Money Making Plant: ମନି ପ୍ଲାଣ୍ଟ ଠାରୁ ଅଧିକ ଶକ୍ତିଶାଳୀ ଏହି ଗଛ, ଘରେ ଲଗାଇଲେ ହେବ ଟଙ୍କାର ବର୍ଷା !
Advertisement
Article Detail0/zeeodisha/odisha1501085

Money Making Plant: ମନି ପ୍ଲାଣ୍ଟ ଠାରୁ ଅଧିକ ଶକ୍ତିଶାଳୀ ଏହି ଗଛ, ଘରେ ଲଗାଇଲେ ହେବ ଟଙ୍କାର ବର୍ଷା !

Money Making Plant: ଅଧିକାଂଶ ଲୋକମାନେ ନିଜ ଘର ଏବଂ ବାଲକୋନୀରେ ସଜାଇବା ପାଇଁ ବିଭିନ୍ନ ପ୍ରକାର ଗଛ ଶୋ' ପାଇଁ ରଖିଥାନ୍ତି । ଅବଶ୍ୟ, ଏହି ଗଛ ଗୁଡିକ କେବଳ ଘରର ସାଜସଜ୍ଜା ପାଇଁ କାମ କରନ୍ତି ନାହିଁ, ବରଂ ବାସ୍ତୁଦୋଷକୁ ହଟାଇବା ପାଇଁ ମଧ୍ୟ କାର୍ଯ୍ୟ କରନ୍ତି।

Money Making Plant: ମନି ପ୍ଲାଣ୍ଟ ଠାରୁ ଅଧିକ ଶକ୍ତିଶାଳୀ ଏହି ଗଛ, ଘରେ ଲଗାଇଲେ ହେବ ଟଙ୍କାର ବର୍ଷା !

Money Making Plant: ଅଧିକାଂଶ ଲୋକମାନେ ନିଜ ଘର ଏବଂ ବାଲକୋନୀରେ ସଜାଇବା ପାଇଁ ବିଭିନ୍ନ ପ୍ରକାର ଗଛ ଶୋ' ପାଇଁ ରଖିଥାନ୍ତି । ଅବଶ୍ୟ, ଏହି ଗଛ ଗୁଡିକ କେବଳ ଘରର ସାଜସଜ୍ଜା ପାଇଁ କାମ କରନ୍ତି ନାହିଁ, ବରଂ ବାସ୍ତୁଦୋଷକୁ ହଟାଇବା ପାଇଁ ମଧ୍ୟ କାର୍ଯ୍ୟ କରନ୍ତି। ଘରେ ଅନେକ ଗଛ ଲଗାଇଲେ ଦେବାଦେବୀଙ୍କ ଆର୍ଶିବାଦ ମିଳିଥାଏ । ଏବଂ ଘରେ ସବୁବେଳେ ସକରାମତ୍ମକ ଭାବନା ଜାଗ୍ରତ ହୁଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଏହାକୁ ଘରେ ଲଗାଇଲେ କେବେବି ଘରେ ଅର୍ଥର ସମସ୍ୟା ଦେଖାଦେଇ ନଥାଏ ।  ମନ ପ୍ଲାଣ୍ଟ ଅପେକ୍ଷା ଏହି ଗଛର ରହିଛି  ଅଧିକ ଚମତ୍କାରିତା । ତେବେ, ଏହି ଗଛର ନାଁ ହେଉଛି 
କ୍ରାସୁଲା ପ୍ଲାଣ୍ଟ (Crassula Plant)। ଏହା ଧନକୁ ଆକର୍ଷିତ କରିଥାଏ ଏବଂ ଶୁକ୍ର ଗ୍ରହକୁ ମଧ୍ୟ ମଜବୁତ କରିଥାଏ । ଏହା ମଧ୍ୟ ପ୍ରଭୁ କୁବେରଙ୍କ ପ୍ରିୟ ଗଛ ବୋଲି କୁହାଯାଏ । ଏହାକୁ ଘରେ ଲଗାଇଲେ ଅର୍ଥର ସମସ୍ୟା ଘରେ କେବେ ରୁହେ ନାହିଁ । ତଥାପି, ଏହାକୁ ଘରେ ରଖିବାବେଳେ ସଠିକ୍ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। 

କ୍ରାସୁଲା ପ୍ଲାଣ୍ଟ ପାଇଁ ସଠିକ୍ ଦିଗରେ ରଖିବା ଉଚିତ୍ : 

- ଏହି ଗଛ ଆର୍ଥିକ ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେଇଥାଏ । ଏହି ଗଛକୁ ଉତ୍ତର ଦିଗରେ ରଖିବା ଉଚିତ୍ । 

-  ଯଦି ଆପଣ ଚାକିରିରେ ଅଗ୍ରଗତି ଏବଂ ପଦୋନ୍ନତି ପାଇଁ ଅପେକ୍ଷା କରୁଛନ୍ତି, ତେବେ ଏହି ଗଛକୁ ଦକ୍ଷିଣ-ପଶ୍ଚିମ ଦିଗରେ ଲଗାଇବା ଉଚିତ୍ । ଏହା ପଦୋନ୍ନତିର ସମ୍ଭାବନା ସୃଷ୍ଟି କରିପାରିବ। 

- ଘରେ ସୁଖ ଏବଂ ସମୃଦ୍ଧତା ପାଇଁ କ୍ରାସୁଲା ଗଛକୁ ଟେରାସ କିମ୍ବା ବାଲକୋନୀରେ ରଖିବା ଉଚିତ ।

- କ୍ରାସୁଲା ପ୍ଲାଣ୍ଟକୁ ସର୍ବଦା ଏକ ଖୋଲା ସ୍ଥାନରେ ରଖିବା ଉଚିତ୍ । ଗଛକୁ ଏକ ବନ୍ଦ ସ୍ଥାନରେ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଏ । ଏହା କରିବା ଦ୍ୱାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇପାରେ। 

- ବନ୍ଦ ସ୍ଥାନରେ, କବାଟ ପାଖରେ ଏବଂ ଶଯ୍ୟା କକ୍ଷରେ ଏହା ଲଗାନ୍ତୁ ନାହିଁ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । )

ଏହାବି ପଢନ୍ତୁ : Magh Month 2023: ମାଘ ମାସରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ ଭୋଗିବେ ନର୍କ ଯନ୍ତ୍ରଣା !

ଏହାବି ପଢନ୍ତୁ : Tulsi Plant: ତୁଳସୀ ଗଛର ପତ୍ର ଝଡା ଦିଏ ଶୁଭ ଅଶୁଭର ସଙ୍କେତ, ଏହି ଖରାପ ଘଟଣା ଆଡକୁ କରିଥାଏ ଇଶାରା

ଏହାବି ପଢନ୍ତୁ : Vastu Tips: ରୋଷେଇ ଘରୁ ପଡୋଶୀକୁ ଭୁଲରେ ବି ଦିଅନ୍ତୁନି ଏହି ଚାରୋଟି ଜିନିଷ, ନଚେତ ହୋଇଯିବେ କାଙ୍ଗାଳ