Dark Circles: ଡାର୍କ ସର୍କଲ ପାଇଁ ଆପଣ ଚିନ୍ତିତ କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର
Advertisement
Article Detail0/zeeodisha/odisha1417396

Dark Circles: ଡାର୍କ ସର୍କଲ ପାଇଁ ଆପଣ ଚିନ୍ତିତ କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

Dark Circles: ଆଜିକାଲି ସମସ୍ତ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ଏଥିପାଇଁ କିଏ ଘରୋଇ ଉପଚାର ମାଧ୍ୟମରେ ତ୍ବଚାକୁ ଚମକାଇ ଥାଏ ତ ଆଉ କିଏ ପାର୍ଲର ଯାଇ ତ୍ବଚାର ଯତ୍ନ ନେଇ ଥାଏ । କିନ୍ତୁ ବେଳେ ବେଳେ ଆଖି ଚାରିପଟେ ଡାର୍କ ସର୍କଲ ଆସିଥାଏ।

ସୌଜନ୍ୟ : ସୋସିଆଲ ମିଡିଆ

Dark Circles: ଆଜିକାଲି ସମସ୍ତ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି ।  ଏଥିପାଇଁ କିଏ ଘରୋଇ ଉପଚାର ମାଧ୍ୟମରେ ତ୍ବଚାକୁ ଚମକାଇ ଥାଏ ତ ଆଉ କିଏ ପାର୍ଲର ଯାଇ ତ୍ବଚାର ଯତ୍ନ ନେଇ ଥାଏ । କିନ୍ତୁ ବେଳେ ବେଳେ ଆଖି ଚାରିପଟେ ଡାର୍କ ସର୍କଲ ଆସିଥାଏ। ଯାହା ଆପଣଙ୍କ ସୌନ୍ଦର୍ଯ୍ୟକୁ ଫିକା ପକାଇ ଦେଇଥାଏ । ଯଦି ଆପଣ ଏହି ଡାର୍କ ସର୍କଲ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ, ଜାଣି ରଖନ୍ତୁ କିଛି ଘରୋଇ ଉପଚାର । ଯାହା ଆପଣଙ୍କୁ ଡାର୍କ ସର୍କଲ ସମସ୍ୟାରୁ ମୁକ୍ତି ଦେବ । 

 

ଜାଣି ରଖନ୍ତୁ କିଛି ଟିପ୍ସ :

ଶୋଇବା :

ଆଖି ଚାରିପଟେ ଡାର୍କ ସର୍କଲ ଆସିବା ସ୍ବାଭାବିକ କଥା । ଥକ୍କାପଥ ଓ ନିଦ ଅଭାବରୁ ଡାର୍କ ସର୍କଲ ଆସିଥାଏ । ଏଥିପାଇଁ ଆପଣ ପ୍ରତିଦିନ  ଅତି କମରେ ୭ ରୁ ୮ ଘଣ୍ଟା ଶୋଇବା ଉଚିତ୍ । ତାହା ପୁଣି ଗାଢ ନିଦରେ । ଯଦି ପ୍ରତିଦିନ ଆପଣ ଗାଢ ନିଦରେ ୭ରୁ ୮ ଘଣ୍ଟା ଶୁଅନ୍ତୁ । ତେବେ ଡାର୍କ ସର୍କଲ ସମସ୍ୟାରୁ ଆପଣ ମୁକ୍ତି ପାଇ ପାରିବେ।  

ଏହାବି ପଢନ୍ତୁ : Health Tips: ଶୀଘ୍ର ପତଳା ହେବାକୁ ଚାହୁଁଛନ୍ତି କି ? ତେବେ ବ୍ରେକଫାଷ୍ଟରେ ସାମିଲ କରନ୍ତୁ ଏସବୁ ଖାଦ୍ୟ

ଆଖିକୁ ଥଣ୍ଡା ରଖିବା ଜରୁରୀ :

ଯଦି ଆପଣ ଡାର୍କ ସର୍କଲ ସମସ୍ୟାରେ ଜୁଝି ହେଉଛନ୍ତି । ତେବେ ଆପଣ ଶୋଇବା ସମୟରେ କୋଲ୍ଟ କମ୍ରେସ (cold compress) ବ୍ୟବହାର କରି ପାରିବେ। ଏହା ଏହା ଡାର୍କ ସର୍କଲ୍କୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

ସୂର୍ଯ୍ୟଙ୍କ କିରଣ ଆଗକୁ ବେଶି ଯାଆନ୍ତୁ ନାହିଁ  :

ଯଥା ସମ୍ଭବ ଆପଣ ବାହାରକୁ ଯିବା କମ୍ କରନ୍ତୁ, ଅର୍ଥାତ ସୂର୍ଯ୍ୟଙ୍କ ଆଗକୁ ଯାଆନ୍ତୁ ନାହିଁ । ଯଦି ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି , ତେବେ ଆପଣ ସନ ଗ୍ଲାସ ବ୍ୟବହାର କରନ୍ତୁ । 

କାକୁଡି :

ଡାର୍କ ସର୍କଲରୁ ମୁକ୍ତି ପାଇବା ପାଇଁ କାକୁଡି ଏକ ଭଲ ପ୍ରତିକାର । ଆପଣ ନିଜ ମୁହଁରେ କାକୁଡି ପେଷ୍ଟକୁ ୧୦ ମିନିଟ୍ ପାଇଁ ଲଗାଇ ପାରିବେ । ତା’ପରେ ସେହି ସ୍ଥାନକୁ ଥଣ୍ତା ପାଣିରେ ଧୋଇ ପାରିବେ। ଏପରି ଭାବରେ ପ୍ରତିକାର, ସପ୍ତାହରୁ ଦୁଇ ସପ୍ତାହ ପର୍ଯ୍ଯନ୍ତ କଲେ ଭଲ ରେଜଲ୍ଟ  ମଧ୍ୟ ପାଇ ପାରିବେ।  ଏହାର କୌଣସି ପାଶ୍ବ ପ୍ରତିକ୍ରିୟା ମଧ୍ୟ ନାହିଁ । 

ବାଦାମ ତେଲ ଏବଂ ଭିଟାମିନ୍ ଇ କ୍ୟାପସୁଲ :

ଆଖି ଚାରିପାଖରୁ ଡାର୍କ ସର୍କଲ ହଟାଇବା ପାଇଁ ବାଦାମ ତେଲ ଏବଂ ଭିଟାମିନ୍ ଇ କ୍ୟାପସୁଲ ବେଶ୍ ସହାୟକ ହୋଇଥାଏ । ବିଶେଷଜ୍ଞମାନେ କହନ୍ତି ଯେ, ଶୋଇବା ପୂର୍ବରୁ ବାଦାମ ତେଲ ଏବଂ ଭିଟାମିନ୍ ଇ ର ମିଶ୍ରଣ ପ୍ରୟୋଗ କଲେ ଅନେକ ଲାଭ ମିଳିଥାଏ ଆପଣ ଏହି ମିଶ୍ରଣକୁ ହାତରେ ନେଇ ଶୋଇବା ପୂର୍ବରୁ ଡାର୍କ ସର୍କଲ୍ ଏରିଆକୁ ମସାଜ୍ କରିପାରିବେ । 

ଭିଟାମିନ୍ କେ

ଭିଟାମିନ କେ ମଧ୍ୟ ଡାର୍କ ସର୍କଲ ହଟାଇବା ପାଇଁ ବେଶ ସହାୟକ ହୋଇଥାଏ । ୨୦୧୫ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଆଖି ତଳେ କଫିନ୍ ଏବଂ ଭିଟାମିନ୍ କେ ର ମିଶ୍ରଣ ଥିବା ଏକ ପ୍ୟାଡ୍(placing pad) ରଖିବା ଡାର୍କ ସର୍କଲ କମ୍ ହୋଇଥାଏ । 

ଟି' ବ୍ୟାଗ୍ 
ଦୁଇଟି ଟି' ବ୍ୟାଗ୍ (Tea bags) କୁ ଗରମ ପାଣିରେ ଭିଜାନ୍ତୁ । ତା’ପରେ ବ୍ୟାଗ ଗୁଡ଼ିକୁ ଫ୍ରିଜରେ କିଛି ମିନିଟ୍ ରଖନ୍ତୁ । ଏହାପରେ ବ୍ୟାଗକୁ ପ୍ରତ୍ୟେକ ଆଖି ଉପରେ ପାଞ୍ଚ ମିନିଟ୍ ରଖନ୍ତୁ । ଶୋଇବା ପୂର୍ବରୁ ଏଭଳି ପ୍ରତ୍ୟକ ଦିନ କରିବା ଦ୍ବାରା ଡାର୍କ ସର୍କଲ କମ୍ ହୋଇଥାଏ । 

ଆଳୁ 
ଡାର୍କ ସର୍କଲ କମ୍ କରିବାରେ ମଧ୍ୟ ଆଳୁ ବେଶ ସହାୟକ ହୋଇଥାଏ । ଆପଣ ଆଳୁର ଚୋପା କାଢି ଦିଅନ୍ତୁ ପରେ ବୃତ୍ତ ଆକାରର ଆଳୁ ଗୁଡିକୁ କାଟି ଦିଅନ୍ତୁ। ଆଳୁକୁ ଏକ କପଡ଼ାରେ ଗୁଡ଼ାଇ ଦିଅ । ଏହାକୁ ପ୍ରାୟ ୨୦ ମିନିଟ୍ ଆଖି ତଳେ ରଖିବା ଆବଶ୍ୟକ ,ଏହି ପଦ୍ଧତି ପରେ ମୁହଁ ଧୋଇବାକୁ ଭୁଲନ୍ତୁ ନାହିଁ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)