Dhanteras 2023: ୫୯ ବର୍ଷ ପରେ ଧନତେରସରେ ଗ୍ରହଙ୍କ ବିରଳ ସଂଯୋଗ, ଚମକିବ ୪ ରାଶିଙ୍କ ଭାଗ୍ୟ!
Advertisement

Dhanteras 2023: ୫୯ ବର୍ଷ ପରେ ଧନତେରସରେ ଗ୍ରହଙ୍କ ବିରଳ ସଂଯୋଗ, ଚମକିବ ୪ ରାଶିଙ୍କ ଭାଗ୍ୟ!

Dhanteras 2023: ଏହି ସମୟରେ ବୃହସ୍ପତି ମେଷ ରାଶିରେ ବିରାଜମାନ ହୋଇ ସୂର୍ଯ୍ୟଙ୍କ ଉପରେ ସପ୍ତମ ଦୃଷ୍ଟି ରଖିଛନ୍ତି । ସେପଟେ ଶନି ମୂଳ ତ୍ରିକୋଣ ସ୍ଥାନରେ ଥିବାରୁ ଶଶା ରାଜଯୋଗ ଗଠନ ହେବ। ଏଭଳି ସ୍ଥିତିରେ, ଦୀର୍ଘ ବର୍ଷ ପରେ ଗଠନ ହେବାକୁ ଥିବା ଏହି ବିରଳ ସଂଯୋଗ ରାଶିଚକ୍ରରେ ଥିବା ୪ଟି ଉପରେ ସକରାତ୍ମକ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ....

ସୌ(ସୋସିଆଲ ମିଡିଆ)

Dhanteras 2023 Auspicious Yog: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ଧନତେରସରେ ଗ୍ରହମାନଙ୍କ ବିରଳ ସଂଯୋଗ ଘଟିବାକୁ ଯାଉଛି । ଶନି ଦେବ ଦୀର୍ଘ ୩୦ ବର୍ଷ ପରେ ପ୍ରିୟ ରାଶି କୁମ୍ଭକୁ ଚଳନ କରିଛନ୍ତି । ଏହା ବ୍ୟତୀତ ସୂର୍ଯ୍ୟ ତୁଳା, ଶୁକ୍ର କନ୍ୟା ଓ ବୃହସ୍ପତି ମେଷ ରାଶିରେ ବିରାଜମାନ ଅଛନ୍ତି । ଜ୍ୟୋତିଷଙ୍କ ମତ ଅନୁଯାୟୀ, ଗ୍ରହମାନଙ୍କର ଏଭଳି ବିରଳ ସଂଯୋଗ ଦୀର୍ଘ ୫୯ ବର୍ଷ ପରେ ଘଟିଛି । ଏହି ସମୟରେ ବୃହସ୍ପତି ମେଷ ରାଶିରେ ବିରାଜମାନ ହୋଇ ସୂର୍ଯ୍ୟଙ୍କ ଉପରେ ସପ୍ତମ ଦୃଷ୍ଟି ରଖିଛନ୍ତି । ସେପଟେ ଶନି ମୂଳ ତ୍ରିକୋଣ ସ୍ଥାନରେ ଥିବାରୁ ଶଶା ରାଜଯୋଗ ଗଠନ ହେବ। ଏଭଳି ସ୍ଥିତିରେ, ଦୀର୍ଘ ବର୍ଷ ପରେ ଗଠନ ହେବାକୁ ଥିବା ଏହି ବିରଳ ସଂଯୋଗ ରାଶିଚକ୍ରରେ ଥିବା ୪ଟି ଉପରେ ସକରାତ୍ମକ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ....

ମେଷ ରାଶି- ଶାସ୍ତ୍ର ଅନୁଯାୟୀ, ଧନତେରସରେ ସୃଷ୍ଟି ହେବାକୁ ଥିବା ଏହି ବିରଳ ସଂଯୋଗ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଲାଭଦାୟୀ ରହିବ । ଏହି ସମୟରେ ଜୀବନରେ ପରିବର୍ତ୍ତନ ଆସିବ। କ୍ୟାରିୟରରେ ଅଗ୍ରଗତି । ବିନିଯୋଗ ବିପୁଳ ଲାଭ । ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଦେଖାଯିବ। ପରିବାର ଲୋକଙ୍କ ସହ ସମ୍ପର୍କରେ ସୁଧାର ଆସିବ । ଦୂରସ୍ଥାନକୁ ଯାତ୍ରା ନେଇ ବାଟ ଫିଟିବ ।

ମିଥୁନ ରାଶି- ଧନତେରସରେ ଗ୍ରହମାନଙ୍କ ଏହି ସଂଯୋଗ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ଓ ଚାକିରିରେ ପଦୋନ୍ନତି ମିଳିବ । ଶୁକ୍ରଙ୍କ କୃପାରୁ ଧନପ୍ରାପ୍ତ ନେଇ ଯୋଗ ରହିଛି । ବ୍ୟବସାୟୀମାନେ ଲାଭବାନ ହେବେ । ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ଆୟ ବଢିବା ସହିତ ବୈବାହିକ ଜୀବନ ସୁଖମୟ ହେବ ।

ସିଂହ ରାଶି- ଏହି ବିରଳ ସଂଯୋଗ ଦ୍ବାରା ସିଂହ ରାଶିର ଭାଗ୍ୟଦୋୟ ହେବାକୁ ଯାଉଛି । ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ବିବାହ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ଶୁକ୍ରଙ୍କ ଆର୍ଶୀବାଦରେ ବୈବାହିକ ଜୀବନ ଉନ୍ନତି ଆସିବ। ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ।

ମକର ରାଶି- ମକର ରାଶି ପାଇଁ ଧନତେରସ ଓ ଏହାର ପରବର୍ତ୍ତୀ ସମୟ ଆର୍ଥକ୍ ଦୃଷ୍ଟିକୋଣରୁ ବେଶ ଶୁଭଦାୟୀ ରହିବ । ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଟଙ୍କା ଆସିବ । ଆର୍ଥିକ୍ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ପରିବାରରେ ହସଖୁସି ଲାଗି ରହିବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ବିନିଯୋଗରୁ ଆର୍ଥିକ୍ ଲାଭ ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)