ଶନିବାର ଦିନ କରନ୍ତୁ ଏହି ବିଶେଷ ପ୍ରତିକାର: ପ୍ରସନ୍ନ ହେବେ ଶନି ଦେବ, ଚମକି ଉଠିବ ଭାଗ୍ୟ!
Advertisement

ଶନିବାର ଦିନ କରନ୍ତୁ ଏହି ବିଶେଷ ପ୍ରତିକାର: ପ୍ରସନ୍ନ ହେବେ ଶନି ଦେବ, ଚମକି ଉଠିବ ଭାଗ୍ୟ!

Saturday Remedies: ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହ ମଧ୍ୟରେ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ବୋଲି ବିବେଚନା କରାଯାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ ପ୍ରସନ୍ନ କରିବା ନେଇ କିଛି ବିଶେଷ ଉପାୟ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ଉପାୟ କରିବା ଦ୍ବାରା ଶନି ଦେବଙ୍କ କୃପା ମିଳିବା ସହ ଶନି ଦଶାରୁ ମୁକ୍ତି ମିଳିଥାଏ ।

 

ସୌ(ସୋସିଆଲ ମିଡିଆ)

Saturday Remedies: ଶନିବାର ନ୍ୟାୟର ଦେବତା ଶନି ଦେବଙ୍କୁ ସମର୍ପିତ । କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତା କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି । ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ବ୍ୟକ୍ତିକୁ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହ ମଧ୍ୟରେ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ବୋଲି ବିବେଚନା କରାଯାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ ପ୍ରସନ୍ନ କରିବା ନେଇ କିଛି ବିଶେଷ ଉପାୟ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ଉପାୟ କରିବା ଦ୍ବାରା ଶନି ଦେବଙ୍କ କୃପା ମିଳିବା ସହ ଶନି ଦଶାରୁ ମୁକ୍ତି ମିଳିଥାଏ ।

  • ଶନି ଦେବଙ୍କ କୃପା ଲାଭ ପାଇଁ ଶନିବାର ଦିନ ବ୍ରହ୍ମା ମୁହୁର୍ତ୍ତରେ ଉଠି ସ୍ନାନ କରନ୍ତୁ । ଶନି ମନ୍ଦିର ଯାଇ ଶନି ଦେବଙ୍କୁ ଫୁଲ ଓ ରାଶି ତେଲ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି ।
  • ଶନି ଦଶାରୁ ମୁକ୍ତି ପାଇବା ପାଇଁ ଏକ ଚାମଚ ଲାଲ୍ ଚନ୍ଦନକୁ ପାଣିରେ ମିଶାଇ ପ୍ରତିଦିନ ଗାଧାନ୍ତୁ। ଏହି ଉପାୟ କରିବା ଦୂରା ଶନି ପୀଡ଼ା ଦୂର ହୋଇଥାଏ ।
  • ଶନିଙ୍କ ମନ୍ଦ ପ୍ରଭାବରୁ ରକ୍ଷା ପାଇବା ପାଇଁ’ ଛାୟା ଦାନ’କୁ ଶୁଭ ବୋଲି ବିବେଚନା କରାଯାଏ । ଏକ ପିତ୍ତଳ ପାତ୍ରରେ ସୋରିଷ ତେଲ ଓ ଏକ ମୁଦ୍ରା ରଖି ଏଥିରେ ନିଜ ଛାୟିକୁ ଦେଖନ୍ତୁ । ପରେ ଏହି ତେଲକୁ ଗରିବ ଲୋକଙ୍କୁ ଦାନ କରନ୍ତୁ । ଅତି କମରେ ପାଞ୍ଚଟି ଶନିବାର ଏହି ପ୍ରତିକାର କରିବା ଦ୍ବାରା ଶନି ପୀଡ଼ା କମ୍ ହେବା ସହ ଶନି ଦେବଙ୍କ କୃପା ଲାଭ ହୋଇଥାଏ ।
  • କଳା କୁକୁରର ସେବା କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି । ଶନିବାର ଦିନ କଳା କୁକୁରକୁ ସୋରିଷ ତେଲରେ ଭିଜାଇଥିବା ରୁଟି ଖାଇବା ଦିଅନ୍ତୁ । ଏପରି କରିବା ଦ୍ୱାରା ଶନିଙ୍କ କୃପା ଲାଭ ହୋଇଥାଏ ।
  • ଶନିବାର ଦିନ ତେଲ, ଚିନି ଓ ରାଶିକୁ ପାଣିରେ ମିଶାଇ ଓସ୍ତ ଗଛ ସମ୍ମୁଖରେ ଅର୍ପଣ କରି ତିନି ଥର ପରିକ୍ରମା କରନ୍ତୁ । ଏହି ପ୍ରତିକାର କରିବା ଶନିଙ୍କ କୋପ ଦୃଷ୍ଟିରୁ ମୁକ୍ତି ମିଳିଥାଏ ।
  • ଶନିବାର ଦିନ ହନୁମାନଙ୍କ ପୂଜାର୍ଚ୍ଚନା ଓ ଉପବାସ କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି । ଏହି ଦିନ ସୁନ୍ଦରକାଣ୍ଡ ଓ ବଜରଙ୍ଗବାଣ ପଢିବା ଦ୍ବାରା ମଧ୍ଯ ସମସ୍ୟାରୁ ମୁକ୍ତି ମିଳିଥାଏ । ତେଣୁ ଏହି ଦିନ ହନୁମାନ ମନ୍ଦିରରେ ଭୋଗ ଅର୍ପଣ କରିବା ସହ ଘିଅ ଦୀପ ଜାଳନ୍ତୁ।  ପରେ ଗରିବଙ୍କ ମଧ୍ୟରେ ଏହି ପ୍ରସାଦକୁ ବାଣ୍ଟି ଦିଅନ୍ତୁ।
  • ଶନି ଦେବଙ୍କ କୃପା ଲାଭ ପାଇଁ ଓସ୍ତ ଗଛ ମୂଳରେ କଳା ତେଲ ଅର୍ପଣ କରନ୍ତୁ। ଏହି ପ୍ରତିକାର କରିବା ଦ୍ୱାରା ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥାଏ ସମସ୍ୟା ଦୂର ହେବା ସହ ଆର୍ଥିକ୍ ସ୍ଥିତି ମଜଭୁତ ହୋଇଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)