Mangal Gochar 2023: ମଙ୍ଗଳଙ୍କ କୃପାରୁ ଏହି ତିନି ରାଶି ଉପରେ ହେବ ଧନ ବର୍ଷା
Advertisement

Mangal Gochar 2023: ମଙ୍ଗଳଙ୍କ କୃପାରୁ ଏହି ତିନି ରାଶି ଉପରେ ହେବ ଧନ ବର୍ଷା

Mangal Gochar Astrology Prediction: ମଙ୍ଗଳ ଧନୁ ରାଶିକୁ ଡିସେମ୍ବର ୨୭ ପୂର୍ବାହ୍ନ ୧୨ଟା ୩୬ ମିନିଟ୍ ସମୟରେ ଚଳନ କରିବାକୁ ଯାଉଛନ୍ତି। ମଙ୍ଗଳଙ୍କ ଏହି ଚଳନ ବା ଗୋଚର କିଛି ରାଶିକୁ ମାଲେମାଲ୍ କରିବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶି ଉପରେ ମଙ୍ଗଳ ଧନ ବର୍ଷା କରିବାକୁ ଯାଉଛନ୍ତି। 

Mangal Gochar 2023: ମଙ୍ଗଳଙ୍କ କୃପାରୁ ଏହି ତିନି ରାଶି ଉପରେ ହେବ ଧନ ବର୍ଷା

Mangal Gochar Astrology Prediction: ଗ୍ରହଗୁଡିକର ସେନାପତି ହେଉଛନ୍ତି ମଙ୍ଗଳ(mars)। ମଙ୍ଗଳଙ୍କୁ କ୍ରୋଧ ଓ ସାହସର ଗ୍ରହ ଭାବେ ବିବେଚନା କରାଯାଏ। ମଙ୍ଗଳଙ୍କ କୃପା ଫଳରେ ଜଣେ ବ୍ୟକ୍ତି ପୂର୍ଣ୍ଣ ଶକ୍ତି ଓ ସାମର୍ଥ୍ୟ ସହିତ ପ୍ରତ୍ୟେକ କାର୍ଯ୍ୟକୁ କରିଥାଏ । ମଙ୍ଗଳଙ୍କ ରାଶି ପରିବର୍ତ୍ତନ (Mars transit 2023) ରାଶି ଚକ୍ରରେ ଥିବା ୧୨ଟି ରାଶି ଉପରେ ପ୍ରଭାବ ପକାଇଥାଏ। ତେବେ, ଏହି କ୍ରମରେ ମଙ୍ଗଳ ଧନୁ ରାଶିକୁ ଡିସେମ୍ବର ୨୭ ପୂର୍ବାହ୍ନ ୧୨ଟା ୩୬ ମିନିଟ୍ ସମୟରେ ଚଳନ କରିବାକୁ ଯାଉଛନ୍ତି। ମଙ୍ଗଳଙ୍କ ଏହି ଚଳନ ବା ଗୋଚର କିଛି ରାଶିକୁ ମାଲେମାଲ୍ କରିବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶି ଉପରେ ମଙ୍ଗଳ ଧନ ବର୍ଷା କରିବାକୁ ଯାଉଛନ୍ତି। 

ALSO READ: Today Horoscope: ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

କୋଟିପତି ହେବେ ଏହି ସବୁ ରାଶି:

ମେଷ: ଧନୁରେ ମଙ୍ଗଳଙ୍କ ଚଳନ ଏହି ରାଶିଙ୍କ ଭାଗ୍ୟ ବଦଳାଇବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଯଦି କୌଣସି ବ୍ୟକ୍ତି ସେନାରେ କାର୍ଯ୍ୟରତ । ତେବେ, ସେମାନଙ୍କୁ ବିଶେଷ ଶୁଭଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜମି ସମ୍ବନ୍ଧୀୟ କାର୍ଯ୍ୟରୁ ଲାଭବାନ୍ ହେବେ। ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଅବିବାହିତ ଲୋକଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । ବ୍ୟବସାୟରେ ଜଡିତ ଥିବା ଲୋକେ ଏହି ସମୟ ମଧ୍ୟରେ ବିଶେଷ ଲାଭ ପାଇବେ। 

କର୍କଟ: ଦିର୍ଘ ଦିନ ଧରି ଲାଗିଥିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ମଙ୍ଗଳଙ୍କ ଆର୍ଶିବାଦରୁ ଆପଣଙ୍କ ବୌବାହିକ ଜୀବନ ସୁଖମୟ ହେବ। ବିଶେଷ କରି ପ୍ରେମ ଜୀବନ ସୁଖ ସମୃଦ୍ଧିରେ ଭରିଯିବ। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ନେଇ ଯୋଗ ରହିଛି । ହଠାତ୍ ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି।  ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।   କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଏହି ସମୟରେ ଦୀର୍ଘ ଦିନରୁ ଛନ୍ଦି ହୋଇଥିବା ମାମଲାରେ ନ୍ୟାୟ ମିଳିବା ସହ ପରିବାରର ସମର୍ଥନ ପାଇବେ ।

ଧନୁ :  ପୁରୁଣା ବିନିଯୋଗରୁ ଲାଭ ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ। ଜୀବନସାଥୀଙ୍କ ସହ ମଧୁର ସମୟ ଅତିବାହିତ କରିବେ । ଯାହା ଫଳରେ ସମ୍ପର୍କରେ ମଧୁରତା ଆସିବ । ଆୟ ବୃଦ୍ଧି ହେବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ।  ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । କଠିନ ସମୟ ଦୂର ହେବ । ବିଦେଶରେ ଆପଣଙ୍କୁ ଚାକିରି ମିଳିବାରେ ମଧ୍ୟ ସମ୍ଭାବନା ରହିଛି। ବ୍ୟବସାୟୀଙ୍କ ପାଇଁ ମଧ୍ୟ ସମୟ ବେଶ ଅନୁକୂଳ ରହିଛି। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )