Dhanteras 2023: ଧନ୍ୱନ୍ତରୀ ଓ ଲକ୍ଷ୍ମୀଙ୍କ କୃପାରୁ ଆଜିଠୁ ବଦଳିବ ୫ ରାଶିଙ୍କ ଭାଗ୍ୟ
Advertisement

Dhanteras 2023: ଧନ୍ୱନ୍ତରୀ ଓ ଲକ୍ଷ୍ମୀଙ୍କ କୃପାରୁ ଆଜିଠୁ ବଦଳିବ ୫ ରାଶିଙ୍କ ଭାଗ୍ୟ

Dhanteras 2023: ଆଜି ପବିତ୍ର ଧନତେରସ୍ (Dhanteras 2023)।  ଧନତେରାସକୁ ଧନତ୍ରୟୋଦଶୀ ବି କୁହନ୍ତି ।  ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ଧନତେରସରେ ଗ୍ରହମାନଙ୍କ ବିରଳ ସଂଯୋଗ ଘଟିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Dhanteras 2023: ଧନ୍ୱନ୍ତରୀ ଓ ଲକ୍ଷ୍ମୀଙ୍କ କୃପାରୁ ଆଜିଠୁ ବଦଳିବ ୫ ରାଶିଙ୍କ ଭାଗ୍ୟ

Dhanteras 2023: ଆଜି ପବିତ୍ର ଧନତେରସ୍ (Dhanteras 2023)। ପ୍ରତ୍ୟକ ବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ (Dhanteras 2023) କରାଯାଇଥାଏ ।  ଏପରିକି, ଧନତେରାସକୁ ଧନତ୍ରୟୋଦଶୀ ବି କୁହନ୍ତି । ଆଜି ସଂନ୍ଧ୍ୟା ୫ଟା ୪୭ ମିନିଟ୍ ରୁ ପୂଜାର ଶୁଭ ମୂହୂର୍ତ୍ତ ଆରମ୍ଭ ହୋଇ ୭ଟା.୪୩ ମିନିଟ୍ ପର୍ଯ୍ୟନ୍ତ ପୂଜାର ଶୁଭ ମୁହୂର୍ତ୍ତ ରହିଛି।  ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ଧନତେରସରେ ଗ୍ରହମାନଙ୍କ ବିରଳ ସଂଯୋଗ ଘଟିବାକୁ ଯାଉଛି । କାହିଁକିନା ଆଜି ବୃହସ୍ପତି ଓ ବୁଧ ମେଷ ରାଶିରେ ବିରାଜମାନ ହେବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ, ଦୀର୍ଘ ବର୍ଷ ପରେ ଗଠନ ହେବାକୁ ଥିବା ଏହି ବିରଳ ସଂଯୋଗ। ଏହି ସଂଯୋଗ ରାଶିଚକ୍ରରେ ଥିବା ୫ଟି ଉପରେ ସକରାତ୍ମକ ପ୍ରଭାବ ପକାଇବ ।  ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Also Read: Today Horoscope: ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ଏହି ରାଶିର ଲୋକେ ହେବେ ମାଲେମାଲ୍:

ମେଷ: ଆଜିଠାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଖାସ୍ କରି, ଦିର୍ଘ ଦିନ ଧରି ଲାଗି ରହିଥିବା ପୁରୁଣା ବିବାଦରୁ ଆପଣଙ୍କୁ ମୁକ୍ତି ମିଳିବ।  ଆୟ ବୃଦ୍ଧି ହେବ। ରୋଜଗାରର ନୂଆ ବାଟ ସୃଷ୍ଟି ହେବ। ଆକସ୍ମିକ ଧନଲାଭର ଯୋଗ ବି ରହିଛି।  ଏହି ସମୟରେ ଆପଣ ମଧ୍ୟ ନିଜ ଜୀବନସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ପୂର୍ବ ଅପେକ୍ଷା ଦାମ୍ପତ୍ୟ ଜୀବନରେ ଅଧିକ ସୁଖ ମିଳିବ । କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବ। ଏବଂ ଆପଣଙ୍କର ଇଚ୍ଛା ସ୍ଥାନକୁ ଟ୍ରାନ୍ସଫର ହୋଇପାରେ। ପୌତୃକ ସମ୍ପତ୍ତିରୁ ଲାଭ ମିଳିବ। 

କର୍କଟ:  ଧନତେରାସ୍  ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେବ। ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ଅଧିକ ଲାଭ ପାଇବେ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଦିର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। ଏହି ସମୟରେ ଆପଣ ନୂତନ ବ୍ୟବସାୟ ଆରମ୍ଭ କଲେ ପ୍ରଚୁର ଲାଭ ପାଇବେ। ଯେଉଁମାନେ ଦିର୍ଘଦିନ ଧରି ଚାକିରି ଆଶାରେ ରହିଛନ୍ତି। ସେମାନଙ୍କୁ ଭଲ ନିଯୁକ୍ତି ସୁଯୋଗ ମିଳିବ। 
ବିବାହିତ ଜୀବନ ସୁଖମୟ ହେବ । 

ତୁଳା: ଯଦି ଆପଣ ଜଣେ ବ୍ୟବସାୟୀ ତେବେ ବ୍ୟବସାୟରେ ଆପଣଙ୍କୁ କଠିନ ପରିଶ୍ରମର ଫଳ ମିଳିବ । ଅନେକ ବଡ଼ ସଫଳତା ହାସଲ କରିପାରିବ । ଏହା କୁହାଯାଇପାରେ ଯେ ଆପଣ କ୍ୟାରିୟର ଦୃଷ୍ଟିରୁ ଅନେକ ସୁବର୍ଣ୍ଣ ସୁଯୋଗ ପାଇପାରିବେ । ଯେଉଁମାନେ ଦିର୍ଘ ଦିନ ଧରି କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଏହି ସମୟରେ ଶୁଭଫଳ ପାଇବେ। ନୂଆ ବିବାହିତ ଲୋକମାନଙ୍କୁ ସନ୍ତାନପ୍ରାପ୍ତି ହୋଇପାରେ । ଆର୍ଥିକ ସ୍ଥିତି ମଜବୁତ୍ ହେବ।

ବିଛା: ଧନତେରସରେ ଏହି ରାଶିର ଲୋକଙ୍କ ଭାଗ୍ୟ ଫିଟିବ। ସ୍ଥଗିତ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ଏବଂ ଶୀଘ୍ର ସମାପ୍ତ ହେବ । ଖାସ୍ କରି କ୍ୟାରିୟରରେ ଅଗ୍ରଗତି କରିବେ । ଆପଣ ଏକ ଉଚ୍ଚ ପଦବୀ ଏବଂ ବର୍ଦ୍ଧିତ ଦରମା ପାଇବେ । ଏହି ସମୟରେ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପରିବାର ସହିତ ଭଲ ସମୟ ବିତେଇବେ। 

ଧନୁ: ଚାକିରିରେ ନୂଆ ସୁଯୋଗ ମିଳିବ । ପୁରୁଣା ନିବେଶରୁ  ଲାଭ ପାଇବେ।  ଆପଣ ନିଜ ଚାକିରିରେ ପଦୋନ୍ନତି ପାଇପାରନ୍ତି । ବ୍ୟବସାୟରେ ଲାଭ ହେବ । ଘରେ ସୁଖ ଏବଂ ଶାନ୍ତି ବୃଦ୍ଧି ପାଇବ। ସ୍ବାସ୍ଥ୍ୟ ଭଲ ରହିବା ସହ ଆର୍ଥିକ ସ୍ଥିତି ବି ମଜବୁତ୍ ହେବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)