Saturn: ଶନି କରିବେ ଓଲଟା ଚଳନ, ୩ ରାଶିଙ୍କ ପାଇଁ ମାଡ଼ି ଆସିବ ବିପଦ!
Advertisement

Saturn: ଶନି କରିବେ ଓଲଟା ଚଳନ, ୩ ରାଶିଙ୍କ ପାଇଁ ମାଡ଼ି ଆସିବ ବିପଦ!

Saturn Move in Reverse: ବୈଦିକ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ବହୁ ଗ୍ରହ ଓ ନକ୍ଷେତ୍ର ନିଜ ଗତିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯାହା ଫଳରେ କେତେକ ରାଶି ଉପରେ ଶୁଭ ତ ଆଉ କେତେକ ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିପାରେ । ତେବେ ଆଜି ଆସନ୍ତୁ ସେହି ୩ ରାଶିଙ୍କ ବିଷୟରେ ଯାହାଙ୍କୁ ନୂଆ ବର୍ଷରେ ବେଶ ସତର୍କ ସହ ଚଳିବାକୁ ହେବ ।

ବୃଷ ରାଶି: ବୈଦିକ ଶାସ୍ତ୍ର ଅନୁଯାୟୀ, ୨୦୨୪ରେ ଶନି ଓଲଟା ଚଳନ କରିବାକୁ ଯାଉଛନ୍ତି। ଫଳରେ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଏହି ସମୟରେ ସତର୍କ ରହିବାକୁ ପଡି଼ବ । ଏହି ସମୟ ଅତ୍ୟନ୍ତ କଷ୍ଟଦାୟକ ରହିବ। ପରିବାର ସଦସ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚ ବଢିବା ସହ ବ୍ୟବସାୟରେ କ୍ଷତି ହେବ । ଦୁର୍ଘଟଣା ନେଇ ଆଶଙ୍କା ରହିଛି ।

ସିଂହ ରାଶି- ଶନି ଓ ରାହୁଙ୍କ ପ୍ରଭାବ ହେତୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ କ୍ଷତି ସହିବାକୁ ପଡ଼ିପାରେ । ଏହି ସମୟରେ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମ କ୍ଷେତ୍ରରେ ବାଧ୍ୟା ସୃଷ୍ଟି ହେବ ।

ତୁଳା ରାଶି- ଆଚାର ବ୍ୟବହାର ଭଲ ରଖନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ ସତର୍କତାର ସହ କାର୍ଯ୍ୟ କରନ୍ତୁ । ଧନହାନୀ ନେଇ ଯୋଗ ରହିଛି । ଦୂରଯାତ୍ରା କରନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ସହ ଛୋଡ଼ କଥାକୁ ନେଇ ମତାନ୍ତର ହେବ । କର୍ମକ୍ଷେତ୍ରରେ ଚାପଗସ୍ତ ରହିବେ । ବ୍ୟବସାୟୀ ପାଇଁ ଏହି ସମୟ ଅନୁକୂଳ ରହିବ ନାହିଁ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)