Budh Margi 2024: ନୂଆବର୍ଷରେ ରାଶି ବଦଳାଇବେ ବୁଧ, ମାଲେମାଲ ହେବେ ୩ ରାଶି!
Advertisement

Budh Margi 2024: ନୂଆବର୍ଷରେ ରାଶି ବଦଳାଇବେ ବୁଧ, ମାଲେମାଲ ହେବେ ୩ ରାଶି!

Budh Margi: ବୈଦିକ ଶାସ୍ତ୍ର ଅନୁଯାୟୀ, ବୁଧ କୌଣସି ରାଶିରେ ୨୭ ଦିନ ଅର୍ଥାତ୍ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାଆନ୍ତି । ବୁଧ ନଭେମ୍ବର ୨୭ରେ ଧନୁ ରାଶିରେ ପ୍ରବେଶ କରିଥିଲେ। ଏହାପରେ ଡିସେମ୍ବର ୨୮ରେ, ବୁଧ ଧନୁ ରାଶି ଛାଡି଼ ବିଛା ରାଶିରେ ପ୍ରବେଶ କରିବେ । 

ସୌ(ସୋସିଆଲ ମିଡିଆ)

Budh Margi 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧଙ୍କ ଅନୁଗ୍ରହ ବା ଶୁଭ ଫଳ ପ୍ରଭାବରେ ବ୍ୟକ୍ତିକୁ ତା’ କ୍ୟାରିୟର ଓ ବ୍ୟବସାୟରେ ଲାଭ ମିଳିଥାଏ । ବୈଦିକ ଶାସ୍ତ୍ର ଅନୁଯାୟୀ, ବୁଧ କୌଣସି ରାଶିରେ ୨୭ ଦିନ ଅର୍ଥାତ୍ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାଆନ୍ତି । ବୁଧ ନଭେମ୍ବର ୨୭ରେ ଧନୁ ରାଶିରେ ପ୍ରବେଶ କରିଥିଲେ। ଏହାପରେ ଡିସେମ୍ବର ୨୮ରେ, ବୁଧ ଧନୁ ରାଶି ଛାଡି଼ ବିଛା ରାଶିରେ ପ୍ରବେଶ କରିବେ । ଏହାପରେ ୨୦୨୪ ଜାନୁୟାରୀ ୨ରେ ବୁଧ ପୁନଃର୍ବାର ମାର୍ଗି ହେବେ । ବୁଧଙ୍କ ଏହି ମାର୍ଗି ଫଳରେ ରାଶିଚକ୍ରରେ ଥିବା ୧୨ଟି ରାଶି ପ୍ରଭାବିତ ହେବେ । ତେବେ ଆସନ୍ତୁ ଜାଣିବା ଏହି ଚଳନ କେଉଁ ରାଶି ପାଇଁ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି ।

କନ୍ୟା ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧ କନ୍ୟା ରାଶିର ସ୍ବାମୀ ଅଟନ୍ତି । ୨୦୨୪ରେ ହେବାକୁ ଥିବା ବୁଧଙ୍କ ଏହି ଚଳନ କନ୍ୟା ରାଶି ଉପରେ ଶୁଭଫଳ ପକାଇବ । ଏହି ସମୟରେ ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । କ୍ୟାରିୟର ଓ ବ୍ୟବସାୟରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବେରୋଜଗାରମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ନିବେଶରୁ ହଠାତ୍ ଲାଭ ମିଳିବ ।

ମକର ରାଶି

ବୁଧଙ୍କ ଏହି ଚଳନ ମକର ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ପ୍ରମାଣିତ ହେବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ଚାକିରିରେ ପଦୋନ୍ନତି । ଆୟରେ ବୃଦ୍ଧି । ପରିବାର ଲୋକଙ୍କ ସହ ସମ୍ପର୍କ ମଧୁର ହେବ । ଛାତ୍ରଛାତ୍ରୀଙ୍କ ଲାଗି ଏହି ସମୟ ବେଶ ଲାଭଦାୟୀ ରହିବ ।

ବିଛା ରାଶି

ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ବୁଧଙ୍କ ଏହି ଚଳନ ବେଶ ଖାସ୍ ହେବାକୁ ଯାଉଛି । ଏହି ଅବଧି ମଧ୍ୟରେ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ଆୟ ବଢିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ବିନିଯୋଗରୁ ଆର୍ଥିକ ଲାଭ ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)