Shadashtak Yog: ୩ ରାଶିଙ୍କୁ ବିପଦରେ ପକାଇବ ବୃହସ୍ପତି ଓ ଶୁକ୍ରଙ୍କ ମହାସଂଯୋଗ!
Advertisement
Article Detail0/zeeodisha/odisha2041039

Shadashtak Yog: ୩ ରାଶିଙ୍କୁ ବିପଦରେ ପକାଇବ ବୃହସ୍ପତି ଓ ଶୁକ୍ରଙ୍କ ମହାସଂଯୋଗ!

Shadashtak Yog: ଜ୍ଞାନ ଓ ଧନର ଗ୍ରହ ବୃହସ୍ପତି ଓ ଶୁକ୍ର ପରସ୍ପରର ଷଷ୍ଠ ଓ ଅଷ୍ଟମ ବିରାଜମାନ କରିବେ । ଏହି ଯୋଗ ଜାନୁୟାରୀ ୩ରେ ଅର୍ଥାତ୍ ବୁଧବାର ଦିନ ସୃଷ୍ଟି ହେବ । ଜ୍ୟୋତିଷ ଶାସ୍ତ୍ରରେ, ଏହି ଯୋଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ତେଣୁ ଏହି ଯୋଗ କିଛି ରାଶି ପାଇଁ ଅଶୁଭ ଫଳଦାୟୀ ରହିବ । ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା କେଉଁ ରାଶିକୁ ଏହି ଅବଧି ମଧ୍ଯରେ ସତର୍କ ରହିବାକୁ ପଡ଼ିବ ।

ସୌ(ସୋସିଆଲ ମିଡିଆ)

Guru Shukra Shadashtak Yog: ଭୋଗ, ବିଳାସ, ସୁଖ ଓ ସମୃଦ୍ଧିର ଗ୍ରହ ଶୁକ୍ର ଓ ବୃହସ୍ପତିଙ୍କ ସଂଯୋଗରେ ଶାଦାଶତକ ଯୋଗ ସୃଷ୍ଟି ହେବାକୁ ଯାଉଛି । ଜ୍ଞାନ ଓ ଧନର ଗ୍ରହ ବୃହସ୍ପତି ଓ ଶୁକ୍ର ପରସ୍ପରର ଷଷ୍ଠ ଓ ଅଷ୍ଟମ ବିରାଜମାନ କରିବେ । ଏହି ଯୋଗ ଜାନୁୟାରୀ ୩ରେ ଅର୍ଥାତ୍ ବୁଧବାର ଦିନ ସୃଷ୍ଟି ହେବ । ଜ୍ୟୋତିଷ ଶାସ୍ତ୍ରରେ, ଏହି ଯୋଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ତେଣୁ ଏହି ଯୋଗ କିଛି ରାଶି ପାଇଁ ଅଶୁଭ ଫଳଦାୟୀ ରହିବ । ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା କେଉଁ ରାଶିକୁ ଏହି ଅବଧି ମଧ୍ଯରେ ସତର୍କ ରହିବାକୁ ପଡ଼ିବ ।

ମେଷ ରାଶି: ଏହି ଯୋଗର ପ୍ରଭାବ ଯୋଗୁଁ ମେଷ ରାଶିର ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ନେଇ ସମ୍ଭାବନା ରହିଛି । ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟ ସହ ଜଡି଼ତ ଲୋକଙ୍କୁ ସତର୍କ ରହିବାକୁ ପଡି଼ବ । ଦାମ୍ପତ୍ୟ ଜୀବନରେ ଉତ୍ଥାନ-ପତନ ଦେଖାଦେଇପାରେ । ଏହି ଅବଧି ମଧ୍ୟରେ ଭାବିଚିନ୍ତି ନିଷ୍ପତି ନିଅନ୍ତୁ । କର୍ମକ୍ଷେତ୍ରରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ କାମ ବିଗଡ଼ିଯାଇପାରେ ।

କନ୍ୟା ରାଶି: ବୃହସ୍ପତି-ଶୁକ୍ରଙ୍କ ସଂଯୋଗରେ ସୃଷ୍ଟି ହେଉଥିବା ଏହି ଯୋଗ କନ୍ୟା ରାଶି ପାଇଁ ଶୁଭ ସାବ୍ୟସ୍ତ ହେବନାହିଁ । ଏହି ସମୟ ମଧ୍ଯରେ ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେବ। ଅର୍ଥହାନୀ ନେଇ ଯୋଗ ରହିଛି । ବ୍ୟବସାୟରେ ଲାଭ ହ୍ରାସ ପାଇବ । ପରିବାର ମଧ୍ୟରେ ମତଭେଦ ଦେଖାଦେବ । କୌଣସି କାର୍ଯ୍ୟ ସଫଳତାପୂର୍ବକ ସମାପ୍ତ ହେବନାହିଁ । ସମସ୍ୟାମାନ ଲାଗି ରହିବ ।

ମୀନ ରାଶି: ମୀନ ରାଶିର ବ୍ୟକ୍ତି ବିଶେଷଙ୍କୁ ଏହି ସମୟ ମଧ୍ୟରେ ସତର୍କ ରହିବାକୁ ପଡିବ । ଶୁକ୍ର ଏବଂ ବୃହସ୍ପତିର ଏହି ଯୋଗ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଯାତ୍ରା ସମୟରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ । ପରିବାରରେ ପିଲାମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କୌଣସି କାରଣକୁ ନେଇ ସମ୍ପର୍କୀୟଙ୍କ ସହ ମତଭେଦ ହୋଇପାରେ । ବ୍ୟବସାୟରେ ବିନିଯୋଗ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ନଚେତ୍ ଅସୁବିଧାରେ ପଡ଼ିପାରନ୍ତି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)