Budha Gochar 2023: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଧଙ୍କ ଚଳନ, ମାଟି ଧରିଲେ ହେବ ସୁନା!
Advertisement
Article Detail0/zeeodisha/odisha1923158

Budha Gochar 2023: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଧଙ୍କ ଚଳନ, ମାଟି ଧରିଲେ ହେବ ସୁନା!

Budha Gochar 2023:  ବୁଧ ଅକ୍ଟୋବର ୨୨ରେ ତୁଳା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି (mercury transit in libra october 2023) ।  ସେ ଏହି ରାଶିରେ  ନଭେମ୍ବର ୬ ପର୍ଯ୍ୟନ୍ତ ରହିବେ। ତେବେ, ବୁଧଙ୍କୁ ଏହି ରାଶି ପରିବର୍ତ୍ତନ ୩ ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ତିନି ରାଶିଙ୍କ ବିଷୟରେ...

Budha Gochar 2023: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଧଙ୍କ ଚଳନ, ମାଟି ଧରିଲେ ହେବ ସୁନା!

Budha Gochar 2023: ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରତ୍ୟକ ଗ୍ରହ ଏକ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି ।  ଆଉ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ କିଛି ରାଶିକୁ (Zodiac signs) ଶୁଭଫଳ ପ୍ରଦାନ କରୁଥିବା ବେଳେ ଆଉ କିଛି ରାଶିକୁ ଅଶୁଭ ଫଳ ପ୍ରଦାନ କରିଥାଏ। ବୁଧଙ୍କୁ (mercury transit) ବ୍ୟବସାୟ ଓ ବୁଦ୍ଧିର କାରକ ବୋଲି କୁହାଯାଏ। ଯଦି ଆପଣଙ୍କ ରାଶିରେ ବୁଧଙ୍କ ସ୍ଥିତି ମଜବୁତ ଅଛି । ତେବେ, ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ।  ଏହି ପରିପେକ୍ଷୀରେ ,(Budha Gochar 2023) ବୁଧ ଅକ୍ଟୋବର ୨୨ରେ ତୁଳା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି (mercury transit in libra october 2023) ।  ସେ ଏହି ରାଶିରେ  ନଭେମ୍ବର ୬ ପର୍ଯ୍ୟନ୍ତ ରହିବେ। ତେବେ, ବୁଧଙ୍କୁ ଏହି ରାଶି ପରିବର୍ତ୍ତନ ୩ ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ତିନି ରାଶିଙ୍କ ବିଷୟରେ...

Also Read: Today Horoscope: ଯାତ୍ରା ସମୟରେ ସତର୍କ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ କେମିତି କଟିବ ଆଜିର ଦିନ?

କୋଟିପତି ହେବେ ଏହି ତିନି ରାଶି:

କର୍କଟ : ବୁଧଙ୍କ ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ଏବଂ ଏହି ଅବଧି ମଧ୍ୟରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ।  ଯଦି ଆପଣ ଏହି ସମୟ ମଧ୍ୟରେ କିଛି ନୂଆ ବ୍ୟବସାୟ ଆରମ୍ଭ କରନ୍ତି , ସେଥିରେ ଅଧିକ ଟଙ୍କା ଲାଭ ପାଇବେ। ଖାସ୍ କରି ବ୍ୟବସାୟ ପାଇଁ ବଡ଼ ଡିଲ୍ ଫାଇନାଲ ହୋଇପାରେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ପରିବାର ଲୋକେ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସହଯୋଗ କରିବେ। ଚାକିରି ଖୋଜୁଥିବା ଲୋକମାନେ ଏହି ସମୟ ମଧ୍ୟରେ ଭଲ ଅଫର ପାଇବେ । ସ୍ବାସ୍ଥ୍ୟ ଭଲ ରହିବ ଏବଂ ବୈବାହିକ ଜୀବନ ସୁଖମୟ ହେବ। 

ତୁଳା:  ବୁଧଙ୍କ ଗୋଚର ଯୋଗୁଁ ତୁଳା ରାଶିର ଲୋକଙ୍କ ଭାଗ୍ୟରେ ବି ବଡ଼ ପରିବର୍ତ୍ତନ ଆସିବ। ଖାସ୍ କରି ଏହି ଅବଧି ମଧ୍ୟରେ କ୍ୟାରିୟରରେ ଆପଣ ସଫଳତା ପାଇବେ। ଏହି ସମୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଦୂର ଯାତ୍ରା ଯୋଗ ରହିଛି । ଆପଣ କରିଥିବା ଯୋଜନାରେ ସଫଳତା ପାଇବେ। ଆପଣଙ୍କ ପାଇଁ ଷଡଯନ୍ତ୍ର ରଚିଥିବା ଶତ୍ରୁ ପରାସ୍ତ ହେବେ। ଅବିବାହିତଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ। କମ୍ପିଟେଟିଭ୍ ଏକ୍ସାମ୍ ଦେଉଥିବା ଆଶାୟୀ ଏହି ସମୟରେ ଶୁଭଫଳ ପାଇବେ। 

କୁମ୍ଭ:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପ୍ରେମ ଜୀବନରେ ମଧୁରତା ଆସିବ । ଅବିବାହିତଙ୍କ ବିବାହ ନେଇ ଯୋଗ ଫିଟିବ । ବ୍ୟବସାୟ କରୁଥିବା ଲୋକେ ବକେୟା ଟଙ୍କା ପାଇବେ । ଆର୍ଥିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ । ପିତାମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ । ଦୀର୍ଘ ଦିନରୁ ବ୍ୟବସାୟକୁ ନେଇ ଥିବା ଆଶା ପୂରଣ ହେବ ।  ଏହି ଅବଧି ମଧ୍ୟରେ ଆପଣ ନୂଆ ଗାଡି, ଘର କିମ୍ବା ଜମି କିଣି ପାରନ୍ତି। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)