ଖୁସି ଖବର! ଲୋକଙ୍କ ଠାରୁ Battery କିଣିବେ କମ୍ପାନୀ, ଜାଣନ୍ତୁ ସରକାର କାହିଁକି ଦେଲେ ଏହି ନିର୍ଦ୍ଦେଶ
Advertisement

ଖୁସି ଖବର! ଲୋକଙ୍କ ଠାରୁ Battery କିଣିବେ କମ୍ପାନୀ, ଜାଣନ୍ତୁ ସରକାର କାହିଁକି ଦେଲେ ଏହି ନିର୍ଦ୍ଦେଶ

ବ୍ୟାଟେରୀ ଉତ୍ପାଦନକାରୀ କମ୍ପାନୀଗୁଡିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡାକଡି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ସରକାର ଦେଇଥିବା ଆଦେଶରେ ବ୍ୟାଟେରୀ ନିର୍ମାତାମାନଙ୍କୁ ଗ୍ରାହକଙ୍କଠାରୁ ପୁରୁଣା ବ୍ୟାଟେରୀ ସଂଗ୍ରହ କରିବାକୁ କୁହାଯାଇଛି। 

ଖୁସି ଖବର! ଲୋକଙ୍କ ଠାରୁ Battery କିଣିବେ କମ୍ପାନୀ, ଜାଣନ୍ତୁ ସରକାର କାହିଁକି ଦେଲେ ଏହି ନିର୍ଦ୍ଦେଶ

Battery Waste Management, ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଏକ ଖୁସି ଖବର ଆସିଛି । ବ୍ୟାଟେରୀ ଉତ୍ପାଦନକାରୀ କମ୍ପାନୀଗୁଡିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡାକଡି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଫୋନ୍, ଖେଳନା, ରିମୋଟ୍, ଘଣ୍ଟା, ଲ୍ୟାପଟପ, ଗାଡି ଅନ୍ୟ ଉପକରଣରେ ଲାଗୁଥିବା ବ୍ୟାଟେରୀକୁ ବ୍ୟବହାର ପରେ ଆପଣ ଫିଙ୍ଗିଦିଅନ୍ତି । କିନ୍ତୁ ବର୍ତ୍ତମାନ ସେହି ପୁରୁଣା ବ୍ୟାଟେରୀକୁ  ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡିକ ଆପଣଙ୍କ ଠାରୁ କିଣିବେ । ଫଳରେ ଗ୍ରାହକମାନେ ସିଧାସଳଖ ଉପକୃତ୍ତ ହେବେ । ତେବେ ଏବେଠାରୁ ପୁରୁଣା ବ୍ୟାଟେରୀକୁ ନ ଫିଙ୍ଗି ସାଇତି ରଖନ୍ତୁ ।

ବ୍ୟାଟେରୀ ଉତ୍ପାଦନକାରୀ କମ୍ପାନୀଗୁଡିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡାକଡି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ସରକାର ଦେଇଥିବା ଆଦେଶରେ ବ୍ୟାଟେରୀ ନିର୍ମାତାମାନଙ୍କୁ ଗ୍ରାହକଙ୍କଠାରୁ ପୁରୁଣା ବ୍ୟାଟେରୀ ସଂଗ୍ରହ କରିବାକୁ କୁହାଯାଇଛି । ପୁରୁଣା ବ୍ୟାଟେରୀକୁ ଫେରାଇବା ପାଇଁ କମ୍ପାନୀଗୁଡିକ ବ୍ୟାଟେରୀ ବାଇବ୍ୟାକ୍ କିମ୍ବା ଡିପୋଜିଟ ରିଫଣ୍ଡ ଭଳି ଯୋଜନା ଆରମ୍ଭ କରିପାରିବେ ବୋଲି ସରକାର ପରାମର୍ଶ ଦେଇଛନ୍ତି ।

Also Read: Jharkhand Political Crisis: ଝାଡ଼ଖଣ୍ଡରେ କାମ କରିବ କି ଲାଲୁ ମଡେଲ?

Battery Waste Management ସହ ସରକାର ଏହି ପଦକ୍ଷେପ ମାଧ୍ୟମକେ ସର୍କୁଲାର ଅର୍ଥନୀତିକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏହା କରିବା ଦ୍ୱାରା ଖରାପ ଜିନିଷ ହ୍ରାସ କରିବାରେ ସହାୟକ ହେବ । ସରକାର ଆଶା କରୁଛନ୍ତି ଯେ, ଏହି ପଦକ୍ଷେପ ଦ୍ୱାରା ଖଣିଜ ପଦାର୍ଥ ଏବଂ ଖଣି ଉପରେ କମ୍ପାନୀର ନିର୍ଭରଶୀଳତା ହ୍ରାସ ପାଇବ। ଏହି ସମୟରେ, ବ୍ୟାଟେରୀର ମୂଲ୍ୟ (ପୋର୍ଟେବଲ୍ କିମ୍ବା ଇଭି) ମଧ୍ୟ କମ୍ ହେବ । ପୁନଃବ୍ୟବହାର ପାଇଁ କଞ୍ଚାମାଲ ବ୍ୟବହାର କରିବାର ସମୟସୀମା ସ୍ଥିର କରାଯାଇଛି । ଏହାକୁ ତଦାରଖ କରିବା ପାଇଁ ସରକାର ଏକ କମିଟି ଗଠନ କରିବେ । ଏହି କମିଟି ସରକାରଙ୍କ ଆଦେଶ ପାଳନ କରୁନଥିବା ବ୍ୟାଟେରୀ କମ୍ପାନୀ ଗୁଡିକ ଉପରେ ଜରିମାନା ଲଗାଇବେ ।

ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, କ୍ଷତିପୂରଣ ପ୍ରଦାନ ଦ୍ୱାରା ବ୍ୟାଟେରୀ ନିର୍ମାତାଙ୍କ Extended Producer Responsibility ସମାପ୍ତ ହେବ ନାହିଁ । ତିନି ବର୍ଷ ମଧ୍ୟରେ ଲାଗୁ ହୋଇଥିବା 'ପରିବେଶ କ୍ଷତିପୂରଣ' ନିର୍ମାତାଙ୍କୁ ଫେରସ୍ତ କରାଯିବ । ତେବେ ଏଥିରେ କେତେକ ସର୍ତ୍ତ ରଖାଯାଇଛି । ସେଗୁଡିକ ହେଲା...

ବର୍ଷେ ମଧ୍ୟରେ ୭୫ ବର୍ଷ କ୍ଷତିପୂରଣ ଫେରସ୍ତ ହେବ । 
ଦୁଇ ବର୍ଷ ମଧ୍ୟରେ ୬୦ ପ୍ରତିଶତ କ୍ଷତିପୂରଣ ଫେରସ୍ତ ହେବ । 
ତିନି ବର୍ଷ ମଧ୍ୟରେ ୪୦ ପ୍ରତିଶତ କ୍ଷତିପୂରଣ ଫେରସ୍ତ କରାଯିବ ।

Also Read: ଟାଇମ୍ ଟ୍ରାଭେଲ ସହ ଜଡ଼ିତ ଏହି ୧୦ଟି ଫଟୋ କୁହେ ଯେ ସମୟର ରହସ୍ୟ ବୁଝିବା ଅସମ୍ଭବ

ଗ୍ରାହକଙ୍କ ଠାରୁ ସଂଗ୍ରହ କରାଯାଇଥିବା ପୁରୁଣା ବା ନଷ୍ଟ ହୋଇଯାଇଥିବା ବ୍ୟାଟେରୀର ରିସାଇକେଲ ହେବ ବା ତାକୁ ପୁନଃବ୍ୟବହାରଯୋଗ୍ୟ କରାଯିବ । Precedence Research ଅନୁସାରେ ୨୦୩୦ ସୁଦ୍ଧା ବିଶ୍ୱରେ Lithium-ion battery recycling ମାର୍କେଟର ଆକାର ୪୦.୬ ବିଲିୟନ ଆମେରିକୀୟ ଡଲାର ହେବ । ୨୦୨୧ରେ ଏହା ୪.୯ ବିଲିୟନ ଡଲାର ଥିଲା। ୨୦୨୨ରୁ ୨୦୩୦ ମଧ୍ୟରେ CAGR ୨୬.୪୮ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।