Mercury Transit 2023: ଧନୁ ରାଶିରେ ବିଦ୍ୟମାନ ବୁଧ, ଫାଇଦାରେ ଏହିସବୁ ରାଶି!
Advertisement
Article Detail0/zeeodisha/odisha1981724

Mercury Transit 2023: ଧନୁ ରାଶିରେ ବିଦ୍ୟମାନ ବୁଧ, ଫାଇଦାରେ ଏହିସବୁ ରାଶି!

Mercury Transit: ବୁଧ ଡିସେମ୍ବର ୧୩ ତାରିଖ ରାତି ୧୨:୪୩ ମିନିଟ୍ ରେ ରାଶି ପରିବର୍ତ୍ତନ କରିବେ ଅର୍ଥାତ୍ ଓଲଟା ଚଳନ କରି ଡ଼ିସେମ୍ବର ୨୮ ତାରିଖ ୧୧:୨୭ ମିନିଟ୍ ରେ ବିଛା ରାଶିରେ ପ୍ରବେଶ କରିବେ । ବୁଧ ସୌରମଣ୍ଡଳର ସବୁଠାରୁ ଛୋଟ ଗ୍ରହ ଅଟନ୍ତି । ତାଙ୍କୁ ବୁଦ୍ଧି ଓ ବାଣୀର ଦେବତା ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ବୁଧଙ୍କ ଏହି ଚଳନ କେଉଁ ସବୁ ରାଶିଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।

ସୌ(ସୋସିଆଲ ମିଡିଆ)

Mercury Transit 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ଗତିବିଧିରେ ପରିବର୍ତ୍ତନ ୧୨ଟି ରାଶିକୁ ପ୍ରଭାବିତ କରିଥାଏ । ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । ଶାସ୍ତ୍ରରେ, ବୃହସ୍ପତିଙ୍କୁ ଅତ୍ୟନ୍ତ ଶୁଭ ଗ୍ରହ ବୋଲି ବିବେଚନା କରାଯାଇଛି । ସୋମବାର ସକାଳ ୫:୫୪ ମିନିଟ୍ ରେ ବୁଧ ଧନୁ ରାଶିକୁ ଚଳନ କରିଛନ୍ତି । ସେ ଡିସେମ୍ବର ୨୮ ତାରିଖ ରାତି 11:୨୭ ଯାଏଁ ଏଠାରେ ବିଦ୍ୟମାନ ରହିବେ । ଏହାପରେ ବୁଧ ବିଛା ରାଶିକୁ ଚଳନ କରିବେ । ବୁଧ ଡିସେମ୍ବର ୧୩ ତାରିଖ ରାତି ୧୨:୪୩ ମିନିଟ୍ ରେ ରାଶି ପରିବର୍ତ୍ତନ କରିବେ ଅର୍ଥାତ୍ ଓଲଟା ଚଳନ କରି ଡ଼ିସେମ୍ବର ୨୮ ତାରିଖ ୧୧:୨୭ ମିନିଟ୍ ରେ ବିଛା ରାଶିରେ ପ୍ରବେଶ କରିବେ । ବୁଧ ସୌରମଣ୍ଡଳର ସବୁଠାରୁ ଛୋଟ ଗ୍ରହ ଅଟନ୍ତି । ତାଙ୍କୁ ବୁଦ୍ଧି ଓ ବାଣୀର ଦେବତା ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ବୁଧଙ୍କ ଏହି ଚଳନ କେଉଁ ସବୁ ରାଶିଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।

ସିଂହ ରାଶି- ବୁଧଙ୍କ ଏହି ଚଳନ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଫଳପ୍ରଦ ପ୍ରମାଣିତ ହେବ। ଏହି ଅବଧି ମଧ୍ୟରେ ବ୍ୟକ୍ତିତ୍ୱର ଉନ୍ନତି ହେବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।  ବୁଧ ଧନର ସ୍ବାମୀ ହୋଇଥିବାକୁ ଏହି ସମୟ ମଧ୍ୟରେ ଅର୍ଥର ଅଭାବ ରହିବ ନାହିଁ । ନୂତନ ଚାକିରି ମିଳିବା ସହ ଆୟ ବୃଦ୍ଧି ହେବ। ଆର୍ଥିକ୍ ସ୍ଥିତି ମଜଭୁତ ହେବ । ଅଟକି ରହିଥିବା ଟଙ୍କା ମିଳିବ । କୋର୍ଟ କଚେରୀ ମାମଲାରେ ଶୁଭଫଳ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା ରାଶି- ବୁଧଙ୍କ ଏହି ରାଶି ପରିବର୍ତ୍ତନ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟୀ ପ୍ରମାଣିତ ହେବ। କ୍ୟାରିୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ଆର୍ଥିକ ଭାବେ ଲାଭବାନ ହେବ। ବ୍ୟବସାୟୀ ମାନେ ବ୍ୟବସାୟରେ ବିପୁଳ ଲାଭ ପାଇବେ। ପରିବାର ଲୋକଙ୍କ ସହଯୋଗ ମିଳିବ ।

ବିଛା ରାଶି- ଏହି ସମୟ ବିଛା ରାଶିର ବିଶେଷଙ୍କ ପାଇଁ ମଧ୍ଯ ଶୁଭଫଳ ଦାୟୀ ରହିବ । ବ୍ୟକ୍ତିତ୍ୱର ଉନ୍ନତି ହେବ। ଏହି ସମୟରେ ନେଇଥିବା ନିଷ୍ପତ୍ତି ଭବିଷ୍ୟତରେ ଲାଭଦାୟୀ ପ୍ରମାଣିତ ହେବ। ବ୍ୟବସାୟୀମାନେ ବିଶେଷ ଭାବେ ଉପକୃତ ହେବେ। ବୈବାହିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ମକର ରାଶି- ବୁଧଙ୍କ ଏହି ଚଳନ ମକର ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ । ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଟଙ୍କା ଆସିବ । ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ପରିବାରରେ ହସଖୁସି ଲାଗି ରହିବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ବିନିଯୋଗରୁ ଲାଭ ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)