Mercury Transit 2024: ଧନୁ ରାଶିରେ ବିଦ୍ୟମାନ ବୁଧ, ଫାଇଦାରେ ଏହିସବୁ ରାଶି!
Advertisement

Mercury Transit 2024: ଧନୁ ରାଶିରେ ବିଦ୍ୟମାନ ବୁଧ, ଫାଇଦାରେ ଏହିସବୁ ରାଶି!

Mercury Transit 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ଗତିବିଧିରେ ପରିବର୍ତ୍ତନ ୧୨ଟି ରାଶିକୁ ପ୍ରଭାବିତ କରିଥାଏ । ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । ଶାସ୍ତ୍ରରେ, ବୃହସ୍ପତିଙ୍କୁ ଶୁଭ ଗ୍ରହ ଭାବେ ଗଣାଯାଇଥାଏ ।

ନିକଟରେ ବୁଧ ଧନୁ ରାଶିକୁ ଚଳନ କରିଛନ୍ତି । ଜୁଲାଇ ୨୮ ଯାଏଁ ବୁଧ ଏହି ରାଶିରେ ବିରାଜିବେ। ଏହାପରେ ସେ ବିଛା ରାଶିକୁ ଚଳନ କରିବେ । ବୁଧ ଜୁଲାଇ ୫ରେ ଓଲଟା ଚଳନ କରି ୨୮ରେ ବିଛା ରାଶିରେ ପ୍ରବେଶ କରିବେ । ତେବେ ଆସନ୍ତୁ ଜାଣିବା ଏହି ଚଳନ କେଉଁ ସବୁ ରାଶିଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।

ମିଥୁନ ରାଶି- ବୁଧଙ୍କ ଏହି ଚଳନ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଫଳପ୍ରଦ ପ୍ରମାଣିତ ହେବ। ଏହି ଅବଧି ମଧ୍ୟରେ ବ୍ୟକ୍ତିତ୍ୱର ଉନ୍ନତି ହେବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।  ବୁଧ ଧନର ସ୍ବାମୀ ହୋଇଥିବାକୁ ଏହି ସମୟ ମଧ୍ୟରେ ଅର୍ଥର ଅଭାବ ରହିବ ନାହିଁ । ନୂତନ ଚାକିରି ମିଳିବା ସହ ଆୟ ବୃଦ୍ଧି ହେବ। ଆର୍ଥିକ୍ ସ୍ଥିତି ମଜଭୁତ ହେବ । ଅଟକି ରହିଥିବା ଟଙ୍କା ମିଳିବ । କୋର୍ଟ କଚେରୀ ମାମଲାରେ ଶୁଭଫଳ ମିଳିବ।

କନ୍ୟା ରାଶି- ବୁଧଙ୍କ ଏହି ରାଶି ପରିବର୍ତ୍ତନ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟୀ ପ୍ରମାଣିତ ହେବ। କ୍ୟାରିୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ । କର୍ମକ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟବସାୟୀ ମାନେ ବ୍ୟବସାୟରେ ବିପୁଳ ଲାଭ ପାଇବେ। ପରିବାର ଲୋକଙ୍କ ସହଯୋଗ ମିଳିବ ।

ଧନୁ ରାଶି- ଏହି ସମୟରେ ନେଇଥିବା ନିଷ୍ପତ୍ତି ଭବିଷ୍ୟତରେ ଲାଭଦାୟୀ ପ୍ରମାଣିତ ହେବ। ବ୍ୟବସାୟୀମାନେ ବିଶେଷ ଭାବେ ଉପକୃତ ହେବେ। ବୈବାହିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ମକର ରାଶି- ବୁଧଙ୍କ ଏହି ଚଳନ ମକର ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ । ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଟଙ୍କା ଆସିବ । ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ପରିବାରରେ ହସଖୁସି ଲାଗି ରହିବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ବିନିଯୋଗରୁ ଲାଭ ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)