ହରମୋନ ଅସନ୍ତୁଳନ ହେବାର କାରଣ କଣ ଏବଂ ଲକ୍ଷଣ କଣ ?
Advertisement
Article Detail0/zeeodisha/odisha1906242

ହରମୋନ ଅସନ୍ତୁଳନ ହେବାର କାରଣ କଣ ଏବଂ ଲକ୍ଷଣ କଣ ?

ସୁସ୍ଥ ରହିବା ପାଇଁ ହେଲେ ଶରୀରରେ ହରମୋନର ସନ୍ତୁଳନ ରହିବା ନିହାତି ଆବଶ୍ୟକ । ହରମୋନ ଇମବାଲାନ୍ସ ହେଲେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦିଏ । ଦୁର୍ବଳ ଲାଗିବା ଠାରୁ ଆରମ୍ଭ କରି ଚିଡ଼ଚିଡ଼ା ଲାଗିବା ପର୍ଯ୍ୟନ୍ତ ସମସ୍ୟା ଆସିଥାଏ । ଏମିତିରେ ମହିଳା ମାନଙ୍କ କ୍ଷେତ୍ରରେ ଗର୍ଭାବସ୍ଥା, ମେନୋପୋଜ୍ ଏବଂ ଋତୁସ୍ରାବ ସମୟରେ ହରମୋନ୍ ଇମବାଲାନ୍ସ ହୋଇଥାଏ । କ

SOCIAL MEDIA

ସୁସ୍ଥ ରହିବା ପାଇଁ ହେଲେ ଶରୀରରେ ହରମୋନର ସନ୍ତୁଳନ ରହିବା ନିହାତି ଆବଶ୍ୟକ । ହରମୋନ ଇମବାଲାନ୍ସ ହେଲେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦିଏ । ଦୁର୍ବଳ ଲାଗିବା ଠାରୁ ଆରମ୍ଭ କରି ଚିଡ଼ଚିଡ଼ା ଲାଗିବା ପର୍ଯ୍ୟନ୍ତ ସମସ୍ୟା ଆସିଥାଏ । ଏମିତିରେ ମହିଳା ମାନଙ୍କ କ୍ଷେତ୍ରରେ ଗର୍ଭାବସ୍ଥା, ମେନୋପୋଜ୍ ଏବଂ ଋତୁସ୍ରାବ ସମୟରେ ହରମୋନ୍ ଇମବାଲାନ୍ସ ହୋଇଥାଏ । କିନ୍ତୁ ଆଜିକାଲି ଲାଇଫ୍ ସ୍ଟାଇଲର ପରିବର୍ତ୍ତନ ପାଇଁ ଅଧିକ ସମସ୍ୟା ଦେଖାଯାଉଛି । ହରମୋନ ସନ୍ତୁଳନ ବଜାୟ ରଖିବା ପାଇଁ ଦିନଚର୍ଯ୍ୟା ଏବଂ ଖାଇବା ପିଇବାରେ କିଛି ପରିବର୍ତ୍ତନ କରାଯାଇ ପାରିବ ।

ଯଦି ହରମୋନ ସନ୍ତୁଳିତ ନହେବ ତାହେଲେ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇପାରେ । ସେଥିପାଇଁ ଶରୀରରେ ହେବାକୁ ଥିବା ପରିବର୍ତ୍ତନ ଉପରେ ଧ୍ୟାନ ଦେବା ଜରୁରୀ । ଚାଲନ୍ତୁ ଜାଣିବା ହରମୋନ ଅସନ୍ତୁଳନ ହେବାର କାରଣ କଣ ଏବଂ ଲକ୍ଷଣ କଣ ?

ହରମୋନ କଣ ?

ଶରୀରରେ ଉପସ୍ଥିତ ଏଣ୍ଡୋକ୍ରାଇନ ସିଷ୍ଟମରୁ ହରମୋନର ଉତ୍ପାଦନ କିମ୍ବା ସ୍ରାବ ହୋଇଥାଏ । ହରମୋନ ଏକ ପ୍ରକାରର ରସାୟନ ହୋଇଥାଏ । ଯାହା ଶରୀରର ବିଭିନ୍ନ ସ୍ଥାନକୁ ଯାଇ ଏକ ମେସେଞ୍ଜର ବା ତଥ୍ୟବାହାକ ଭଳି କାମ କରିଥାଏ । ଯେତେବେଳେ ହରମୋନର ମାତ୍ରା କମେ କିମ୍ବା ବଢ଼େ ତାହାକୁ ହରମୋନ ଇମବାଲାନ୍ସ ବୋଲି କୁହାଯାଏ । ଯାହାର ପ୍ରଭାବ ଶରୀରରେ ଅନେକ ସମସ୍ୟା କରିଥାଏ ।

ମହିଳା ମାନଙ୍କ କ୍ଷେତ୍ରରେ ହରମୋନାଲ ଇମବାଲାନ୍ସ ହେଲେ ଋତୁସ୍ରାବରେ ଅନିୟମିତତା ଦେଖାଦିଏ । ହଠାତ୍ ଓଜନ ବଢ଼ିବା କିମ୍ବା କମିବା, ପିଠିର ତଳ ଭାଗରେ ଦରଜ ହେବା, ଚର୍ମରେ ସମସ୍ୟା ଦେଖାଦେବା, ବାଳ ଝଡ଼ିବା, ଦୁର୍ବଳ ଲାଗିବା, ନିଦ ଠିକ୍ ନହେବା ଭଳି ସମସ୍ୟା ଦେଖାଦିଏ ।

ଏହି ଖାଦ୍ୟ ଦ୍ବାରା ମଧ୍ୟ ହରମୋନ ଇମବାଲାନ୍ସ ହୁଏ

ଖରାପ ଖାଦ୍ୟ ମଧ୍ୟ ହରମୋନ ଇମବାଲାନ୍ସର ଏକ ବଡ଼ କାରଣ । ଅଧିକ ମିଠା ଖାଦ୍ୟ, ମଇଦାରେ ପ୍ରସ୍ତୁତ ଖାଦ୍ୟ, ଅଧିକ ତେଲରେ ପ୍ରସ୍ତୁତ ଖାଦ୍ୟ , ପ୍ରୋସେସଡ ଖାଦ୍ୟ, ଆଲକହଲ ଏବଂ ସ୍ମୋକିଂ ଭଳି ଜିନିଷ ହରମୋନରେ ଅସନ୍ତୁଳନ ଆଣିଥାଏ । ଏହାସହ ଖରାପ ଦୈନନ୍ଦିନ ଜୀବନ ଶୈଳୀ ମଧ୍ୟ ହରମୋନ ଉପରେ ପ୍ରଭାବ ପକାଇଥାଏ ।

ଷ୍ଟେରୋଏଡ଼ ଯୁକ୍ତ ଔଷଧ

କୌଣସି ରୋଗରେ ପିଡ଼ୀତ ଥିଲେ ଏବଂ କୌଣସି ଔଷଧ ପ୍ରତ୍ୟେକ ଦିନ ଖାଉଥିଲେ ହରମୋନ ଅସୁନ୍ତଳନ ହୋଇଥାଏ । ଏଭଳି ସ୍ଥିତିରେ ଡ଼ାକ୍ତରଙ୍କ ପରାମର୍ଶ ଜରୁରୀ ।

ଅଧିକ ଚିନ୍ତା କରିବା

ମହିଳା ମାନଙ୍କ କ୍ଷେତ୍ରରେ ହରମୋନ ଅସନ୍ତୁଳନର ଆଉ ଗୋଟିଏ କାରଣ ହୋଇଥାଇପାରେ ଯେ ଅଧିକ ଚିନ୍ତା କରିବା । ଚିନ୍ତାରୁ ଦୂରେଇ ରହିବା ଆବଶ୍ୟକ । ଯଦି କେହି ଅଧିକ ଚିନ୍ତା କରନ୍ତି ତାହେଲେ ଶରୀରରେ କାର୍ଟିସୋଲର ଉତ୍ପାଦନ ଅଧିକ ହୁଏ, ଯେଉଁଥିରେ ନିଦ ନଆସିବା, ଥକ୍କା ଲାଗିବା ଭଳି ସମସ୍ୟା ଦେଖାଦିଏ ।