Mercury Transit 2023: ଦିପାବଳୀ ପରଦିନ ରାଶି ବଦଳାଇବେ ବୁଧ, ଶୁଭଫଳ ପାଇବେ ୩ ରାଶି!
Advertisement
Article Detail0/zeeodisha/odisha1948351

Mercury Transit 2023: ଦିପାବଳୀ ପରଦିନ ରାଶି ବଦଳାଇବେ ବୁଧ, ଶୁଭଫଳ ପାଇବେ ୩ ରାଶି!

Mercury transit 2023: ଶୁକ୍ର ଓ ଶନି ଦିପାବଳୀ (Diwali 2023) ପୂର୍ବରୁ ରାଶି ପରିବର୍ତ୍ତନ (Rashi Parivartan 2023) କରିଥିବା ବେଳେ ଦୀପାବଳିର ପରଦିନ ବୁଧ ରାଶି ପରିବର୍ତ୍ତନ (Mercury transit 2023) କରିବାକୁ ଯାଉଛନ୍ତି । ବୁଧଙ୍କୁ ଧନ, ବ୍ୟବସାୟ, ବୁଦ୍ଧିର କାରକ ବୋଲି କୁହାଯାଏ । ଚଳିତ ବର୍ଷ ନଭେମ୍ବର ୧୨ ତାରିଖରେ ଦୀପାବଳି ପଡୁଛି । 

ସୌ(ସୋସିଆଲ ମିଡିଆ)

Mercury Rise 2023 in Scorpio: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହି ମାସ ବେଶ ସ୍ୱତନ୍ତ୍ର ଅଟେ । ଶୁକ୍ର ଓ ଶନି ଦିପାବଳୀ (Diwali 2023) ପୂର୍ବରୁ ରାଶି ପରିବର୍ତ୍ତନ (Rashi Parivartan 2023) କରିଥିବା ବେଳେ ଦୀପାବଳିର ପରଦିନ ବୁଧ ରାଶି ପରିବର୍ତ୍ତନ (Mercury transit 2023) କରିବାକୁ ଯାଉଛନ୍ତି । ବୁଧଙ୍କୁ ଧନ, ବ୍ୟବସାୟ, ବୁଦ୍ଧିର କାରକ ବୋଲି କୁହାଯାଏ । ଚଳିତ ବର୍ଷ ନଭେମ୍ବର ୧୨ ତାରିଖରେ ଦୀପାବଳି ପଡୁଛି । ଏହାର ପରଦିନ ଅର୍ଥାତ୍ ନଭେମ୍ବର ୧୩ ତାରିଖ ଦିନ ବୁଧ ବିଛା (Scorpio) ରାଶିରେ ପ୍ରବେଶ କରିବେ। ବୁଧଙ୍କ ଏହି ଚଳନ ରାଶିଚକ୍ରରେ ଥିବା ସମସ୍ତ ରାଶିକୁ ପ୍ରଭାବିତ କରିବ। ଅନ୍ୟପଟେ ଏହି ରାଶି ପରିବର୍ତ୍ତନ ଦ୍ବାରା ୩ଟି ରାଶିର ଭାଗ୍ୟଦୋୟ ହେବାକୁ ଯାଉଛି । ତେବେ ଆସନ୍ତୁ ଆଲୋଚନା କରିବା ସେହି ରାଶିଙ୍କ ବିଷୟରେ....

କନ୍ୟା ରାଶି- ବୁଧଙ୍କ ଏହି ରାଶି ପରିବର୍ତ୍ତନ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟୀ ପ୍ରମାଣିତ ହେବ। କ୍ୟାରିୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ଆର୍ଥିକ ଭାବେ ଲାଭବାନ ହେବ। ବ୍ୟବସାୟୀ ମାନେ ବ୍ୟବସାୟରେ ବିପୁଳ ଲାଭ ପାଇବେ। ପରିବାର ଲୋକଙ୍କ ସହଯୋଗ ମିଳିବ ।

ବିଛା ରାଶି- ବିଛା ରାଶିକୁ ବୁଧ ଚଳନ କରୁଥିବାରୁ ଏହି ସମୟରେ ଉକ୍ତର ରାଶିର ବିଶେଷଙ୍କୁ ଶୁଭଫଳ ମିଳିବ । ବ୍ୟକ୍ତିତ୍ୱର ଉନ୍ନତି ହେବ। ଏହି ସମୟରେ ନେଇଥିବା ନିଷ୍ପତ୍ତି ଭବିଷ୍ୟତରେ ଲାଭଦାୟୀ ପ୍ରମାଣିତ ହେବ। ବ୍ୟବସାୟୀମାନେ ବିଶେଷ ଭାବେ ଉପକୃତ ହେବେ। ବୈବାହିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ମକର ରାଶି- ବୁଧଙ୍କ ଏହି ଚଳନ ମକର ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ । ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଟଙ୍କା ଆସିବ । ଆର୍ଥିକ୍ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ପରିବାରରେ ହସ ଖୁସି ଲାଗି ରହିବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ବିନିଯୋଗରୁ ଆର୍ଥିକ ଲାଭ ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)