Health Tips : ଜାଣନ୍ତୁ ଏହି ସବୁ ପାନୀୟ ବିଷୟରେ , ଯାହା ଆପଣଙ୍କୁ ରଖିବ ଫିଟ୍, ବ୍ୟବହାର କଲେ ଛୁଇଁବନି ରୋଗ
Advertisement

Health Tips : ଜାଣନ୍ତୁ ଏହି ସବୁ ପାନୀୟ ବିଷୟରେ , ଯାହା ଆପଣଙ୍କୁ ରଖିବ ଫିଟ୍, ବ୍ୟବହାର କଲେ ଛୁଇଁବନି ରୋଗ

Health Tips : ଆଜିକାଲି ସମସ୍ତେ ସୁନ୍ଦର ସୁସ୍ଥ୍ୟ ପାଇଁ ଅନେକ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । କିଏ ଜିମ୍ ଯାଉଛି ତ ଆଉ କିଏ ସନ୍ତୁଳିତ ଖାଦ୍ୟ ଖାଉଛି । ତ ଆଉ ଦିନକୁ ପୁରା ସତେଜ ପାଇଁ ହେଲଦି ଡ୍ରିଙ୍କସ ପିଉଛି ।

ସୌଜନ୍ୟ : ସୋସିଆଲ ମିଡିଆ

Health Tips : ଆଜିକାଲି ସମସ୍ତେ ସୁନ୍ଦର ସୁସ୍ଥ୍ୟ ପାଇଁ ଅନେକ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । କିଏ ଜିମ୍ ଯାଉଛି ତ ଆଉ କିଏ ସନ୍ତୁଳିତ ଖାଦ୍ୟ ଖାଉଛି । ତ ଆଉ ଦିନକୁ  ପୁରା ସତେଜ ପାଇଁ ହେଲଦି ଡ୍ରିଙ୍କସ ପିଉଛି ।  ଏହି ହେଲଦି ଡ୍ରିଙ୍କସ ପୁରା ଦିନ ଆପଣଙ୍କୁ କାମ କରିବା ପାଇଁ ଶକ୍ତି ଯୋଗାଇଥାଏ । ମୋଟାପଣକୁ କମ କରିବା ସହ ଶରୀରରେ ଚମକ ମଧ୍ୟ ଆଣିଥାଏ ।  ତେବେ, ଆସନ୍ତୁ ଜାଣିବା ଏଭଳି କିଛି ହେଲଦି ଡ୍ରିଙ୍କସ ବିଷୟରେ । 

ପଇଡ ପାଣି, ଏହା ଶରୀରକୁ ଶକ୍ତି ଯୋଗାଇ ଥାଏ । କୁହାଯାଏ ଯେ, ଉଚ୍ଚ-ପୋଟାସିୟମ୍ ପଇଡ ପାଣିରେ ଥିବାରୁ ରକ୍ତଚାପ ହ୍ରାସ କରିବାରେ ସହାୟକ ହୋଇଥାଏ । ଯାହା ଆପଣଙ୍କୁ ହୃଦୟକୁ ସୁସ୍ଥ ରଖିଥାଏ । ଏହା ଆପଣଙ୍କୁ ଷ୍ଟ୍ରୋକରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏହାସହ ମୋଟାପଣ ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବା ସହ ଆପଣଙ୍କ ମୁହଁରେ ଥିବା ବିଭିନ୍ନ ଦାଗୁ ହଟାଇବା ସହ ଚମକ ମଧ୍ୟ ଆଣିଥାଏ । ସେହିପରି ଶରୀର ପାଇଁ ବେଶ ଲାଇଦାୟକ ହେଉଛି ଆଲୋଭେରା ଜୁସ । ସକାଳୁ ଏହାକୁ ଆପଣ ଖାଲି ପେଟରେ ପିଇ ପାରିବେ। ଆଲୋଭେରା ଜୁସ୍ ଆଣ୍ଟିଅକ୍ସିଡାଣ୍ଟର ଏକ ସମୃଦ୍ଧ ଉତ୍ସ । ଯାହା ଶରୀରର ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । 

ପ୍ରତିଦିନ ଆଲୋଭେରା ଜୁସ ପିଉଥିବା ଲୋକଙ୍କ ଠାରେ ମଧୁମେହ, ହୃଦରୋଗ ଓ କର୍କଟ ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ । ସେହିପରି  ଡାଳିମ୍ବ ଚା' (Pomegranate Tea) ଏହା ଶରୀର ପାଇଁ ବେଶ ଲାଭକରୀ ସାବ୍ୟସ୍ତ ହୋଇଛି । ପ୍ରତିଦିନ ଖାଲି ପେଟରେ ଏହି ଚା ପିଉଥିବା ଲୋକଙ୍କୁ ଅନେକ ଫାଇଦା ମିଳିଥାଏ ।  ଏହା ଆପଣଙ୍କ ବ୍ଲଡ ଷ୍ଟ୍ରେନ୍ ପର୍ଯ୍ୟାୟକୁ ହ୍ରାସ କରିପାରେ, ଯାହା କରୋନାରୀ ହୃଦୟର ସ୍ୱାସ୍ଥ୍ୟ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହି ନିର୍ଦ୍ଦିଷ୍ଟ ଚା କୋଲେଷ୍ଟ୍ରଲ ସ୍ତରକୁ କମ କରିଥାଏ । ଏବଂ ରକ୍ତରେ ଅମ୍ଳଜାନ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ଭରପୂର ମାତ୍ରାରେ ଥାଏ । ଗ୍ରୀନ ଟି ଲସି (Green tea lassi) ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ରକ୍ତରେ ଶର୍କରା ନିୟନ୍ତ୍ରଣ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକୁ ପ୍ରୋତ୍ସାହିତ କରେ | ଏହା ଚର୍ମ ଏବଂ ଯକୃତକୁ ସୁସ୍ଥ ରଖିବା ସହ ଚର୍ବି ରକ୍ତ ସ୍ତର ହ୍ରାସ କରିବା, ରକ୍ତଚାପ ନିୟନ୍ତ୍ରଣ କରିବା ଏବଂ ମସ୍ତିଷ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ । ସେଥିପାଇଁ  ଅଧିକାଂଶ ଲୋକେ ଗ୍ରୀନ ଲସି ପିଇବାକୁ ପସନ୍ଦ କରନ୍ତି । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)