Budh Guru Yuti 2023: ବୁଧ ଓ ବୃହସ୍ପତିଙ୍କ ମହାସଂଯୋଗ, ଖୋଲିବ ଏହି ୫ଟି ରାଶିଙ୍କ ଭାଗ୍ୟ
Advertisement

Budh Guru Yuti 2023: ବୁଧ ଓ ବୃହସ୍ପତିଙ୍କ ମହାସଂଯୋଗ, ଖୋଲିବ ଏହି ୫ଟି ରାଶିଙ୍କ ଭାଗ୍ୟ

Budh Guru Yuti 2023: ଧନ, ବୁଦ୍ଧି, ବ୍ୟବସାୟର କାରକ ବୁଧ ଗତକାଲି ମୀନ ରାଶିରେ ପ୍ରବେଶ କରିଛନ୍ତି । ଏହାସହ ଦେବଗୁରୁ ବୃହସ୍ପତି ମଧ୍ଯ ପୂର୍ବରରୁ ସ୍ବରାଶି ମୀନରେ ବିରାଜମାନ ଅଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମୀନ ରାଶିରେ ବୁଧଙ୍କ ଉପସ୍ଥିତିକୁ ଶୁଭ ବୋଲି ବିବେଚନା କରାଯାଇଥାଏ କିନ୍ତୁ ବୃହସ୍ପତିଙ୍କ ଉପସ୍ଥିତି ହେତୁ ବୁଧଙ୍କ ସ୍ଥିତି ପ୍ରଭାବହୀନ ହୋଇଥାଏ । ବର୍ତ୍ତମାନ ମୀନ ରାଶିରେ ବୁଧ ଓ ବୃହସ୍ପତିଙ୍କ ସଂଯୋଗ ରହିଛି। ତେବେ ଆସନ୍ତୁ ଜାଣିବା ଏହି ସଂଯୋଗ କେଉଁ କେଉଁ ରାଶିଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ଶୁଭଫଳ ପ୍ରଦାନ କରିବ ।

ସୌ(ସୋସିଆଲ ମିଡିଆ)

Budh Guru Yuti 2023: ଧନ, ବୁଦ୍ଧି, ବ୍ୟବସାୟର କାରକ ବୁଧ ଗତକାଲି ମୀନ ରାଶିରେ ପ୍ରବେଶ କରିଛନ୍ତି । ଏହାସହ ଦେବଗୁରୁ ବୃହସ୍ପତି ମଧ୍ଯ ପୂର୍ବରରୁ ସ୍ବରାଶି ମୀନରେ ବିରାଜମାନ ଅଛନ୍ତି । ଏହିପରି ଭାବେ ମୀନ ରାଶିରେ ବୁଧ ଓ ବୃହସ୍ପତି ସଂଯୋଗ ହୋଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମୀନ ରାଶିରେ ବୁଧଙ୍କ ଉପସ୍ଥିତିକୁ ଶୁଭ ବୋଲି ବିବେଚନା କରାଯାଇଥାଏ କିନ୍ତୁ ବୃହସ୍ପତିଙ୍କ ଉପସ୍ଥିତି ହେତୁ ବୁଧଙ୍କ ସ୍ଥିତି ପ୍ରଭାବହୀନ ହୋଇଥାଏ । ବର୍ତ୍ତମାନ ମୀନ ରାଶିରେ ବୁଧ ଓ ବୃହସ୍ପତିଙ୍କ ସଂଯୋଗ ରହିଛି, ଯାହା ୫ଟି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଶୁଭଫଳ ପକାଇବ । ତେବେ ଆସନ୍ତୁ ଜାଣିବା ଏହି ସଂଯୋଗ କେଉଁ କେଉଁ ରାଶିଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ଶୁଭଫଳ ପ୍ରଦାନ କରିବ ।

ବୃଷ ରାଶି(Taurus )- ବୁଧ ଓ ବୃହସ୍ପତିଙ୍କ ସଂଯୋଗ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଶୁଭଫଳ ପ୍ରଦାନ କରିବ । ହଠାତ୍ ଧନ ଲାଭ ହେବ । ଆୟରେ ବୃଦ୍ଧି ଘଟିବ । ଭଲ ଦରମା ସହ ନୂତନ ଚାକିରି ନେଇ ଯୋଗ ରହିଛି । ପଦୋନ୍ନତି ହେବ । ଉଚ୍ଚ ଶିକ୍ଷାରେ ସଫଳତା ଲାଭ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବିବାହ ହେଉନଥିବା ଲୋକଙ୍କର ବିବାହ ସ୍ଥିର ହେବ ।

ମିଥୁନ ରାଶି(Gemini )- ବୃହସ୍ପତି ଓ ବୁଧଙ୍କ ସଂଯୋଗ ମିଥୁନ ରାଶିର ଲୋକଙ୍କ ବୃତ୍ତିଗତ ଜୀବନ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ଅଗ୍ରଗତି ହେବ । ଚାକିରି ଓ ବ୍ୟବସାୟରେ ଅଗ୍ରଗତି ହୋଇପାରେ । ଜୀବନରେ ସାମଗ୍ରୀକ ଭୋଗ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇପାରେ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ସହକର୍ମୀମାନେ ସହଯୋଗ କରିବେ ।

କନ୍ୟା ରାଶି(Virgo) -  ଏହି ମହାସଂଯୋଗ ଫଳରେ କନ୍ୟା ରାଶିର ଲୋକଙ୍କ ପାଇଁ ଧନ ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟବସାୟରେ ନୂତନ ସୁଯୋଗ ଆସିବ, ଏହାଦ୍ବାରା ଭବିଷ୍ୟତରେ ଲାଭ ମିଳିବ । ବ୍ୟବସାୟ ବଢିବ। ଦାମ୍ପତ୍ତି ଜୀବନ ସୁଖମୟ ହେବ। ପରିବାର ଲୋକଙ୍କ ସହଯୋଗ ମିଳିବ ।

ଧନୁ ରାଶି(Sagittarius)- ବୃହସ୍ପତି ଓ ବୁଧର ସଂଯୋଗ ଉଭୟ ଧନୁ ରାଶିର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ପାଇଁ ଶୁଭ ଅଟେ। କ୍ୟାରିୟରରେ ଭଲ ସୁଯୋଗ ମିଳିବା ସହ ଅଗ୍ରଗତି ହେବ। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ। ବିଶେଷକରି ମା’ଙ୍କଠାରୁ ସାହାଯ୍ୟ ଆସିପାରେ । ଜମି କିଣିବା ନେଇ ଯୋଗ ରହିଛି ।

ମୀନ ରାଶି(Pisces)-ଏହି ରାଶିରେ ବୃହସ୍ପତି ଓ ବୁଧ ଗ୍ରହଙ୍କ ସଂଯୋଗ ହେଉଥିବାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିବ । ବ୍ୟସ୍ତ ରହିବା ସହ କାର୍ଯ୍ୟରେ ମଧ୍ୟ ସଫଳତା ପାଇବେ। ପଦୋନ୍ନତି ମିଳିପାରେ । ଦାୟିତ୍ବ ବଢିବ। ଭ୍ରମଣରେ ଯୋଗ ରହିଛି। ବୈବାହିକ ଜୀବନ ସୁଖମୟ ହେବ ।  ଆର୍ଥିକ ଲାଭ ନେଇ ଯୋଗ ରହିଛି ।