Tuesday Remedy: ହନୁମାନଙ୍କ କୃପା ଲାଭ ପାଇଁ ମଙ୍ଗଳବାର ଦିନ କରନ୍ତୁ ଏହି ୫ ଉପାୟ
Advertisement
Article Detail0/zeeodisha/odisha1994803

Tuesday Remedy: ହନୁମାନଙ୍କ କୃପା ଲାଭ ପାଇଁ ମଙ୍ଗଳବାର ଦିନ କରନ୍ତୁ ଏହି ୫ ଉପାୟ

Mangalwar Upay: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳବାର ମଙ୍ଗଳ ଗ୍ରହ ସହ ଜଡିତ । ମଙ୍ଗଳ ଶକ୍ତି, ସାହସ ଓ ଉର୍ଜାର ପ୍ରତୀକ ଅଟନ୍ତି । ବିଶ୍ବାସ ରହିଛି, ଏହି ଦିନ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା ଜୀବନରେ ଲାଗି ରହିଥିବା ସଙ୍କଟ ଦୂର ହୋଇଥାଏ । ଏହି କାରଣରୁ ବହୁ ଲୋକେ ଏହି ଦିନ ଘରେ କିମ୍ବା ମନ୍ଦିରରେ ହନୁମାନ ଚାଳିସାର ପାଠ କରନ୍ତି ।

ସୌ(ସୋସିଆଲ ମିଡିଆ)

Mangalwar Upay:  ଆଜି ଚଳିତ ମାସର ପ୍ରଥମ ମଙ୍ଗଳବାର । କୁହାଯାଏ, ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା କରିବା ଜୀବନ ସୁଖମୟ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳବାର ମଙ୍ଗଳ ଗ୍ରହ ସହ ଜଡିତ । ମଙ୍ଗଳ ଶକ୍ତି, ସାହସ ଓ ଉର୍ଜାର ପ୍ରତୀକ ଅଟନ୍ତି । ବିଶ୍ବାସ ରହିଛି, ଏହି ଦିନ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା ଜୀବନରେ ଲାଗି ରହିଥିବା ସଙ୍କଟ ଦୂର ହୋଇଥାଏ । ଏହି କାରଣରୁ ବହୁ ଲୋକେ ଏହି ଦିନ ଘରେ କିମ୍ବା ମନ୍ଦିରରେ ହନୁମାନ ଚାଳିସାର ପାଠ କରନ୍ତି । ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ଏହା ସହଜ ଓ ସର୍ବୋତ୍ତମ ଉପାୟ ଅଟେ । କୁହାଯାଏ, ମଙ୍ଗଳବାର ଦିନ ହନୁମାନ ଚାଳିସା ପାଠ କରିବା ଦ୍ୱାରା ଶାରୀରିକ ଓ ମାନସିକ ଯନ୍ତ୍ରଣା ଦୂର ହୋଇଥାଏ। ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ କାର୍ଯ୍ୟ କରିବା ଦ୍ବାରା ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ବୁନ୍ଦି ଭୋଗ ହନୁମାନଙ୍କର ପ୍ରିୟ ଅଟେ । ମଙ୍ଗଳବାର ଦିନ ଯଦି କେହି ଉପବାସ ପାଳନ କରୁଛନ୍ତି, ତାହାଲେ ମନ୍ଦିର ଯାଇ ହନୁମାନଙ୍କ ନିକଟରେ ବୁନ୍ଦି ଭୋଗ କରନ୍ତୁ । ଏହା ସହ ଏହି ବେସନ ଲଡୁ ମଧ୍ଯ ଭୋଗ କରିପାରିବେ।  କୁହାଯାଏ, ସିନ୍ଦୁର ହନୁମାନଙ୍କର ପ୍ରିୟ ଅଟେ । ଏହି ଦିନ ବଜରଙ୍ଗବଲୀଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ । ଆଶୀର୍ବାଦ ପ୍ରାପ୍ତି ପାଇଁ ମଙ୍ଗଳବାର ଦିନ ହନୁମାନଙ୍କ ନିକଟରେ ଗୋଲାପ ଫୁଲ ଅର୍ପଣ କରନ୍ତୁ ।

ମଙ୍ଗଳବାର ଉପାୟ

  • ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ନିକଟରେ ଅତର ଅର୍ପଣ କରନ୍ତୁ । କୁହାଯାଏ, ହନୁମାନଙ୍କୁ ଖୁସି କରିବା ପାଇଁ ଏହା ଏକ ସହଜ ଉପାୟ ଅଟେ ।
  • ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିର ଯାଇ ତାଙ୍କ ଶ୍ରୀ ରୂପ କାନ୍ଧରୁ ସିନ୍ଦୂର ଆଣି ନଜର ଲାଗିଥିବା ବ୍ୟକ୍ତିଙ୍କ କପାଳରେ ଲଗାନ୍ତୁ । କୁହାଯାଏ, ଏପରି କରିବା ଦ୍ୱାରା ଖରାପ ଦୃଷ୍ଟି ଦୂର ହୋଇଥାଏ ।
  • ମଙ୍ଗଳବାର ଦିନ ସକାଳେ କିମ୍ବା ସନ୍ଧ୍ୟାରେ ହନୁମାନ ମନ୍ଦିର ଯାଇ ରାମ ରକ୍ଷା ସୋତ୍ରୋ ପାଠ କରନ୍ତୁ । ଏପରି କରିବା ଦ୍ବାରା ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।
  • ହନୁମାନ ମନ୍ଦିର ଯାଇ ଘିଅ ଦୀପ ଜାଳି ହନୁମାନ ଚାଳିସାକୁ ଅତି କମରେ ୩ ଥର ପାଠ କରନ୍ତୁ । ଏପରି କରିବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।
  • ଶନି ଦୋଷ ଖଣ୍ତନ ନେଇ ମଙ୍ଗଳବାର ଏକ ବିଶେଷ ଦିନ ଅଟେ । ଏହି ଦିନ ଶନି ସୋତ୍ରୋ ପାଠ କରନ୍ତୁ । କୁହାଯାଏ, ଏପରି କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି । ଫଳରେ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।​

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)