Rahu Dosh Remedies: ଜୀବନରେ ସମସ୍ୟା ବଢାଇଥାଏ ରାହୁଙ୍କ ଅଶୁଭ ସ୍ଥିତି, ପ୍ରଭାବ ହ୍ରାସ କରିବା ପାଇଁ କରନ୍ତୁ...
Advertisement

Rahu Dosh Remedies: ଜୀବନରେ ସମସ୍ୟା ବଢାଇଥାଏ ରାହୁଙ୍କ ଅଶୁଭ ସ୍ଥିତି, ପ୍ରଭାବ ହ୍ରାସ କରିବା ପାଇଁ କରନ୍ତୁ...

Rahu Dosh Remedies: ସଠିକ୍ ଭାବେ ନିଦ ନ ହେବା, ଭୟଭୀତ ସ୍ୱପ୍ନ ଦେଖିବା, ଶୋଇବା ସମୟରେ ବାରମ୍ବାର ଭୟଭୀତ ହେବା, ଶରୀରିକ ଦୁର୍ବଳତା କିମ୍ବା ଅତ୍ୟଧିକ ଅଳସୁଆମୀ ଏସବୁର ଲକ୍ଷଣ ଅଟେ । ଶାସ୍ତ୍ରରେ ଅନୁଯାୟୀ, ରାହୁ ଅସନ୍ତୁଷ୍ଟ ଥିଲେ ବା ଅଶୁଭ ସ୍ଥିତିରେ ଥିଲେ ତାଙ୍କୁ ଶାନ୍ତ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପଦକ୍ଷେପ ଉଲ୍ଲେଖ କରାଯାଇଛି । ଏହି ପଦକ୍ଷେପ କରିବା ଦ୍ବାରା ଜୀବନରେ ଘଟୁଥିବା ଘଟଣା ଓ ଅଘଟଣକୁ କମ୍ କରାଯାଇପାରିବ ।

ସୌ(ସୋସିଆଲ ମିଡିଆ)

Rahu Dosh Remedies: ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କୁ ‘ଛାୟା ଗ୍ରହ’ ବୋଲି କୁହାଯାଏ । ସେହିପରି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କୁ ଏକ ନିଷ୍ଠୁର ଗ୍ରହ ଭାବେ ବିବେଚନା କରାଯାଇଛି। ତେବେ ରାହୁ ଅସନ୍ତୁଷ୍ଟ ହେଲେ ବ୍ୟକ୍ତିଙ୍କ ଜୀବନରେ ଅଶୁଭ ଘଟଣା ଘଟିବା ଆରମ୍ଭ ହୋଇଥାଏ । ସଠିକ୍ ଭାବେ ନିଦ ନ ହେବା, ଭୟଭୀତ ସ୍ୱପ୍ନ ଦେଖିବା, ଶୋଇବା ସମୟରେ ବାରମ୍ବାର ଭୟଭୀତ ହେବା, ଶରୀରିକ ଦୁର୍ବଳତା କିମ୍ବା ଅତ୍ୟଧିକ ଅଳସୁଆମୀ ଏସବୁର ଲକ୍ଷଣ ଅଟେ । ଶାସ୍ତ୍ରରେ ଅନୁଯାୟୀ, ରାହୁ ଅସନ୍ତୁଷ୍ଟ ଥିଲେ ବା ଅଶୁଭ ସ୍ଥିତିରେ ଥିଲେ ତାଙ୍କୁ ଶାନ୍ତ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପଦକ୍ଷେପ ଉଲ୍ଲେଖ କରାଯାଇଛି । ଏହି ପଦକ୍ଷେପ କରିବା ଦ୍ବାରା ଜୀବନରେ ଘଟୁଥିବା ଘଟଣା ଓ ଅଘଟଣକୁ କମ୍ କରାଯାଇପାରିବ ।

ବ୍ୟକ୍ତିଙ୍କ ଜୀବନରେ ରାହୁଙ୍କ ପ୍ରଭାବ

ଆର୍ଥିକ ଅବସ୍ଥା

ରାହୁଙ୍କ ପ୍ରଭାବ ବ୍ୟକ୍ତିର ଆର୍ଥିକ୍ ସ୍ଥିତି ଉପରେ ପଡ଼ିଥାଏ । ଯଦି ରାଶିରେ ରାହୁ ଶୁଭ ସ୍ଥିତିରେ ଥାଆନ୍ତି ତାହାଲେ ବ୍ୟକ୍ତିର ଆର୍ଥିକ୍ ସ୍ଥିତି ଭଲ ରହିଥାଏ ।

ବୃତ୍ତି ଓ ବ୍ୟବସାୟ

କ୍ୟାରିୟର ଉପରେ ମଧ୍ଯ ରାହୁଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଥାଏ । ଯଦି ରାହୁ ଅଶୁଭ ସ୍ଥିତିରେ ରହିଥାଆନ୍ତି ତାହାଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ସ୍ୱାସ୍ଥ୍ୟ ଉପରେ ପ୍ରଭାବ

ରାହୁ ଅପ୍ରତ୍ୟାଶିତ ଅବସ୍ଥାରେ ଥିଲେ ବ୍ୟକ୍ତିର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ।

ମାନସିକ ସ୍ୱାସ୍ଥ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାହୁଙ୍କ ପ୍ରଭାବ ଜଣେ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ଯ ପଡିଥାଏ  । ରାହୁ ଜାତକ ବା ରାଶିରେ ଅଶୁଭ ସ୍ଥିତିରେ ଥିଲେ ଅବାଞ୍ଛିତ ଚିନ୍ତା, ଉଦାସୀନତା ଓ ଚିନ୍ତା ପରି ସମସ୍ୟା ଦେଖାଦେଇଥାଏ ।

ରାହୁ ଦୋଷରୁ ମୁକ୍ତି ଲାଗି କରନ୍ତୁ ଏହିସବୁ ପ୍ରତିକାର

ରାହୁ ମନ୍ତ୍ର ଜପ:

"ॐ भ्रां भ्रीं भ्रों स: राहवे नम:"  - ଏହି ମନ୍ତ୍ର ଜପ କରିବା ଦ୍ବାରା ରାହୁଙ୍କ ଖରାପ ପ୍ରଭାବ କମ୍ ହୋଇଥାଏ । ଏହାସହ ମନ ଓ ଆତ୍ମାକୁ ଶାନ୍ତି ମିଳିଥାଏ ।  

ହେସୋନାଇଟ୍ ରତ୍ନ ଧାରଣ କରନ୍ତୁ:

ରାହୁଙ୍କୁ ଖୁସି କରିବା ପାଇଁ ହେସୋନାଇଟ୍ କିମ୍ବା ଗୋମେଡ୍ ରତ୍ନ ପଥର ଧାରଣ କରନ୍ତୁ । ଏହି ରତ୍ନ ରାହୁଙ୍କ ନକାରାତ୍ମକ ପ୍ରଭାବରୁ ରକ୍ଷା କରିଥାଏ । କିନ୍ତୁ ଏହି ପଥର ପିନ୍ଧିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ କରିନେବା ଉଚିତ୍ ।

 ସର୍ପ ଦାନ:

ରାହୁ ଦୋଷକୁ କାଟିବା ଲାଗି ସର୍ପ ଦାନ କରିବା ନେଇ ସୁପାରିଶ ଦିଆଯାଇଥାଏ । ସର୍ପ ଦାନ କରିବା ଦ୍ବାରା ରାହୁଙ୍କ ଖରାପ ପ୍ରଭାବ ହ୍ରାସ ହୋଇଥାଏ । କିନ୍ତୁ ପଣ୍ଡିତ କିମ୍ବା ଜ୍ୟୋତିଷଙ୍କ ମାର୍ଗଦର୍ଶନରେ ଏହି ବିଧି କରିବା ଉଚିତ୍ ।

ଧ୍ୟାନ ଓ ଯୋଗ

ଧ୍ୟାନ ଓ ଯୋଗ ମାଧ୍ୟମରେ ମନ ଓ ଆତ୍ମାକୁ ​​ଶାନ୍ତି ମିଳିଥାଏ । ଧ୍ୟାନ ଓ ଯୋଗ ଦ୍ବାରା ରାହୁଙ୍କ ଖରାପ ପ୍ରଭାବକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଧ୍ୟାନରେ ବସିବା ମନକୁ ଶାନ୍ତ ମିଳିଥାଏ । ଅନ୍ୟପଟେ ଯୋଗ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )