Health News: ଘରେ ହିଁ ବନାନ୍ତୁ ଆଳୁ ଫେସପ୍ୟାକ୍, ଲଗାନ୍ତୁ ଆଉ ଚମକ ଦେଖନ୍ତୁ
Advertisement
Article Detail0/zeeodisha/odisha1454387

Health News: ଘରେ ହିଁ ବନାନ୍ତୁ ଆଳୁ ଫେସପ୍ୟାକ୍, ଲଗାନ୍ତୁ ଆଉ ଚମକ ଦେଖନ୍ତୁ

Health News: ଶୀତ ଆରମ୍ଭ ହୋଇଛି । ଏହି ଦିନରେ ଖାସ କରି ଅଧିକ ତ୍ବଚା ମଳିନ ପଡିବା ସହ ଶୁଖିଲା ମଧ୍ୟ ଦେଖାଦେଇ ଥାଏ । ଶୀତଦିନ ଏଭଳି ସମସ୍ୟା ସାଧାରଣଃ ସମସ୍ତଙ୍କ ଠାରେ ଦେଖାଦେଇଥାଏ। ଯଦି ଆପଣ ବି ନିଜ ତ୍ବଚାରେ ଉଜ୍ଜଳତା ସହ ଚମକ ଫେରାଇବାକୁ ଚାହୁଁଛନ୍ତି ଆଉ ଗୋରା ହେବାକୁ ଚାହୁଁଛନ୍ତି ।

Health News: ଘରେ ହିଁ ବନାନ୍ତୁ ଆଳୁ ଫେସପ୍ୟାକ୍, ଲଗାନ୍ତୁ ଆଉ ଚମକ ଦେଖନ୍ତୁ

Health News: ଶୀତ ଆରମ୍ଭ ହୋଇଛି । ଏହି ଦିନରେ ଖାସ କରି ଅଧିକ ତ୍ବଚା ମଳିନ ପଡିବା ସହ ଶୁଖିଲା ମଧ୍ୟ ଦେଖାଦେଇ ଥାଏ । ଶୀତଦିନ ଏଭଳି ସମସ୍ୟା ସାଧାରଣଃ ସମସ୍ତଙ୍କ ଠାରେ ଦେଖାଦେଇଥାଏ। ଯଦି ଆପଣ ବି ନିଜ ତ୍ବଚାରେ ଉଜ୍ଜଳତା ସହ ଚମକ ଫେରାଇବାକୁ ଚାହୁଁଛନ୍ତି ଆଉ ଗୋରା ହେବାକୁ ଚାହୁଁଛନ୍ତି । ତେବେ,ଆମେ ଆପଣଙ୍କୁ ଏନେଇ କିଛି ଘରୋଇ ଟିପ୍ସ ଦେବୁ । ଯାହା ପୁଣି ବିନା ମୂଲ୍ୟରେ ଘରେ ଆପଣ ପ୍ରସ୍ତୁତ କରି ପାରିବେ। ତେବେ ଆପଣଙ୍କ ତ୍ବଚାକୁ ଅଧିକ ଚମକାଇବ ଆଳୁ । 

ଏହି ଉପାୟରେ ମୁହଁରେ ଆଳୁ ଲଗାନ୍ତୁ-

ଆଳୁ ଏବଂ ମହୁ :
ଚେହେରାର ରଙ୍ଗରେ ପରିବର୍ତ୍ତନ ଆଣିବା ପାଇଁ ଆପଣ ଆଳୁ ରସରେ ମହୁ ମିଶାନ୍ତୁ ଏବଂ ତା’ପରେ ଏହାକୁ ଭଲ ଭାବରେ ମିଶାନ୍ତୁ, ଏହା ପରେ ଏହାକୁ ମୁହଁ ଏବଂ ବେକରେ ଲଗାନ୍ତୁ । କିଛି ସମୟ ପରେ ଏହାକୁ ଥଣ୍ତା ପାଣିରେ ଧୋଇ ଦିଅନ୍ତୁ । ଏହି ଫେସ୍ ମାସ୍କକୁ ସପ୍ତାହରେ ୩ ଥର ଲଗାଇଲେ ତ୍ୱଚା କୋମଳ ଏବଂ ଚମକ ଆସିଥାଏ । 

ଆଳୁ ଏବଂ ଲେମ୍ବୁ :
ଆଳୁ ଏବଂ ଲେମ୍ବୁରେ ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକ୍ ତିଆରି କରିବା ପାଇଁ, ୨ ଚାମଚ ଲେମ୍ବୁ ଏବଂ ୨ ଚାମଚ ମହୁ ଓ ଆଳୁ ରସ ଆବଶ୍ୟକ। ପରେ ତିନୋଟିକୁ ଭଲ ଭାବରେ ମିଶ୍ରଣ କରିବା ପରେ ଏହି ପ୍ୟାକ୍କୁ ମୁହଁରେ ଲଗାନ୍ତୁ । ଏହା ଶୁଖିଗଲେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ । ଏପରି ପ୍ରତି ସପ୍ତାହରେ ଦୁଇ ରୁ ତିନି ଥର କରିବା ଆବଶ୍ୟକ । ଏହା କରିବା ଦ୍ୱାରା ତ୍ବଚାରେ ଉଜ୍ଜଳ ଆସିଥାଏ । 

ଆଳୁ ଏବଂ ଟମାଟୋ :
ଆଳୁ ଓ ଟମାଟୋରେ ଫେସଫ୍ୟାକ୍ ପ୍ରସ୍ତୁତ କରିବା ବହୁତ  ସହଜ ।  ଗୋଟିଏ ଚାମଚ ଆଳୁ, ଗୋଟିଏ ଚାମଚ ମହୁ  ଓ ଗୋଟିଏ ଚାମଚ ଟମାଟ କଥା ଟମୋଟୋ ପେଷ୍ଟ ନିଅନ୍ତୁ ।  ବର୍ତ୍ତମାନ ଏହାକୁ ଭଲ ଭାବରେ ମିଶାନ୍ତୁ ଏବଂ ମୁହଁରେ ଏହାକୁ ପ୍ରୟୋଗ କରନ୍ତୁ । ଯେତେବେଳେ ଏହା ଶୁଖିଯିବ ପରେ  ଏହାକୁ ଥଣ୍ତା ପାଣିରେ ଧୋଇ ଦିଅନ୍ତୁ ।  ଏଭଳି ପ୍ରତ୍ୟକ ସପ୍ତାହରେ  ଦୁଇରୁ ତିନି ଥର କରିବା ଦ୍ବାରା ଆପଣଙ୍କ ତ୍ବଚାରେ ଚମକ ଖୁବଶିଘ୍ର ଫେରି ଆସିବ ।

 

 ଏହାବି ପଢନ୍ତୁ : Gold Silver Price: ବାହାଘର ସିଜିନରେ ବଢିଲା ଟେନସନ, ପୁଣି ବଢିଲା ସୁନାରୂପା ଦର

 ଏହାବି ପଢନ୍ତୁ : Horoscope Today 23 November 2022: ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ୪ ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର

 ଏହାବି ପଢନ୍ତୁ : Health Tips: ପ୍ରତିଦିନ ଖାଆନ୍ତୁ ଖଜୁରୀ, ଆପଣଙ୍କୁ ଛୁଇଁବନି ଏହି ସବୁ ରୋଗ