ସୋମବାର ଦିନ କରନ୍ତୁ ଏହିସବୁ ଉପାୟ: ଚମକି ଉଠିବ ଭାଗ୍ୟ, ଦୂର ହେବ ଆର୍ଥିକ୍ ସମସ୍ୟା!
Advertisement

ସୋମବାର ଦିନ କରନ୍ତୁ ଏହିସବୁ ଉପାୟ: ଚମକି ଉଠିବ ଭାଗ୍ୟ, ଦୂର ହେବ ଆର୍ଥିକ୍ ସମସ୍ୟା!

Monday Remedies: ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ସୋମବାର ଦିନକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ସୋମବାର ଦିନ ଭୋଳା ଶଙ୍କରଙ୍କୁ ପୂଜା କରିବା ସହ କିଛି ବିଶେଷ ଉପାୟ କରିବା ଦ୍ବାରା ତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ଉପାୟ ବିଷୟରେ  ।

ସୌ(ସୋସିଆଲ ମିଡିଆ)

Monday Remedies: ଜ୍ୟୋତିଷ ଶାସ୍ତ୍ରରେ, ସୋମବାର ଦିନକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଇଛି । ଏହି ଦିନ ଭଗବାନ ଶିବଙ୍କୁ ସମର୍ପିତ । ବିଶ୍ବାସ ରହିଛି, ସୋମବାର ଦିନ ନିଷ୍ଠାର ସହ ମହାଦେବଙ୍କୁ ପୂଜା କଲେ ସମସ୍ତ ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ । ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ସୋମବାର ଦିନକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ଦିନ ଭଗବାନ ଶିବଙ୍କୁ ନିଷ୍ଠାର ସହ ପୂଜା କଲେ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହ ଜାତକରେ ଚନ୍ଦ୍ରଙ୍କ ସ୍ଥିତି ମଜଭୁତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଦେବତାମାନଙ୍କ ମଧ୍ୟରେ ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି, ଏହି କାରଣରୁ ତାଙ୍କୁ ଭୋଳାନାଥ ବୋଲି କୁହାଯାଇଥାଏ। ସୋମବାର ଦିନ ଭୋଳା ଶଙ୍କରଙ୍କୁ ପୂଜା କରିବା ସହ କିଛି ବିଶେଷ ଉପାୟ କରିବା ଦ୍ବାରା ତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ଉପାୟ ବିଷୟରେ  ।

ଭଗବାନ ଶିବଙ୍କ ଆଶୀର୍ବାଦ ଲାଗି କରନ୍ତୁ ଏହି ଉପାୟ

ସୋମବାର ଦିନ ଶିବଲିଙ୍ଗ ଉପରେ କ୍ଷୀର, ଜଳ ଓ ଗୌରୀ-ଶଙ୍କର ରୁଦ୍ରାକ୍ଷ ଅର୍ପଣ କରନ୍ତୁ । ଏହାପରେ ଘିଅ, ଚିନି, ଗହମ ଓ ଅଟାରେ ପ୍ରସ୍ତୁତ ଭୋଗ ପ୍ରସ୍ତୁତ ପ୍ରଦାନ କରି ଆରତୀ କରନ୍ତୁ । ବ୍ରହ୍ମା ମୁହୂର୍ତ୍ତରେ ଚାଉଳ, କ୍ଷୀର, ରୂପା ଇତ୍ୟାଦି ଦାନ କରନ୍ତୁ । ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଭଗବାନ ଶିବଙ୍କ ଆଶୀର୍ବାଦରେ ସମସ୍ତ କାର୍ଯ୍ୟ ଫଳଦାୟୀ ହୋଇଥାଏ ।

ଧନଧାନ୍ୟ ବୃଦ୍ଧି ପାଇଁ କରନ୍ତୁ..

ସୋମବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରିବା ପରେ ଶିବ ଲିଙ୍ଗ ଉପରେ କଞ୍ଚା କ୍ଷୀର, ଧଳା ଚନ୍ଦନ, ଗଙ୍ଗା ଜଳ ଓ ଚାଉଳ ଅର୍ପଣ କରନ୍ତୁ। ଏହାପରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ । ଏପରି କରିବା ଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ହେବା ସହ ଧନଧାନ୍ୟ ବୃଦ୍ଧି ପାଇଥାଏ ।

ଆର୍ଥିକ୍ ସ୍ଥିତି ମଜଭୁତ କରିବା ପାଇଁ..

ଆର୍ଥିକ୍ ସ୍ଥିତିକୁ ମଜବୁତ କରିବା ଲାଗି, ସୂର୍ଯ୍ୟୋଦୟ ସମୟରେ ଆଖୁ ରସରେ ଶିବଲିଙ୍ଗକୁ ଅଭିଷେକ କରନ୍ତୁ । ଏହି ଗିନ ସକାଳ ଓ ସନ୍ଧ୍ୟାରେ 'ॐ नमो धनदाय स्वाहा' ମନ୍ତ୍ର ଜପ କରନ୍ତୁ । ଏପରି କରିବା ଦ୍ବାରା ଆର୍ଥିକ୍ ସ୍ଥିତି ମଜଭୁତ ହେବା ସହ ଜୀବନରେ ସୁଖ ଓ ଶାନ୍ତି ବୃଦ୍ଧି ପାଇଥାଏ ।

ବ୍ୟବସାୟରେ ଉନ୍ନତି ଲାଗି କରନ୍ତୁ ଏହି ଉପାୟ

ବ୍ୟବସାୟରେ ଅଗ୍ରଗତି ପାଇଁ ଶିବଲିଙ୍ଗକୁ ପଞ୍ଚାମୃତରେ ଅଭିଷେକ କରନ୍ତୁ । ଏହାପରେ ଶିବଲିଙ୍ଗ ଉପରେ ଚଢା ଯାଇଥିବା କ୍ଷୀରକୁ ଏକ ତମ୍ବା ପାତ୍ରରେ ରଖି ଭକ୍ତିର ସହ 'ଓମ୍ ନମଃ ଶିବାୟ' ମନ୍ତ୍ର ଜପ କରିବା ସହ ସେହି କ୍ଷୀରକୁ ବ୍ୟବସାୟ ସ୍ଥାନରେ ଛିଞ୍ଚନ୍ତୁ। ଏପରି କରିବା ଦ୍ବାରା ବ୍ୟବସାୟରେ ଅଗ୍ରଗତି ସହ ଅଭିବୃଦ୍ଧି ହୋଇଥାଏ ।

ବୈବାହିକ ଜୀବନରେ ଥିବା ସମସ୍ୟା ଥିଲେ..

ବୈବାହିକ ଜୀବନରେ ସମସ୍ୟାରେ ସମ୍ମୁଖୀନ ହେଉଥିଲେ ସୋମବାର ଶିବ ମନ୍ଦିରରେ ରୁଦ୍ରକ୍ଷଙ୍କୁ ଦାନ କରନ୍ତୁ । ବିଶ୍ୱାସ କରାଯାଏ ଯେ, ଏହା ଦାମ୍ପତ୍ୟ ଜୀବନରେ ପ୍ରେମ ଓ ପରିବାରରେ  ସୁଖ ଏବଂ ସମୃଦ୍ଧତା ଆଣିଥାଏ ।

କରଜରୁ ମୁକ୍ତି ପାଇବା ପାଇଁ

କରଜ ଭାର ସହ ଆର୍ଥିକ୍ ସମସ୍ୟାର ସମ୍ମୁଖୀନ ହେଉଥିଲେ, ସୋମବାର ଦିନ ସକାଳେ ଜଳରେ ଅକ୍ଷତ ମିଶାଇ ଶିବ ଲିଙ୍ଗ ଉପରେ ଅପର୍ଣ କରନ୍ତୁ ।  ପରି କରିବା ଦ୍ବାରା ଋଣ ମୁକ୍ତି ହେବା ସହ ଜୀବନରେ ଉନ୍ନତି ଆସିଥାଏ ।

ଅଟକ ଥିବା କାର୍ଯ୍ୟ ପୂରଣ ଲାଗି

କାର୍ଯ୍ୟ ବିଗିଡ଼ିବା ସହ ଦୀର୍ଘ ସମୟ ଧରି ଅଟକ ରହିଥିଲେ, ସୋମବାର ଦିନ ଭଗବାନ ଶିବଙ୍କ ଉପବାସ କରନ୍ତୁ । ଏହି ଉପାୟ କରିବା ଦ୍ବାରା ଅଟକିଥିବା କାର୍ଯ୍ୟ ପୂରଣ ହେବା ସହ କାର୍ଯ୍ୟରେ ଆସୁଥିବା ବାଧ୍ୟା ସୃଷ୍ଟି ହୋଇନଥାଏ ।

ଜାତକରେ ଚନ୍ଦ୍ରମା ସ୍ଥିତି ଦୃଢ କରିବା ପାଇଁ..

ବ୍ରହ୍ମା ମୁହୂର୍ତ୍ତରେ ଭଗବାନ ଶିବଙ୍କ ପୂଜା କରି ୨୧ଟି ବେଲ ପତ୍ର ଓ ଧଳା ଚନ୍ଦନ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ଏହାପରେ ଶିବ ଚଳିଶା ପାଠ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଭଗବାନ ଶିବଙ୍କ କୃପା ପ୍ରାପ୍ତ ଲାଭ ହେବା ସହ ଜାତକରେ ଚନ୍ଦ୍ରଙ୍କ ସ୍ଥିତି ମଜଭୁତ ହୋଇଥାଏ ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)