Shani Transit: ୩ ରାଶିଙ୍କ ଭାଗ୍ୟ ବଦଳାଇବ ଶନିଙ୍କ ଚଳନ!
Advertisement

Shani Transit: ୩ ରାଶିଙ୍କ ଭାଗ୍ୟ ବଦଳାଇବ ଶନିଙ୍କ ଚଳନ!

Shani Rashi Parivartan 2023: ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ବ୍ୟକ୍ତିକୁ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହଙ୍କ ମଧ୍ୟରୁ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ଭାବେ ବିବେଚନା କରାଯାଇଛି।

ସୌ(ସୋସିଆଲ ମିଡିଆ)

Shani Rashi Parivartan 2023: କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତା କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି । ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟୋଦୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ବ୍ୟକ୍ତିକୁ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହଙ୍କ ମଧ୍ୟରୁ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ଭାବେ ବିବେଚନା କରାଯାଇଛି।

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗତିବିଧିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ତେବେ ଆସନ୍ତା ନଭେମ୍ବର ମାସ ୪ ତାରିଖରେ ଶନି କୁମ୍ଭ ରାଶିକୁ ଚଳନ କରି ଏଠାରେ ୨୦୨୫ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅବସ୍ଥାପନ କରିବେ । ନ୍ୟାୟର ଦେବତାଙ୍କ ଏହି ରାଶି ପରିବର୍ତ୍ତନ ରାଶିଚକ୍ରରେ ଥିବା ସମସ୍ତ ରାଶିକୁ ପ୍ରଭାବ କରିବ । ତେବେ ଶନିଙ୍କ ଏହି ଚଳନ କେତେକ ରାଶି ପାଇଁ ଶୁଭଫଳ ଦାୟୀ ରହିବ । ଶନି ଦେବତାଙ୍କ କୃପା ଦୃଷ୍ଟି ହେତୁ କେତେକ ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଶନିଦେବଙ୍କ ଚଳନ କେଉଁ କେଉଁ ରାଶିଙ୍କୁ କରିବ ଧନବାନ୍। 

ମେଷ ରାଶି: ଶନି ଦେବଙ୍କ ଏହି ଚଳନ ମେଷ ରାଶି ପାଇଁ ଶୁଭ ରହିବ । ଏହି ସମୟ ମଧ୍ଯରେ ଆୟରେ ବୃଦ୍ଧି ଘଟିବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ସଫଳତା ପାଇବେ। ପୁଞ୍ଜି ବିନିଯୋଗରେ ଭଲ ରିଟର୍ଣ୍ଣ ପାଇବେ । ଚାକିରିରେ ନିଯୁକ୍ତ ବ୍ୟକ୍ତିମାନେ ସ୍ଥାନାନ୍ତର ସହିତ ପଦୋନ୍ନତିର ଲାଭ ପାଇବେ। ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଭ୍ରମଣ ନେଇ ଯୋଗ ରହିଛି । ଜୀବନସାଥୀଙ୍କ ସହଯୋଗ ମିଳିବ ।

ସିଂହ ରାଶି: ଶନିଙ୍କ ଏହି ଚଳନ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି। ଏହି ଅବଧି ମଧ୍ୟରେ, ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଅଗ୍ରଗତି ହେବ । ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି। ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ନୂତନ କାର୍ଯ୍ୟ ଆରମ୍ଭ ହେବ । କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ । ଚାକିରୀ କରୁଥିବା ବ୍ୟକ୍ତି ମାନଙ୍କର ପଦୋନ୍ନତି ନେଇ ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଶୁଭ ରହିବ ।

ମକର ରାଶି: ସେହିପରି ଏହି ମକର ରାଶିର ଲୋକଙ୍କ ଭାଗ୍ୟ ମଧ୍ୟ ଆସନ୍ତାମାସ ଠାରୁ ଚମକିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଋଣର ଭାରରୁ ମୁକ୍ତି ମିଳିବା । ଆର୍ଥିକ୍ ସ୍ଥିତି ମଜବୁତ୍ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁଖ ସମୃଦ୍ଧି ବୃଦ୍ଧି ପାଇବ । ମିତ୍ରମାନଙ୍କ ସହଯୋଗ ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ। ବ୍ୟବସାୟ ଓ ଚାକିରିରେ ଅଗ୍ରଗତି । ଧନ ଲାଭ ଯୋଗ । ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

Also Read-Horoscope Today: ଦୂରଯାତ୍ରା କରନ୍ତୁ ନାହିଁ ଏହି ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ