GajaKesari Yoga: ଏହି ଦିନ ସୃଷ୍ଟି ହେବ ଗଜକେଶରୀ ଯୋଗ, ରାହୁ ଓ କେତୁଙ୍କ ପାଇଁ ବଢିବ ୩ ରାଶିଙ୍କ ଅଡୁଆ!
Advertisement
Article Detail0/zeeodisha/odisha1865249

GajaKesari Yoga: ଏହି ଦିନ ସୃଷ୍ଟି ହେବ ଗଜକେଶରୀ ଯୋଗ, ରାହୁ ଓ କେତୁଙ୍କ ପାଇଁ ବଢିବ ୩ ରାଶିଙ୍କ ଅଡୁଆ!

GajaKesari Yoga: ଖୁବଶୀଘ୍ର ମେଷ ରାଶିରେ ଗଜକେଶରୀ ଯୋଗ ଗଠନ ହେବାକୁ ଯାଉଛି । କିନ୍ତୁ ରାହୁ-କେତୁଙ୍କ ସ୍ଥିତି ଯୋଗୁଁ ଏହି ଯୋଗ ୩ଟି ରାଶିର ଲୋକଙ୍କୁ ଅଶୁଭ ଫଳ ପ୍ରଦାନ କରିବ।

ସୌ(ସୋସିଆଲ ମିଡିଆ)

GajaKesari Yoga: ଜ୍ୟୋତିଷ ଶାସ୍ତ୍ରରେ, ଗଜକେଶରୀ ଯୋଗକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଖୁବଶୀଘ୍ର ମେଷ ରାଶିରେ ଗଜକେଶରୀ ଯୋଗ ଗଠନ ହେବାକୁ ଯାଉଛି । କିନ୍ତୁ ରାହୁ-କେତୁଙ୍କ ସ୍ଥିତି ଯୋଗୁଁ ଏହି ଯୋଗ ୩ଟି ରାଶିର ଲୋକଙ୍କୁ ଅଶୁଭ ଫଳ ପ୍ରଦାନ କରିବ।

ଶାସ୍ତ୍ର ଅନୁଯାୟୀ, ଗ୍ରହ ଓ ନକ୍ଷେତ୍ରଙ୍କ ସ୍ଥିତି ଯୋଗୁଁ ଶୁଭ ଓ ଅଶୁଭ ଯୋଗ ସୃଷ୍ଟି ହୋଇଥାଏ । ଯାହା ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ଗଜକେଶରୀ ଯୋଗକୁ ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଯୋଗ ଫଳରେ ଜଣେ ବ୍ୟକ୍ତିର ଭାଗ୍ୟ ଉଦୟ ହୋଇଥାଏ । ତେବେ ଖୁବଶୀଘ୍ର ଗଜକେଶରୀ ଯୋଗ ସୃଷ୍ଟି ହେବାକୁ ଯାଉଛି ।

ଗଜକେଶରୀ ଯୋଗ ଦେବ ଅଶୁଭ ଫଳ

ସେପ୍ଟେମ୍ବର ୧୭ ତାରିଖ ରାତି ୧୧ଟାରେ ଚନ୍ଦ୍ର ମେଷ ରାଶିରେ ପ୍ରବେଶ କରିବେ । ଫଳରେ ମେଷ ରାଶିରେ ବୃହସ୍ପତି ଓ ଚନ୍ଦ୍ରଙ୍କ ମିଳନ ହେତୁ ଗଜକେଶରୀ ଯୋଗ ସୃଷ୍ଟି ହେବ, ଯାହା ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ସକାଳ ୮.୪୪ ପର୍ଯ୍ୟନ୍ତ ରହିବ । କିନ୍ତୁ ମେଷ ରାଶିରେ ରାହୁଙ୍କ ଉପସ୍ଥିତି ହେତୁ, ଏହି ଗଜକେଶରୀ ଯୋଗ କିଛି ରାଶି ପାଇଁ ଅଶୁଭ ସାବ୍ୟସ୍ତ ହେବ । ସେପଟେ ତୁଳା ରାଶିରେ କେତୁ ବିରାଜମାନ ଥିବାରୁ କେତୁ ଓ ରାହୁଙ୍କ ଉପସ୍ଥିତି କାରଣରୁ, ଗଜକେଶରୀ ଯୋଗର ଅଶୁଭ ପ୍ରଭାବ ଅନେକ ରାଶି ଉପରେ ପଡ଼ିବ ।

ମେଷ ରାଶି: ରାହୁଙ୍କ ଅବସ୍ଥାନ ବେଳେ ରାଶିରେ ଗଜକେଶରୀ ଯୋଗ ସୃଷ୍ଟି ହେଉଥିବାରୁ ଏହା ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଅଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଅନେକ ସମସ୍ୟା ଦେଖାଦେବ । ଏହି ସମୟରେ ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ମାନସିକ, ଶାରୀରିକ ଓ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।  ପିତାମାତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ସହ ବିଭିନ୍ନ ସମସ୍ୟା ଉପୁଯିବା ନେଇ ସମ୍ଭାବନା ରହିଛି ।  ବୈବାହିକ ଜୀବନରେ ମଧ୍ଯ ସମସ୍ୟା ଦେଖାଦେବ ।

ତୁଳା ରାଶି: ଗଜକେଶରୀ ଯୋଗ ହେତୁ ତୁଳା ରାଶିର ବ୍ୟକ୍ତି ବିଶେଷ ମଧ୍ଯ ସମସ୍ୟାରେ ପଡିପାରନ୍ତି । ଏହି ସମୟରେ ଆଇନଗତ ପ୍ରସଙ୍ଗରେ ସଚେତନ ହେବା ସହ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଉଚିତ୍ । ଏହି ସମୟରେ ଅଜଥା ଅର୍ଥ ବ୍ୟୟ ହେବା ନେଇ ଯୋଗ ରହିଛି । ବିବାହିତ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ଧନୁ ରାଶି: ଗଜକେଶରୀ ଯୋଗ ଧନୁ ରାଶି ବ୍ୟକ୍ତି ବିଶେଷଙ୍କ ଲାଗି ମଧ୍ଯ ସମସ୍ୟା ବଢାଇବ । ଏହି ସମୟ ପ୍ରେମୀ ଯୁଗଳଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିବ । ବ୍ୟବସାୟରେ କ୍ଷତି ହୋଇପାରେ। ଚାକିରି କ୍ଷେତ୍ରରେ ସମସ୍ୟାମାନ ଦେଖାଦେବ । ପରିବାରରେ ବିବାଦ ଉପୁଜିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)