Zodiac sign 2023: ଡ଼ିସେମ୍ବର ମାସରେ ଧନବାନ ହେବେ ଏହି ୫ ରାଶି!
Advertisement
Article Detail0/zeeodisha/odisha1986887

Zodiac sign 2023: ଡ଼ିସେମ୍ବର ମାସରେ ଧନବାନ ହେବେ ଏହି ୫ ରାଶି!

Zodiac Sign: ଏହି ରାଜଯୋଗ ୫ଟି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ଦାୟୀ ରହିବ । ଏହି ଅବଧି ମଧ୍ଯରେ ଆର୍ଥିକ ଅଭିବୃଦ୍ଧି ସହ ମାନ, ସମ୍ମାନ ଓ ପ୍ରେମ ସମ୍ପର୍କରେ ମଧୁରତା ଆସିବ । ତେବେ ଆସନ୍ତୁ ଜାଣିବା ସେହି ୫ ରାଶିଙ୍କ ବିଷୟରେ ।

ସୌ(ସୋସିଆଲ ମିଡିଆ)

December Zodiac Sign 2023: ଡିସେମ୍ବର ମାସରେ ଅନେକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଚଳନ ହେବାକୁ ଯାଉଛି । ଫଳରେ ବୁଦ୍ଧାଦିତ୍ୟ ରାଜଯୋଗ, ଆଦିତ୍ୟ ମଙ୍ଗଳ ଯୋଗ ଭଳି ବହୁ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ରାଜଯୋଗ ୫ଟି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ଦାୟୀ ରହିବ । ଏହି ଅବଧି ମଧ୍ଯରେ ଆର୍ଥିକ ଅଭିବୃଦ୍ଧି ସହ ମାନ, ସମ୍ମାନ ଓ ପ୍ରେମ ସମ୍ପର୍କରେ ମଧୁରତା ଆସିବ । ତେବେ ଆସନ୍ତୁ ଜାଣିବା ସେହି ୫ ରାଶିଙ୍କ ବିଷୟରେ ।

ମେଷ ରାଶି: ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ଡିସେମ୍ବର ମାସ ବେଶ ଲାଭଦାୟୀ ରହିବ । ଏହି ସମୟ ମଧ୍ଯରେ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଇଚ୍ଛାକୃତ ଫଳାଫଳ ପାଇବେ । ମାନ ଓ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ଲାଭ ନେଇ ଯୋଗ ରହିଛି । ବେରୋଜଗାରଙ୍କୁ ନିଯୁକ୍ତି ମିଳିବା ନେଇ ଯୋଗ ରହିଛି । ଧାର୍ମିକ ସ୍ଥାନ ପରିଦର୍ଶନ କରିବେ । ଦୀର୍ଘ ଦିନ ଧରି ପୀଡିତ ଥିବା ରୋଗ ଯନ୍ତ୍ରଣାରୁ ମୁକ୍ତି ମିଳିବ ।

ସିଂହ ରାଶି: ଏହି ମାସ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ଦାୟୀ ରହିବ। ଏହି ସମୟ ମଧ୍ୟରେ ଚାପ ଓ ସମସ୍ୟାରୁ ମୁକ୍ତି ମିଳିବ । ରାଜନୀତିରେ ସକ୍ରିୟ ଥିବା ଲୋକଙ୍କ ପାଇଁ ଏହି ସମୟ ଶୁଭ ରହିବ । ବ୍ୟବସାୟୀ ମାନେ ଉପକୃତ ହେବେ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ । କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ଆର୍ଥିକ ଭାବେ ଲାଭବାନ ହେବ। ବ୍ୟବସାୟୀ ମାନେ ବ୍ୟବସାୟରେ ବିପୁଳ ଲାଭ ପାଇବେ। ପରିବାର ଲୋକଙ୍କ ସହଯୋଗ ମିଳିବ ।

କନ୍ୟା ରାଶି: ଚଳିତ ମାସ କନ୍ୟା ରାଶି ପାଇଁ ବରଦାନ ସଦୃଶ ହେବ। ଏହି ସମୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ହେବ । ନୂତନ ଚାକିରି ନେଇ ଅଫର୍ ମିଳିବ । ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି । ଏହି ସମୟରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିପାରିକ ଜୀବନ ହସ ଖୁସିରେ କଟିବ । ପିତାମାତାଙ୍କ ସମର୍ଥନ ପାଇଁ ଅସମ୍ଭବକୁ ସମ୍ଭବ କରିବେ ।

ତୁଳା ରାଶି: ଡିସେମ୍ବର ମାସ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ପଦ, ସମ୍ମାନ ଓ ଆର୍ଥିକ ସ୍ଥିରତା ଆଣିବ । ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ବେଶ ଶୁଭ ରହିବ। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।  ଅର୍ଥର ଅଭାବ ରହିବ ନାହିଁ । ନୂତନ ଚାକିରି ମିଳିବା ସହ ଆୟ ବୃଦ୍ଧି ପାଇବ। ଅଟକି ରହିଥିବା ଟଙ୍କା ମିଳିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଖୁସିର ମାହୋଲ ରହିବ ।

ମୀନ ରାଶି: ମୀନ ରାଶିର ବ୍ୟକ୍ତି ବିଶେଷଙ୍କୁ ମନଲାଖି ସଫଳତା ମିଳିବ । ଦୀର୍ଘ ଦିନର ସ୍ୱପ୍ନ ସାକାର ହେବ। ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଲାଭବାନ ହେବା । ରାଜନୀତି ସହ ଜଡିତ ଲୋକଙ୍କ ପାଇଁ ଏହି ମାସ ଶୁଭଦାୟୀ ରହିବ । ଚାକିରିରେ ପଦୋନ୍ନତି ଯୋଗ ରହିଛି । ଅସଂପୂର୍ଣ୍ଣ ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହ ସଂପର୍କ ମଧୁର ହେବ ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)