Navaratri 2022: ନବରାତ୍ରୀ ପାଳନ ପାଇଁ ବଲାଙ୍ଗୀର ପ୍ରସ୍ତୁତ
Advertisement
Article Detail0/zeeodisha/odisha1367192

Navaratri 2022: ନବରାତ୍ରୀ ପାଳନ ପାଇଁ ବଲାଙ୍ଗୀର ପ୍ରସ୍ତୁତ

ଆସିଛି ଦଶହରା। ଆଗମନ ହେବ ମା ଜଗତଜନନୀ ଙ୍କ ଧରାପୃଷ୍ଠକୁ। ମା ଦଶଭୁଜା ବାହିନୀ, ମା ପାପ ନାଶିନୀ, ମା ଦୁଃଖ ହାରିଣୀ ଓଲ୍ଲାଇବେ ଧରଣୀକୁ। ଶୋଭା ପାଇବେ ବିଭିନ୍ନ ପୂଜା ମଣ୍ଡପରେ। 

Navaratri 2022: ନବରାତ୍ରୀ ପାଳନ ପାଇଁ ବଲାଙ୍ଗୀର ପ୍ରସ୍ତୁତ

Navaratri 2022: ବଲାଙ୍ଗୀର (ପ୍ରଦୀପ୍ତ କୁମାର ମିଶ୍ର): ବଲାଙ୍ଗୀର ଜିଲ୍ଲା ସଇଁତଲା ଠାରେ ବେଶ ଧୁମ ଧାମ ରେ ପାଳିତ ହୁଏ ନବରାତ୍ରି ପୂଜା। ସଇଁତଲାରେ ଏକମାତ୍ର ସ୍ଥାନରେ ପାଳିତ ହେଉଥିବା ଏହି ନବରାତ୍ର ପୂଜା ଅବସରରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ନଅ ଦିନ ପର୍ଯ୍ୟନ୍ତ ବେଶ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଏହି ପୂଜାର ମୁଖ୍ୟ ଭାର ସମ୍ଭାଳି ଆସୁଥିବା ବେଳେ ମା'ଙ୍କୁ ନିଜ ସମ୍ମୁଖରେ ପାଇ ଭକ୍ତ ବି ବେଶ ଭାବ ବିହଳ ହୋଇ ପଡ଼ିଥାନ୍ତି। କାରଣ ମା ଆସିବେ ଧରା ପୃଷ୍ଟକୁ। ସେ ଜଗତଜନନୀ, ସେ ଦଶ ଭୁଜା ବାହିନୀ, ସେ କ୍ଷମା ମୟୀ, ମା ଦୁଃଖ ହାରିଣୀ। ମାଙ୍କୁ ଆଖି ଆଗରେ ଦେଖି ଭକ୍ତ ଶ୍ରଦ୍ଧାଳୁ ବି ନିଜ ହାରି ଗୁହାରି ଶୁଣାଇବେ। ଏଣୁ ବେଶ ଚଲଚଞ୍ଚଳ ସଇଁତଲା ଗାଁ ।

ଆସିଛି ଦଶହରା। ଆଗମନ ହେବ ମା ଜଗତଜନନୀ ଙ୍କ ଧରାପୃଷ୍ଠକୁ। ମା ଦଶଭୁଜା ବାହିନୀ, ମା ପାପ ନାଶିନୀ, ମା ଦୁଃଖ ହାରିଣୀ ଓଲ୍ଲାଇବେ ଧରଣୀକୁ। ଶୋଭା ପାଇବେ ବିଭିନ୍ନ ପୂଜା ମଣ୍ଡପରେ। ଏଥିପାଇଁ ପୁର ପଲ୍ଲୀ ବେଶ ଉତ୍ସବ ମୁଖର। ଗାଁ ଠୁ ସହର ବେଶ ଚଳଚଞ୍ଚଳ। ସବୁଠି ଅପେକ୍ଷା ମାଙ୍କ ଆଗମନକୁ। ତେବେ ବଲାଙ୍ଗୀର ଜିଲ୍ଲା ସଇଁତଲାରେ ପାଳିତ ହୋଇ ଆସୁଛି ମା ଜଗତ ଜନନୀଙ୍କ ନବରାତ୍ରୀ ପୂଜା। ଗୋଟିଏ ସ୍ଥାନରେ ଏହି ପୂଜା ପାଳିତ ହୋଇ ଆସୁଥିବା ବେଳେ ନୀତି ଦିନ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥାଏ।

ଆଜି ମହାଳୟା ଅବସରରେ ମାଙ୍କ ପୂଜା ମଣ୍ଡପ କୁ ଶତାଧିକ ଭକ୍ତ କଳସ ଯାତ୍ରାରେ ସାମିଲ ହୋଇ ମାଙ୍କୁ ସ୍ମରଣ କରିଛନ୍ତି। ଆଜି ଘଣ୍ଟନାଦ, ପଞ୍ଚବାଦ୍ୟରେ କମ୍ପି ଉଠିଛି ପରିବେଶ। ଛୁଆ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କଳସ ଯାତ୍ରାରେ ସାମିଲ ହୋଇଛନ୍ତି। ଆଜି ଅଧିବାସ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ମାଙ୍କ ନବରାତ୍ରି ପୂଜା ରୀତିନୀତି, ବିଧି ଅନୁଯାୟୀ ପାଳିତ ହେବ। ପ୍ରତିଦିନ ସଂଧ୍ୟାରେ ମା'ଙ୍କ ଆଳତି ହେବ। ସେପଟେ ଭକ୍ତଙ୍କ ସମାଗମକୁ ଆହୁରି ରଙ୍ଗୀନ କରିବା ପାଇଁ ନୀତି ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହେବ। ରାବଣ ଦରବାର, ଭଜନ ସମାରୋହ, ନାଚଗୀତରେ ଦୁଲକିବ ପରିବେଶ ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକର ଆୟୋଜନ ହୋଇଛି।