାବଦରେ ଥରେ ନିଶ୍ଟେୟ ଭାବିବେ। କାହିଁକିନା ରାସାୟନିକ ରଙ୍ଗ ପରିବେଶ ପାଇଁ କ୍ଷତିକର ସାବ୍ୟସ୍ତ ହୋଇଛି। ତେବେ ଇକୋ ଫ୍ରଣ୍ତଲି ମୁରୁଜରେ ମଧ୍ୟ ଆପଣ ଘରେ ରଙ୍ଗୋଲି ପକାଇ ପାରିବେ । ତେବେ, ଆସନ୍ତୁ ଜାଣିବା ଏହା କିପରି ପ୍ରସ୍ତୁତ କରିବେ। 

ରଙ୍ଗୋଲି ତିଆରି କରିବାର ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଥିବା ବେଳେ ଅନେକ ଲୋକେ ଫୁଲର ରଙ୍ଗୋଲିକୁ ପସନ୍ଦ କରନ୍ତି । ଏହି ଦିୱାଲୀ, ଫୁଲ ରଙ୍ଗୋଲି ପାଇଁ ଆପଣାନ୍ତୁ ଏକ ସରଳ ଢାଞ୍ଚା ।    ରଙ୍ଗୋଲି ବନେଇବା ପାଇଁ ଆପଣ ଚାଉଳ ଗୁଣ୍ତ ଓ ହଳଦି ଗୁଣ୍ତ ଓ ଧଳା ଫୁଲ ମଧ୍ୟ ବ୍ୟବହାର କରି ରଙ୍ଗୋଲି କରିପାରିବେ । ଏହା ପୂର୍ବରୁ ଲୋକମାନେ ଅଟା ଓ ହଳଦୀରେ ରଙ୍ଗୋଲି କରୁଥିଲେ । ଅଟା ଓ ହଳଦୀରେ ରଙ୍ଗୋଲି ତିଆରି କରିବା ଶୁଭ ବୋଲି ବିବେଚନା କରାଯାଏ । ରଙ୍ଗୋଲି ତିଆରି କରିବା ପାଇଁ ଚାଉଳ ଗୁଣ୍ତକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ । ଚାଉଳକୁ ରଙ୍ଗ ଦେବା ପାଇଁ, ଆପଣ ନିଜ ପସନ୍ଦର ୱାଟର ରଙ୍ଗ ବ୍ୟବହାର କରିପାରିବେ । ହଳଦୀ ଆପଣଙ୍କୁ ଏକ ପ୍ରାକୃତିକ ଏବଂ ସୁନ୍ଦର ରଙ୍ଗୋଲି ତିଆରି କରିବାରେ ସାହାଯ୍ୟ କରିଥାଏ ।

ଏହାବି ପଢନ୍ତୁ : Dhanteras 2022 : ଜାଣନ୍ତୁ ଧନତେରାସ ଶୁଭ ମୁହୂର୍ତ୍ତ, ଏହି ସମୟରେ କିଣନ୍ତୁ ସୁନା ,ବଦଳିବ ଆପଣଙ୍କ ଭାଗ୍ୟ

ଦୀପାବଳିକୁ ଆଲୋକର ପର୍ବ ବୋଲି କୁହାଯାଏ । ଏହି ପର୍ବ ନାନାଦି କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । କାର୍ତ୍ତିକ ଅମାବାସ୍ୟାରେ ଦୀପାବଳୀ ଉତ୍ସବ ପାଳନ କରାଯାଏ । ଏହି ପର୍ବ ପ୍ରାୟ ସମସ୍ତ ପାଳନ କରନ୍ତି । ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ । ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ । ଏହି ଦୀପାବଳୀ ଅମାବାସ୍ୟାକୁ ଲୋକାକ୍ତିରେ ପୟାଅମାବାସ୍ୟା କହନ୍ତି ।ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି ।