Dhanteras 2023: ଧନତେରସ ଦିନ ଘରକୁ ଆଣନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍ ହୋଇଯିବେ କାଙ୍ଗାଳ
Advertisement
Article Detail0/zeeodisha/odisha1947032

Dhanteras 2023: ଧନତେରସ ଦିନ ଘରକୁ ଆଣନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍ ହୋଇଯିବେ କାଙ୍ଗାଳ

Dhanteras Shopping 2023: ଧନତେରସକୁ(Dhanteras 2023) ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥୀରେ ଧନତେରସ ପର୍ବ  ପାଳିତ ହୁଏ । ଖାସ୍ କରି  ଧନତେରସ୍ ଦିନ କିଛି ସାମଗ୍ରୀ ବା ଜିନିଷ କିଣିବା ଅଶୁଭ ବୋଲି ବିବେଚନା କରାଯାଏ। ତେବେ ଚାଲନ୍ତୁ ଜାଣିବା ଏହି ଦିନ କେଉଁ କେଉଁ ସାମଗ୍ରୀ କିଣିବା ଅଶୁଭ ହୋଇଥାଏ।

Dhanteras 2023: ଧନତେରସ ଦିନ ଘରକୁ ଆଣନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍ ହୋଇଯିବେ କାଙ୍ଗାଳ

Dhanteras Shopping 2023: ଧନତେରସକୁ(Dhanteras 2023) ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥୀରେ ଧନତେରସ ପର୍ବ ପାଳିତ ହୁଏ । ଦୀପାବଳି ପୂର୍ବରୁ ପାଳିତ ହେଉଥିବା ଏହି ପର୍ବକୁ ବେଶ୍‌ ଶୁଭ ବୋଲି ବିବେଚନା କରାଯାଇଥାଏ।  ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ ଧନ୍ୱନ୍ତରୀ ଏବଂ କୁବେରଙ୍କୁ ପୂଜା କରାଯାଇଥାଏ। ଚଳିତ ବର୍ଷ ଧନତେରସ୍ ନଭେମ୍ବର ୧୦ ତାରିଖରେ ପଡୁଛି। ଧନତେରସରେ ସୁନା, ରୂପା, ବାସନ ଏବଂ ଅନ୍ୟାନ୍ୟ ଜିନିଷ କିଣିବା (Dhanteras Shopping 2023) ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ କୃପା ରହିଥାଏ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ଏହି ସବୁ ଜିନିଷ କିଣି ଘରକୁ ଆଣିବା ଦ୍ବାରା ଘରେ କେବେବି ଧନର ଅଭାବ ହୁଏ ନାହିଁ ବୋଲି କୁହାଯାଏ। ଖାସ୍ କରି  ଧନତେରସ୍ ଦିନ କିଛି ସାମଗ୍ରୀ ବା ଜିନିଷ କିଣିବା ଅଶୁଭ ବୋଲି ବିବେଚନା କରାଯାଏ। ତେବେ ଚାଲନ୍ତୁ ଜାଣିବା ଏହି ଦିନ କେଉଁ କେଉଁ ସାମଗ୍ରୀ କିଣିବା ଅଶୁଭ ହୋଇଥାଏ।

Also Read: Flight Service: ଭୁବନେଶ୍ବରରୁ ଜୟପୁରକୁ ଉଡ଼ିଲା ଦ୍ବିତୀୟ ବିମାନ, ଜାଣନ୍ତୁ ବିମାନ ଚଳାଚଳ ସମୟ

ଧନତେରସ୍ ଦିନ ଭୁଲରେ ବି କିଣାକିଣି କରନ୍ତୁ ନାହିଁ ଏହି ସବୁ ଜିନିଷ:

ଲୁହାରେ ତିଆରି ଜିନିଷ:

ଭଗବାନ ଧନ୍ୱନ୍ତରୀଙ୍କୁ ଧନତେରାସ୍ (Dhanteras 2023) ଦିନ ପୂଜା କରାଯାଏ। ଏହି ଦିନ ଲୁହାରେ ତିଆରି ଜିନିଷ କିଣିବା ଉଚିତ୍ ନୁହେଁ । କାରଣ ଲୁହା ଶନିଦେବଙ୍କ କାରକ ବୋଲି ବିବେଚନା କରାଯାଏ।  ଏହି ଦିନ ଲୁହା ଜିନିଷ କିଣିବା ଦ୍ୱାରା ଘରେ ନକାରାତ୍ମକ ପ୍ରଭାବ ପଡିଥାଏ। ଏବଂ ଦାରିଦ୍ରତା ମାଡି଼ ଆସେ।

ତୀକ୍ଷ୍ଣ ବସ୍ତୁ :
ଧନତେରାସ୍ ଦିନ ଲୁହା ଛୁରୀ, କଣ୍ଟା , ଛୁଞ୍ଚି, ଖଣ୍ଡା ଭଳି ତୀକ୍ଷ୍ଣ ଜିନିଷ କିଣିବା ଉଚିତ୍ ନୁହେଁ।  କାରଣ ଏହିସବୁ ଜିନିଷ କିଣିବା ଦ୍ବାରା ଭଗବାନ ଧନ୍ୱନ୍ତରୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ଯେଉଁ କାରଣରୁ ଘରେ ଅଶାନ୍ତି ଦେଖାଦେଇଥାଏ । ଏବଂ ଘରେ ସବୁବେଳେ ଝଗଡା ଓ ବିବାଦ ଲାଗି ରୁହେ।

କାଚ ସାମଗ୍ରୀ:

ସେହିପରି  ଧନତେରସ୍ ଦିନ, ଅଧିକାଂଶ ଲୋକେ ବାସନ କୁସନ କିଣିବାକୁ ପସନ୍ଦ କରନ୍ତି। ଏଭଳି ସ୍ଥିତିରେ ,ଯଦି ଆପଣ ବି ଇଚ୍ଛା କରୁଛନ୍ତି ବାସନ କିଣିବେ। ତେବେ,  ଧନତେରସ ଦିନ ତମ୍ବା  ବାସନ କିଣାକିଣି କରିପାରିବେ । କିନ୍ତୁ କାଚ ବାସନ କି କୌଣସି ପ୍ରକାର କାଚ ସାମଗ୍ରୀ କିଣିବା ଉଚିତ୍ ନୁହେଁ। କାରଣ କାଚ ରାହୁଙ୍କ ସହ ଜଡିତ ସାମଗ୍ରୀ ଅଟେ। ଯାହା ଘରେ ନକରାତ୍ମକ ପ୍ରଭାବ ପକାଇଥାଏ। ଏବଂ ଘରେ ଅଜଥାରେ ଖର୍ଚ୍ଚ ବଢିଥାଏ। ଯାହା ଫଳରେ ଦାରିଦ୍ରତା ମାଡି଼ ଆସେ। 

ଚିନାମାଟିରେ ପ୍ରସ୍ତୁତ ସାମଗ୍ରୀ:
ଚିନା ମାଟିରେ ପ୍ରସ୍ତୁତ ଜିନିଷ ମଧ୍ୟ ଏହି ଦିନ ଘରକୁ ଆଣିବା ଅଶୁଭ ବୋଲି ବିବେଚନା କରାଯାଏ। ଚିନା ମାଟିରେ ପ୍ରସ୍ତୁତ ଘର ସଜା ଜିନିଷ କି ଘରକରଣା ଜିନିଷ ବି କିଣାକିଣା କରିବା ଉଚିତ୍ ନୁହେଁ। ଏହି ଜିନିଷ ଘରକୁ କିଣିକ ଆଣିବା ଦ୍ବାରା ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ ବୋଲି ବିଶ୍ବାସ ରହିଛି। 

ଇସ୍ପାତ ଏବଂ ଆଲୁମିନିୟମରୁ ନିର୍ମିତ ଜିନିଷ :

ଅନ୍ୟପଟେ, ଇସ୍ପାତ ଏବଂ ଆଲୁମିନିୟମରୁ ନିର୍ମିତ ଜିନିଷ ଘରକୁ କିଣିକି ଆଣିବା ଉଚିତ୍ ନୁହେଁ। ଏହି ଧାତୁଗୁଡ଼ିକ ରାହୁଙ୍କ କାରକ ବୋଲି ବିବେଚନା କରାଯାଏ।  ସେଗୁଡିକ କିଣିବା ଦ୍ୱାରା ଘରେ ରାହୁଙ୍କ ପ୍ରଭାବ ପଡିଥାଏ। ଫଳରେ ସବୁବେଳେ ଘରେ ଅଶାନ୍ତି ଲାଗି ରହିଥାଏ। 

କଳା ଜିନିଷ:
କଳା ରଙ୍ଗ ଶନିଦେବ ଏବଂ ରାହୁଙ୍କ ପ୍ରିୟ ରଙ୍ଗ ଅଟେ। ଏଭଳି ପରିସ୍ଥିତିରେ, ଧନତେରାସ୍ ଦିନ କଳା ରଙ୍ଗର ବସ୍ତୁ , ଜିନିଷ ବା କୌଣସି ପୋଷାକ କ୍ରୟ କରନ୍ତୁ ନାହିଁ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)