Morning Rituals: ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି କାମ, ଅସମ୍ଭବ ହେବ ସମ୍ଭବ!
Advertisement

Morning Rituals: ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି କାମ, ଅସମ୍ଭବ ହେବ ସମ୍ଭବ!

Morning Rituals: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦୈନନ୍ଦିନ ଜୀବନରେ ଏହି କାର୍ଯ୍ୟକୁ ସାମିଲ କରିବା ଦ୍ବାରା ଜୀବନରେ ସୁଖ ଓ ସମୃଦ୍ଧତା ଆସିଥାଏ । ତେବେ ଆଜି ଆସନ୍ତୁ ଜାଣିବା ସକାଳୁ ଉଠିବା ମାତ୍ରେ କେଉଁ ଉପାୟ କରିବା ଉଚିତ୍। ଜ୍ୟୋତିଷଙ୍କ ମତ ଅନୁଯାୟୀ, ସୁଖମୟ ଜୀବନଯାପନ ପାଇଁ ବ୍ୟକ୍ତିର ଜୀବନଶୈଳୀ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ 

Morning Rituals: ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି କାମ, ଅସମ୍ଭବ ହେବ ସମ୍ଭବ!

Morning Rituals For Success: ବେଳେବେଳେ ସକାଳୁ ଉଠିବା ମାତ୍ରେ ଆମେ ଅଜଣାତରେ ଏମିତି କିଛି ଭୁଲ୍ କରି ବସୁ ଯେଉଁଥିପାଇଁ ପୁରା ଦିନ ଖରାପ ହୋଇଯାଏ । ତେଣୁ ଜଣେ ବ୍ୟକ୍ତି ସକାଳୁ ଉଠିବା ମାତ୍ରେ କିଛି ଜ୍ୟୋତିଷ ଉପାୟ କରିବା ଉଚିତ୍, ଯଦ୍ବାରା ଦିନଟି ଶୁଭ ହେବା ସହ ହସ ଖୁସିରେ ବିତିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦୈନନ୍ଦିନ ଜୀବନରେ ଏହି କାର୍ଯ୍ୟକୁ ସାମିଲ କରିବା ଦ୍ବାରା ଜୀବନରେ ସୁଖ ଓ ସମୃଦ୍ଧତା ଆସିଥାଏ । ତେବେ ଆଜି ଆସନ୍ତୁ ଜାଣିବା ସକାଳୁ ଉଠିବା ମାତ୍ରେ କେଉଁ ଉପାୟ କରିବା ଉଚିତ୍। ଜ୍ୟୋତିଷଙ୍କ ମତ ଅନୁଯାୟୀ, ସୁଖମୟ ଜୀବନଯାପନ ପାଇଁ ବ୍ୟକ୍ତିର ଜୀବନଶୈଳୀ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ, ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନଶୈଳୀ ପ୍ରତି ବିଶେଷ ଯତ୍ନବାନ ହେବା ଉଚିତ୍ ।

ପ୍ରତ୍ୟେକ ବ୍ୟକ୍ତି ସକାଳୁ ଉଠିବା ମାତ୍ରେ ପ୍ରଥମେ ନିଜ ଦୁଇ ହାତର ପାପୁଲିକୁ ପରସ୍ପର ସହ ଘଷିବା ପରେ ଏହି ମନ୍ତ୍ର ଜପ କରିବା ଉଚିତ୍ ।

କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ବତୀ’ ।

‘କରମୂଳେ ତୁ ଗୋବିନ୍ଦା, ପ୍ରଭାତେ କର ଦର୍ଶନମ୍’ ।।

ଏହି ମନ୍ତ୍ର ଜପ କରିବା ସମୟରେ ପାପୁଲିକୁ ଦେଖନ୍ତୁ ଏବଂ ଜପ କରିବା ପରେ ମୁହଁରେ ୩ରୁ ୪ ଥର ପାପୁଲିକୁ ଛୁଆଁନ୍ତୁ । ଧାର୍ମିକ ଶାସ୍ତ୍ର ଅନୁଯାୟୀ, ପାପୁଲିର ଅଗ୍ର ଭାଗରେ ମାତା ଲକ୍ଷ୍ମୀ, ମଧ୍ୟ ଭାଗରେ ମାତା ସରସ୍ୱତୀ ଓ ମୂଳ ଭାଗରେ ଜଗତର ରକ୍ଷକ ଭଗବାନ ବିଷ୍ଣୁ ଅବସ୍ଥାନ କରିଥାଆନ୍ତି । ତେଣୁ, ବ୍ୟକ୍ତି ପ୍ରତିଦିନ ସକାଳେ ଉଠିବା ମାତ୍ରେ ଏହି ଉପାୟ କରିବା ଅତ୍ୟନ୍ତ ଜରୁରୀ ।

ବିଶ୍ୱାସ କରାଯାଏ ଯେ, ପ୍ରତିଦିନ ସକାଳୁ ଉଠି ନିଜ ପାପୁଲିକୁ ଦେଖି ଏହି ମନ୍ତ୍ର ଜପ କରିବା ଦ୍ବାରା ବ୍ୟକ୍ତିକୁ ତା ଜୀବନରେ ଅନେକ ଶୁଭଫଳ ମିଳିଥାଏ । ଜୀବନ ସୁଖମୟ ହୋଇଥାଏ । ଦିନଟି ଭଲରେ ଆରମ୍ଭ ହୁଏ । ଏହା ସହିତ ଭଗବାନ ବିଷ୍ଣୁ, ମାତା ଲକ୍ଷ୍ମୀ ଏବଂ ମାତା ସରସ୍ୱତୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।  

​ଏହା ବି ପଢନ୍ତୁ-Today Horoscope: ଦୂରଯାତ୍ରା ହୋଇପାରେ ବିପଜ୍ଜନକ , ତୁଳା ସହ ଏହି ତିନି ରାଶି ରୁହନ୍ତୁ ସାବଧାନ୍

​ଏହା ବି ପଢନ୍ତୁ- Mangal Shukra Yuti: ଏହି ରାଶିରେ ହେବ ଶୁକ୍ର ଓ ମଙ୍ଗଳଙ୍କ ମହାସଂଯୋଗ, ଫାଇଦାରେ ରହିବେ ୩ ରାଶି!