Ketu Yuti 2023: କେତୁ ଓ ମଙ୍ଗଳଙ୍କ ଚଳନ ବଦଳାଇବ ଏହି ୩ ରାଶିର ଭାଗ୍ୟ!
Advertisement
Article Detail0/zeeodisha/odisha1893843

Ketu Yuti 2023: କେତୁ ଓ ମଙ୍ଗଳଙ୍କ ଚଳନ ବଦଳାଇବ ଏହି ୩ ରାଶିର ଭାଗ୍ୟ!

Ketu mangal Yuti 2023:  ଅନେକ ଗ୍ରହ ଏହି ମାସରେ ସେମାନଙ୍କର ଗତିବିଧି ବା ଚଳନରେ ପରିବର୍ତ୍ତନ କରିବେ । ତେବେ ଏହି ମାସରେ କେତୁ ଓ ମଙ୍ଗଳ ଗ୍ରହ ମଧ୍ଯ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଅବଧି ମଧ୍ଯରେ ମଙ୍ଗଳ ତୁଳା ରାଶିରେ ବିରାଜମାନ ରହିବେ । ପରେ ଅକ୍ଟୋବର ୩ ତାରିଖରେ ମଙ୍ଗଳ ତୁଳା ରାଶିରେ ପ୍ରବେଶ କରିବେ । 

ସୌ(ସୋସିଆଲ ମିଡିଆ)

Ketu Yuti 2023: ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ। ଆସନ୍ତା ଅକ୍ଟୋବର ମାସ ଗ୍ରହ ମାନଙ୍କ ଚଳନ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । ବାସ୍ତବରେ, ଅନେକ ଗ୍ରହ ଏହି ମାସରେ ସେମାନଙ୍କର ଗତିବିଧି ବା ଚଳନରେ ପରିବର୍ତ୍ତନ କରିବେ । ତେବେ ଏହି ମାସରେ କେତୁ ଓ ମଙ୍ଗଳ ଗ୍ରହ ମଧ୍ଯ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଅବଧି ମଧ୍ଯରେ ମଙ୍ଗଳ ତୁଳା ରାଶିରେ ବିରାଜମାନ ରହିବେ । ପରେ ଅକ୍ଟୋବର ୩ ତାରିଖରେ ମଙ୍ଗଳ ତୁଳା ରାଶିରେ ପ୍ରବେଶ କରିବେ । ଏପରି ପରିସ୍ଥିତିରେ, ଗ୍ରହମାନଙ୍କର ଏହି ସଂଯୋଗ କିଛି ରାଶି ପାଇଁ ଲାଭଦାୟୀ ହେବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଶୁଭ ରହିବ ମଙ୍ଗଳ କେତୁଙ୍କ ଏହି ଚଳନ ବା ସଂଯୋଗ ।

କନ୍ୟା ରାଶି  

ଶାସ୍ତ୍ର ଅନୁଯାୟୀ, ଅକ୍ଟୋବର ମାସରେ ସୃଷ୍ଚି ହେବାକୁ ଯାଉଥିବା କେତୁ-ମଙ୍ଗଳ ସଂଯୋଗ କନ୍ୟା ରାଶିର ଲୋକଙ୍କ ପାଇଁ ବେଶ ଶୁଭଦାୟୀ ରହିବ । ଏହି ଅବଧି ମଧ୍ୟରେ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କୁ କେତୁ ଓ ମଙ୍ଗଳଙ୍କଠାରୁ ବିଶେଷ ଆଶୀର୍ବାଦ ପାଇବେ । ଫଳରେ ଚାକିରି ଓ ରୋଜଗାର କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । ଆର୍ଥିକ୍ ସ୍ଥିତି ମଜଭୁତ ହେବ । ପରିବାର ସଦସ୍ୟଙ୍କଠାରୁ ଆର୍ଥିକ୍ ସହଯୋଗ ମିଳିବ । ବ୍ୟବସାୟୀମାନେ ଲାଭବାନ ହେବେ ।

ସିଂହ ରାଶି

କେତୁ ଓ ମଙ୍ଗଳଙ୍କ ଏହି ରାଶି ପରିବର୍ତ୍ତନ ସିଂହ ରାଶିର ଲୋକଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ଏହି ସମୟ ମଧ୍ୟରେ, ବ୍ୟବସାୟରେ ବୃଦ୍ଧି ହେବା ସହ ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ଯୋଗ ରହିଛି । ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ । ଆର୍ଥିକ୍ ସ୍ଥିତିରେ ସୁଧାର ଆସିବ । ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ପୂରଣ ହେବ ।

କୁମ୍ଭ ରାଶି

ଏହି ସଂଯୋଗ କୁମ୍ଭ ରାଶି ପାଇଁ ମଧ୍ଯ ଅତ୍ୟନ୍ତ ଶୁଭଦାୟୀ ରହିବ । ଅନେକ ଉତ୍ସରୁ ଆର୍ଥିକ୍ ଲାଭ ମିଳିବ । ଚାକିରି ଓ ବ୍ୟବସାୟରେ ଅଗ୍ରଗତି ହେବ । ଜୀବନସାଥୀଙ୍କ ସହ ଚାଲିଥିବା ବିବାଦର ସମାଧାନ ହେବ । ଘରେ ସମୃଦ୍ଧତା ଆସିବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜଭୁତ ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)