ବର୍ଷାରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ; ଆପଣ ମଧ୍ୟ ଜାଣି ହୋଇଯିବେ ଚକିତ
Advertisement
Article Detail0/zeeodisha/odisha1266366

ବର୍ଷାରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ; ଆପଣ ମଧ୍ୟ ଜାଣି ହୋଇଯିବେ ଚକିତ

Benefits Of Bathing In Rain: ବର୍ଷାରେ ଗାଧୋଇବା ଦ୍ୱାରା ପିଲାଦିନର ସ୍ମୃତିକୁ ମନେ ପଡି ଯାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ପିଲାଦିନର ସ୍ମୃତିକୁ ସତେଜ କରିବା ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଜାଣନ୍ତୁ ବର୍ଷାରେ ଗାଧୋଇବାର ଲାଭ ...

ସାଙ୍କେତିକ ଫଟୋ

Benefits Of Bathing In Rain: ପିଲାଦିନର ସ୍ମୃତି ଫେରାଇ ଆଣିବା ପାଇଁ ବର୍ଷା ଯଥେଷ୍ଟ! ପିଲାଦିନେ ସ୍କୁଲ ଫେରିବା ସମୟରେ ବର୍ଷାରେ ଭିଜିବା ପ୍ରାୟ ସମସ୍ତେ ଉପଭୋଗ କରିଥିବେ । ସମସ୍ତଙ୍କର ବର୍ଷା ସହିତ କିଛି ନା କିଛି ସ୍ମୃତି ଜଡ଼ିତ ରହିଥାଏ । କିନ୍ତୁ ସ୍ମୃତି ବାହାରେ, ଆପଣ ଜାଣନ୍ତି କି ବର୍ଷାରେ ଗାଧୋଇବା ଦ୍ୱାରା ସ୍ୱାସ୍ଥ୍ୟପାଇଁ ଅନେକ ଉପକାରୀ ହୋଇପାରେ । ଯଦି ନାଁ', ତେବେ ଜାଣନ୍ତୁ ବର୍ଷାରେ ଗାଧୋଇବାର ଆଶ୍ଚର୍ଯ୍ୟଜନକ ଲାଭ ।

ବର୍ଷାରେ ସ୍ନାନ କରିବାର ଲାଭ

1) ମିଳିଥାଏ ଭିଟାମିନ୍ B12 (Vitamin B12)

ଖବର ଅନୁଯାୟୀ ବର୍ଷା ଜଳ ଅତି ହାଲୁକା ଅଟେ । ଏହାର pH ଲେବଲ୍ ରେ ଏହାର ଏକ କ୍ଷାର ମଧ୍ୟ ଅଛି । ଯାହା ତତକ୍ଷଣାତ୍ ଆପଣଙ୍କ ମନକୁ ସତେଜ କରେ । ବର୍ଷା ପାଣିରେ ଅଣୁଜୀବ ରହିଥାଏ, ଯାହା ଆପଣଙ୍କ ଶରୀରକୁ ଭିଟାମିନ୍ B12 ଉତ୍ପାଦନରେ ସାହାଯ୍ୟ କରିଥାଏ । ୧୦-୧୫ ମିନିଟ୍ ପାଇଁ ବର୍ଷାରେ ଗାଧୋଇଲେ ଆପଣ ଏହାର ଲାଭ ପାଇ ପାରିବେ ।

2) ହରମୋନାଲ ସନ୍ତୁଳନ (Improved Hormonal Balance)

ଗାଧୋଇବା ଆପଣଙ୍କ ଶରୀରର ହରମୋନ୍ ସନ୍ତୁଳନ କରିବାର ଏକ ଭଲ ଉପାୟ । ଏହା ସହିତ, ଆପଣଙ୍କ କାନର ସମସ୍ୟା ମଧ୍ୟ ଏହା ଦ୍ୱାରା ଆରୋଗ୍ୟ ହୋଇପାରେ । ଏହା କାନ ସଂକ୍ରମଣର ଚିକିତ୍ସା କରିଥାଏ ଓ ଆପଣଙ୍କ କାନ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

3) ଦୂର କରେ ଷ୍ଟ୍ରେସ 

ବର୍ଷାରେ ସ୍ନାନ କରିବା ଦ୍ୱାରା ଶରୀରରୁ ଏଣ୍ଡୋରଫିନ୍ ଓ ସେରୋଟୋନିନ୍ ଭଳି ଖୁସି ହରମୋନ୍ ମୁକ୍ତ ହୋଇଥାଏ । ସେମାନେ ଆପଣଙ୍କ ଚିନ୍ତା ଓ ଚାପକୁ ଦୂର କରି ଆପଣଙ୍କ ମନୋବଳକୁ ଖୁସି କରିବା ପାଇଁ କାର୍ଯ୍ୟ କରନ୍ତି । ଏପରି ପରିସ୍ଥିତିରେ, ମୌସୁମୀ ବର୍ଷାରେ ଗାଧୋଇ ନିଅନ୍ତୁ ।

4) କେଶ ପାଇଁ ଲାଭଦାୟକ 

ବର୍ଷା ପାଣି ଆପଣଙ୍କ କେଶକୁ ପ୍ରାକୃତିକ ଭାବରେ ସଫା କରିବାରେ ସାହାଯ୍ୟ କରେ । ଏଥିରେ ଥିବା କ୍ଷାର ଆପଣଙ୍କ କେଶର ମୂଳରୁ ମଇଳା ଓ ଡ଼ାର୍ଟ ସଫା କରିପାରେ । ବର୍ଷାରେ ପ୍ରତିଦିନ ଗାଧୋଇବା ଦ୍ୱାରା ଆପଣଙ୍କ କେଶ ଭଲ ଦେଖାଯାଏ ।

ଏହି ଜିନିଷଗୁଡିକ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ:

  • ବର୍ଷାରେ ଅଧିକ ସମୟ ଭିଜିବା ମଧ୍ୟ ଆପଣଙ୍କୁ ଅସୁସ୍ଥ କରିପାରେ, ତେଣୁ ବର୍ଷାରେ ଅଳ୍ପ ସମୟ ସ୍ନାନ କରନ୍ତୁ ।
  • ବର୍ଷାରେ ଭିଜିବା ପରେ ଉଷୁମ ପାଣିରେ ଗାଧୋଇ ନିଅନ୍ତୁ ।
  • ବର୍ଷାରେ ଗାଧୋଇବା ପରେ କେଶକୁ ଅଳ୍ପ ସାମ୍ପୁରେ ଧୋଇ ଦିଅନ୍ତୁ । ନିମ୍ ସାମ୍ପୁ ମଧ୍ୟ ଭଲ ବୋଲି ପ୍ରମାଣ ହୋଇପାରେ ।

ଏହା ବି ପଢ଼ନ୍ତୁ: ହରିୟାଣା, ଝାଡ଼ଖଣ୍ଡର ପରେ ଏବେ ଗୁଜୁରାଟର ପୋଲିସ ଉପରେ ମଡ଼ାଇଦେଲେ ଗାଡି; ମୃତ୍ୟୁ

ଏହା ବି ପଢ଼ନ୍ତୁ: GST ଝଟକା ! ଅମୁଲ ବଢ଼ାଇଲା କ୍ଷୀର, ଦହି ସମେତ ଏସବୁ ପ୍ରଡକ୍ଟର ଦାମ୍, ଜାଣନ୍ତୁ ଡେଟେଲ୍ସ