Diabetes Control: ମଧୁମେହକୁ ଭଲ କରିବ ଏହି ତିନୋଟି ମସଲା, ଘରେ ରଖିଛନ୍ତି ତ?
Advertisement

Diabetes Control: ମଧୁମେହକୁ ଭଲ କରିବ ଏହି ତିନୋଟି ମସଲା, ଘରେ ରଖିଛନ୍ତି ତ?

Diabetes Control: ମଧୁମେହ ବା ଡାଏବିଟିସ୍ (Diabetes), ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଭାରତକୁ ଏବେ ଡାଇବେଟିକ୍ କ୍ୟାପିଟାଲ ବା ମଧୁମେହର ରାଜଧାନୀ ବୋଲି ମଧ୍ୟ କୁହାଯାଉଛି। ପୂର୍ବରୁ ୪୦ ବର୍ଷ ପରେ ଲୋକଙ୍କୁ ମଧୁମେହ ହେଉଥିବାବେଳେ ଆଜିକାଲି ଛୋଟ ପିଲାମାନେ ମଧ୍ୟ ଏହାଦ୍ୱାରା ପୀଡ଼ିତ ହେଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗରେ ପୀଡ଼ିତ ଅଧିକାଂଶ ବ୍ୟକ୍ତି ସେମାନଙ୍କୁ ମଧୁମେହ ହୋଇଥିବା କଥା ଜାଣିପାରନ୍ତି ନାହିଁ।

ସୌଜନ୍ୟ- ସୋସିଆଲ ମିଡିଆ

Diabetes Control: ମଧୁମେହ ବା ଡାଏବିଟିସ୍ (Diabetes), ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା  ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଭାରତକୁ ଏବେ ଡାଇବେଟିକ୍ କ୍ୟାପିଟାଲ ବା ମଧୁମେହର ରାଜଧାନୀ ବୋଲି ମଧ୍ୟ କୁହାଯାଉଛି। ପୂର୍ବରୁ ୪୦ ବର୍ଷ ପରେ ଲୋକଙ୍କୁ ମଧୁମେହ ହେଉଥିବାବେଳେ ଆଜିକାଲି ଛୋଟ ପିଲାମାନେ ମଧ୍ୟ ଏହାଦ୍ୱାରା ପୀଡ଼ିତ ହେଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗରେ ପୀଡ଼ିତ ଅଧିକାଂଶ ବ୍ୟକ୍ତି ସେମାନଙ୍କୁ ମଧୁମେହ ହୋଇଥିବା କଥା ଜାଣିପାରନ୍ତି ନାହିଁ। ତେବେ, ମଧୁମେହକୁ  ନିୟନ୍ତ୍ରଣ କରିବା ପାଇଁ ଲୋକେ ଔଷଧ ବା ଇନସୁଲିନ ମଧ୍ୟ ନେଇଥାନ୍ତି । କିନ୍ତୁ ଏହି ରୋଗ ମୂଳରୁ ନାଶ ହୋଇ ନ ଥାଏ ବରଂ ଏହା କିଛି ପରିମାଣରେ ନିୟନନ୍ତ୍ରଣ ହୋଇଥାଏ। ହେଲେ ଆମେ ଆଜି ଆପଣଙ୍କୁ କିଛି ଟିପ୍ସ ଦେବୁ, (3 spices )ମଧୁମେହକୁ କିପରି ନିୟନ୍ତ୍ରଣ(Diabetes Control) କରାଯାଇପାରିବ । ଯାହାର ଔଷଧ (medicine)ଆପଣଙ୍କ ରୋଷେଇ(kitchen ) ଘରେ ରହିଛି । 

ମେଥି ଗୁଣ୍ତ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ସହାୟକ ହୁଏ : ମେଥୀକୁ ସାଧାରଣତଃ ମସଲା ଭାବେ ବ୍ୟବହାର କରାଯାଇଥାଏ । ଏହା ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ । ଏଥିରେ ଥିବା ଫାଇବର ରକ୍ତ ସଞ୍ଚାଳନକୁ ଠିକ୍ ରଖେ ।  ଗୋଟିଏ ଗ୍ଲାସ ପାଣିରେ ଦୁଇ ଚାମଚ ମେଥି ପକାଇ ଗରମ କରନ୍ତୁ। ପରେ ଥଣ୍ତା ହେବା ପାଇଁ କିଛି ସମୟ ଛାଡନ୍ତୁ । ଏହି ପାଣିକୁ ଆପଣ ଖାସ୍ କରି ସକାଳେ ପିଅନ୍ତୁ । ମଧୁମେହ ରୋଗୀମାନେ ଏହାକୁ ଖାଇବା ଦ୍ବାରା ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ। ଖାସ୍ କରି ମଧୁମେହ ରୋଗୀାମାନେ ଦିନକୁ ମେଥି ମଞ୍ଚି ସିଝା ପାଣି ପିଇବା ଉଚିତ୍। ଏହା ଦ୍ବାରା ଡାଏବିଟିସ୍ ସବୁଦିନ ପାଇଁ ଛୁମନ୍ତର ହୋଇଥାଏ। 

ଡାଲଚିନ୍ ଗୁଣ୍ତ: ମଧୁମେହ ରୋଗୀଙ୍କ ପାଇଁ ଡାଲଚିନ୍ ମଧ୍ୟ ବେଶ ଉପକାରୀ ହୋଇଥାଏ। ପ୍ରତ୍ୟକ ମଧୁମେହ ରୋଗୀ ଦୈନିକ ୬ଗ୍ରାମ ଡାଲଚିନ୍ ଗୁଣ୍ତ ବା ଖଣ୍ତ ଡାଲଚିନ୍ ଖାଇବା ଦ୍ବାରା ଶରୀରରେ ବ୍ଲକ ସୁଗାର ଲେବଲ କଣ୍ଟ୍ରୋଲରେ ରହିଥାଏ। ଏହା ଏକ ରିସର୍ଚ୍ଚରୁ ଜଣାପଡିଛି। ଏହା ଦୈନିକ ସେବନ ଦ୍ବାରା ମଧୁମେହ ଶରୀରୁରୁ ସବୁଦିନ ପାଇଁ ଦୂରେଇ ଯାଇଥାଏ ।

Also Read : Rakhi Sawant: 'ଆଦିଲ ଉଭୟ ଯୁବକ -ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା'

Also Read : Sridevi Death Anniversary: ଜାହ୍ନବୀ ବାଥରୁମ ଯିବାବେଳେ ବନ୍ଦ କରୁନଥିଲେ ଡୋର, ଏହି କାରଣରୁ ମନା କରୁଥିଲେ ମା' ଶ୍ରୀଦେବୀ

ହଳଦୀ ଏବଂ ଲବଙ୍ଗ ସେବନ କରିବା ଉଚିତ୍: ହଳଦୀ ଏବଂ ଲବଙ୍ଗ ଉଭୟରେ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଆଣ୍ଟିଅକ୍ସିଡାଣ୍ଟ ଗୁଣ ହଳଦୀରେ ଥାଏ। ଏଥିରେ ଥିବା କର୍କୁମିନ୍ ରକ୍ତରେ ଥିବା ଚିନିକୁ ନିୟନ୍ତ୍ରଣ କରିଥାଏ । ହଳଦୀକୁ କ୍ଷୀର ସହିତ ମଧ୍ୟ ବ୍ୟବହାର କରାଯାଇପାରିବ । ମଧୁମେହ ରୋଗୀଙ୍କ ପାଇଁ ଲବଙ୍ଗ ଇନସୁଲିନ୍ ଭାବରେ କାମ କରେ । ଏହା ଶରୀରରେ ଇନସୁଲିନ୍ ତିଆରି କରେ । ମଧୁମେହ ରୋଗୀମାନେ ପ୍ରତିଦିନ ୪ଟି ଲବଙ୍ଗ ଖାଇବା ଉଚିତ ।ଏହା ହଜମ ପ୍ରକ୍ରିୟାକୁ ସଠିକ୍ ରଖେ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ କରେ ।

ମଧୁମେହର ଲକ୍ଷଣ:

-ବାରମ୍ବାର ପରିସ୍ରା ଲାଗିବା

-ଶୋଷ ଲାଗିବା

-ଅଧିକ ଭୋକ ଲାଗିବା

-ଓଜନ ଅଚାନକ କମିବା

-ଆଖିକୁ ଜାଲଜାଲୁଆ ଦେଖାଯିବା

-ଘା’ ଶୀଘ୍ର ଠିକ୍ ନହେବା

-ଚର୍ମରୋଗ

-ମୁଣ୍ଡବିନ୍ଧା

-ଥକ୍କା ଲାଗିବା

-କ୍ରୋଧ, ଚିଡ୍‌ଚିଡ୍‌ ଲାଗିବା

-ଚର୍ମ ସଂକ୍ରମଣ ଓ ଯୋନୀ ସଂକ୍ରମଣ

ମଧୁମେହର କାରଣ: ମଧୁମେହର ବିଭିନ୍ନ କାରଣ ରହିଛି। କିଛି କ୍ଷେତ୍ରରେ ବଂଶଗତ କାରଣ ଯୋଗୁଁ ଏହା ହେଉଥିବାବେଳେ ଅନ୍ୟ କିଛି କ୍ଷେତ୍ରରେ ଅନିୟନ୍ତ୍ରିତ ଜୀବନଶୈଳୀ ମଧୁମେହର କାରଣ ପାଲଟେ। ତେବେ ଅତ୍ୟଧିକ ମୋଟା ଲୋକ, ଶାରିରୀକ ପରିଶ୍ରମ କରୁନଥିବା ଲୋକେ, ଫାଷ୍ଟଫୁଡ୍ ଖାଇଲେ, ମାନସିକ ଅବସାଦ ଯୋଗୁଁ ମଧୁମେହ ହୋଇଥାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )