Benefits of Pineapple sexually: ସୁଖମୟ ଯୌନ ଜୀବନ ପାଇଁ ବେଶ ଲାଭଦାୟୀ ସପୁରୀ
Advertisement

Benefits of Pineapple sexually: ସୁଖମୟ ଯୌନ ଜୀବନ ପାଇଁ ବେଶ ଲାଭଦାୟୀ ସପୁରୀ

Benefits of Pineapple Sexually: ଏକ ସୁଖମୟ ସେକ୍ସ ଲାଇଫ ପାଇଁ ବେଶ ଲାଭଦାୟୀ ହୋଇଥାଏ ସପୁରୀ । ତେବେ ଜାଣନ୍ତୁ ଖାଦ୍ୟରେ ଏହା ସାମିଲ କରିବା ଦ୍ବାରା ଫାଇଦା ମିଳିଥାଏ ।

ସୌ(ସୋସିଆଲ ମିଡିଆ)

Benefits of Pineapple Sexually: ଯୌନ ସ୍ବାସ୍ଥ୍ୟ ହେଉଛି ସାମଗ୍ରିକ ସୁସ୍ଥତାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଅନେକ ଲୋକ ନିଜର ସେକ୍ସ ଲାଇଫକୁ ଭଲ କରିବା ପାଇଁ ବିଭିନ୍ନ ଉପାୟ ଖୋଜିଥାଆନ୍ତି । ସେହିପରି କିଛି ଲୋକେ ସେକ୍ସ ଲାଇଫକୁ ଭଲ କରିବା ପାଇଁ ଖାଦ୍ୟର ସହାୟତା ନେଇଥାଆନ୍ତି । ଯୌନ ଉପକାରିତା ପାଇଁ ଲୋକପ୍ରିୟତା ହାସଲ କରିଥିବା ଏକ ଫଳ ହେଉଛି ସପୁରୀ। ତେବେ ଆଜି ଆସନ୍ତୁ ଜାଣିବା ସେକ୍ସ ଲାଇଫରେ ସପୁରୀର ଫାଇଦା ବିଷୟରେ ।

’ଣ ଏହି ସପୁରୀ(Pineapple)

ସପୁରୀ ଏକ ଗ୍ରୀଷ୍ମମଣ୍ତଳୀୟ ଫଳ ଅଟେ । ବାହାରୁ ଶକ୍ତ ଦେଖାଯାଉଥିବା ସପୁରୀର ସ୍ବାଦ ମିଠା ହୋଇଥାଏ।  ଏଥିରେ ଭିଟାମିନ, ମିନେରାଲ୍ସ ଓ ଆଣ୍ଟିଅକ୍ସିଡ଼ାଣ୍ଟ ଶରୀରର ଅନେକ ଫାଇଦା କରାଇଥାଏ । ଅନ୍ୟପଟେ ଏଥିରେ କ୍ୟାଲେରୀ ଅଂଶ କମ ରହିଥାଏ ।

ସପୁରୀ ଓ ଯୌନ ସ୍ବାସ୍ଥ୍ୟ (Pineapple and Sexual Health)

ସପୁରୀରେ ବ୍ରୋମେଲେନ୍(Bromelain) ନାମକ ଏକ ଏନ୍ଜାଇମ ଥାଏ ଯେଉଁଥିରେ ଆଣ୍ଟି-ଇନଫ୍ଲାମେଟୋରି ଗୁଣ ଥାଏ ବୋଲି ପ୍ରମାଣିତ ହୋଇଛି । ଏହି ଏନଜାଇମ ରକ୍ତ ପ୍ରବାହକୁ ମଧ୍ୟ ସୁଧାରିବାରେ ସାହାଯ୍ୟ କରିଥାଏ । ଯାହା ଯୌନ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ । ଯୌନାଙ୍ଗ ଅଞ୍ଚଳକୁ ରକ୍ତ ପ୍ରବାହରେ ଉନ୍ନତି ଆଣିବା ଦ୍ବାରା ଯୌନ ଉତ୍ତେଜନାକୁ ମଧ୍ଯ ବୃଦ୍ଧି କରାଇବାରେ ସାହାଯ୍ୟ କରେ ଫଳରେ ସାମଗ୍ରିକ ଯୌନ କାର୍ଯ୍ୟରେ ଉନ୍ନତି ଆସିଥାଏ ।

ସପୁରୀ ଓ ଲିବିଡ଼ୋ(Pineapple and Libido)

ଲିବିଡ଼ୋ ବ୍ୟକ୍ତିର ସେକ୍ସ ଡ୍ରାଇଭ ବା ଯୌନ କିୟ୍ରାର ଇଚ୍ଛାକୁ ବୁ଼ଝାଇଥାଏ । ସପୁରୀକୁ ପ୍ରାକୃତିକ ଆପ୍ରୋଡିସିଆକ୍ ବୋଲି କୁହାଯାଏ, ଯାହାର ଅର୍ଥ ଏହା ଯୌନ ଇଚ୍ଛା ଓ ଉତ୍ତେଜନା ବୃଦ୍ଧି କରାଇଥାଏ । ସପୁରୀରେ ବ୍ରୋମେଲେନ୍ ନାମକ ଏକ ତତ୍ତ୍ବ ଥାଏ ଯାହା ଶରୀରରେ ଟେଷ୍ଟାଷ୍ଟେରନ୍ ସ୍ତରକୁ ବଢାଇବାରେ ସହାୟକ ହୋଇଥାଏ । ଟେଷ୍ଟାଷ୍ଟେରନ୍ ଏକ ହରମୋନ୍(Hormones) ଅଟେ ଯାହା ଉଭୟ ମହିଳା ଓ ପୁରୁଷ ଯୌନ ସମ୍ବନ୍ଧୀୟ ଇଚ୍ଛା ପାଇଁ ଆବଶ୍ୟକ ହୋଇଥାଏ ।

ବଢାଏ ସ୍ପର୍ମର ଗୁଣବତ୍ତା (Pineapple and Sperm Quality

ଗବେଷଣାରୁ ଜଣାପଡ଼ିଛି ଯେ, ସପୁରୀ ଖାଇବା ଦ୍ବାରା ପୁରୁଷଙ୍କ ସ୍ପର୍ମର ଗୁଣବତ୍ତା ବୃଦ୍ଧି ପାଇଥାଏ । ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଥାଏ ଯାହା ସ୍ପର୍ମକୁ ଅକ୍ସିଡ଼େଟିଭ କ୍ଷତିରୁ ରକ୍ଷା କରିବା ସହ ଏହାର ଗୁଣାବତ୍ତାରେ ମଧ୍ଯ ଉନ୍ନତି ଆଣିଥାଏ । ଯାହାଦ୍ବାରା ସ୍ପର୍ମ ସହଜରେ ପହଁପାରିଥାଏ ।

ଭଜାଇନା ପାଇଁ ବେଶ ଲାଭଦାୟୀ (Pineapple and Vaginal Health)

ଏକ ଭଲ ସେକ୍ସ ଲାଇଫ ପାଇଁ ସୁସ୍ଥ ଯୋନୀ ଅତ୍ୟନ୍ତ ଆବଶ୍ୟକ । ତେବେ ଅନେକ ସମୟରେ ଭଜାଇନାରେ ଇନଫୋକସନ ହୋଇଥାଏ । ସପୁରୀ ଖାଇବା ଦ୍ବାରା ପ୍ରାଇଭେଟ ପାର୍ଟରେ ସୁଜନ କମିବା ସହ ଏହା କ୍ଷତିକାରକ ବ୍ୟାକ୍ଟେରିଆ ସହ ଲଢିଥାଏ । ସପୁରୀରେ ଥିବା ବ୍ରୋମେଲିନ୍ ପଦାହକୁ ହ୍ରାସ କରିବା ସହ ସୁସ୍ଥ ବ୍ୟାକ୍ଟେରିଆର ବୃଦ୍ଧିକୁ ପ୍ରୋତ୍ସହିତ କରି ଖମୀର ସଂକ୍ରମଣ ଓ ଭଜାଇନା ସଂକ୍ରମଣକୁ ରୋକିବାର୍ ସାହାଯ୍ୟ କରିଥାଏ ।

ଖାଦ୍ୟରେ କେମିତି ସାମିଲ କରିବେ ସପୁରୀ

ତାଜା ସପୁରୀ ରସକୁ ଜୁସରେ ମିଶାଇ ପିଅନ୍ତୁ ।

ସାଲାଡ଼ରେ ସପୁରୀ ମିଶାଇ ଖାଆନ୍ତୁ ।

ବ୍ରେକଫାଷ୍ଟରେ ଯଦି ଦହି ବା ଦଲିଆ ଖାଉଛନ୍ତି ତାହାଲେ ଏଥିରେ ସପୁରୀ ପକାଇ ଥାଆନ୍ତୁ ।

ସପୁରୀରେ ବ୍ରୋମେଲିନ ନାମକ ଏକ ତତ୍ତ୍ବ ରହିଥାଏ, ଯାହା ରକ୍ତ ପ୍ରବାହକୁ ଭଲ କରିବା ସହ ଯୌନ କ୍ରିୟାକୁ ବଢାଇବାରେ ସାହାଯ୍ୟ କରିଥାଏ ।

ଦିନକୁ କେତେ ପରିମାଣର ସପୁରୀ ଖାଇବା ଦରକାର

ଯୌନ ଉପକାରିତା ପାଇଁ କୌଣସି ନିର୍ଦ୍ଦିଷ୍ଟ ପରିମାଣର ସପୁରୀ ଖାଇବା ଆବଶ୍ୟକ ନଥାଏ । ନିୟମିତ ଭାବେ ଏହାକୁ ଖାଇବା ଦ୍ବାରା ସମୟକ୍ରମେ ଯୌନ ସ୍ବାସ୍ଥ୍ୟରେ ସୁଧାର ଆସିଥାଏ ।