Weekly Horoscope 2024: ମିଥୁନ, ମୀନ ସମେତ ଏହି ରାଶି ପାଇଁ ଶୁଭ ରହିବ ଆସନ୍ତା ସପ୍ତାହ , ଜାଣନ୍ତୁ ସାପ୍ତାହିକ ରାଶିଫଳ
Advertisement

Weekly Horoscope 2024: ମିଥୁନ, ମୀନ ସମେତ ଏହି ରାଶି ପାଇଁ ଶୁଭ ରହିବ ଆସନ୍ତା ସପ୍ତାହ , ଜାଣନ୍ତୁ ସାପ୍ତାହିକ ରାଶିଫଳ

Weekly Horoscope 25 to 31 March 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ତେବେ, ଆସନ୍ତୁ ଜାଣିବା ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

Weekly Horoscope 2024: ମିଥୁନ, ମୀନ ସମେତ ଏହି ରାଶି ପାଇଁ ଶୁଭ ରହିବ ଆସନ୍ତା ସପ୍ତାହ , ଜାଣନ୍ତୁ ସାପ୍ତାହିକ ରାଶିଫଳ

ମେଷ:  ଏହି ରାଶିର ଲୋକଙ୍କ ପାଇଁ ସପ୍ତାହଟି ବେଶ୍ ଫଳଦାୟୀ ରହିବ। ବିଶେଷ କରି କ୍ୟାରିୟରେ ଅଭୂତ ପୂର୍ବ ସଫଳତା ପ୍ରାପ୍ତ କରିବେ। ଏହି ସପ୍ତାହରେ ଚାକିରି କରୁଥିବା ଲୋକମାନେ ନୂଆ ଚାକିରି  ପାଇ ପାରନ୍ତି। ଆପଣ ସହଭାଗିତାରେ କରୁଥିବା ବ୍ୟବସାୟରୁ ଲାଭବାନ ହେବେ। ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ମନଯୋଗ ସହକାରେ ଅଧ୍ୟୟନ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ନିଜର କିଛି ବଦଭ୍ୟାସ କାରଣରୁ ଆପଣର କିଛି ସମସ୍ୟାର ଦେଖାଦେଇପାରେ। ଆପଣ ନିଜ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ । ନଚେତ୍ ଆର୍ଥିକ ସମସ୍ୟା ଦେଇ ଗତି କରିପାରନ୍ତି। ସପ୍ତାହ ଶେଷ ଆଡ଼କୁ କୌଣସି ଧାର୍ମିକ ସ୍ଥାନକୁ ଦର୍ଶନ ପାଇଁ ଯାଇପାରନ୍ତି। 

ବୃଷ:  ଏହି ରାଶିର ଲୋକେ ଆସନ୍ତା ସପ୍ତାହରେ ପ୍ରତ୍ୟକ କ୍ଷେତ୍ରରେ ମିଶ୍ରିତ ଫଳ ପାଇବେ। ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ମଜବୁତ୍ ହେବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।  ବ୍ୟବସାୟ କରୁଥିବା ଲୋକମାନେ ଅନେକ ନୂଆ ସୁଯୋଗ ପାଇବେ । ଚାକିରି କରୁଥିବା ଲୋକମାନେ ବରିଷ୍ଠ ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ବ୍ୟାପାରରେ ମନୋ ମାଳିନ୍ୟ ଦେଖାଦେବେ। ତେଣୁ ଛୋଟବଡ଼ କଥାକୁ ନିଜ ଭିତରେ ଅହଂ ଭାବ ନ ରଖି ସମାଧାନ କରନ୍ତୁ। ପରିବାର ଲୋକଙ୍କ ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ ପାଇବେ। 

ମିଥୁନ: ଏହି ରାଶିର ଲୋକମାନଙ୍କ ଭାଗ୍ୟ ଆସନ୍ତା ସପ୍ତାହରେ ଚମକିବ। ଅଧା ରହିଥିବା କାର୍ଯ୍ୟ ପୂରା ହେବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ବିଶେଷ କରି, ଘରେ ମାଙ୍ଗଳିକ କାର୍ଯ୍ୟଗୁଡିକର ଆୟୋଜନ ହେବ । କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ପଡ଼ିପାରନ୍ତି। ତେଣୁ, ବାହାର ଖାଦ୍ୟ ଖାଇବା ଠାରୁ ନିଜକୁ ଦୂରେଇ ରଖନ୍ତୁ। ଆବଶ୍ୟକ ପଡିଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।  ଆପଣ ନିଜ ବନ୍ଧୁମାନଙ୍କ ସହିତ ନିଜର ସୁଖ ଦୁଃଖ ବିଷୟରେ ଆଲୋଚନା କରିବେ । ଘରବାଡି କିଣାବିକା କରୁଥିବା ଲୋକମାନେ ଗୋଟିଏ ଉତ୍ତମ ଚୁକ୍ତି କରିବେ । ବ୍ୟବସାୟ କରୁଥିବା ଲୋକମାନେ ମଧ୍ୟ ବ୍ୟବସାୟକୁ ଆଗକୁ ନେବା ପାଇଁ କୌଣସି ଏକ ସ୍ଥାନକୁ ଯାତ୍ରା କରିବେ । ଚାକିରୀ କରୁଥିବା ବିଦ୍ୟାର୍ଥୀମାନେ ସେମାନଙ୍କ ଚାକିରୀରେ ଆଗକୁ ବଢିବା ପାଇଁ ଅନେକ ସୁଯୋଗ ପାଇବେ । 

କର୍କଟ:  ଏହି ସପ୍ତାହରେ ଆପଣ ପୂର୍ବରୁ କରିଥିବା ପରିଶ୍ରମର ଫଳ ପାଇବେ। ନିଜ ପ୍ରେମିକା ବା ପ୍ରେମିକଙ୍କ ସହ ସମୟ ଅତିବାହିତ କରିବେ।  ଆମଦାନୀ ଏବଂ ରପ୍ତାନି କ୍ଷେତ୍ରରେ ଜଡିତ ବ୍ୟବସାୟୀମାନଙ୍କର ଆର୍ଥିକ ସମସ୍ୟା ଦେଇ ଗତି କରିପାରନ୍ତି। ରାଜନୀତି କ୍ଷେତ୍ରରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି। ଏହି ସମୟରେ ଆପଣ ବଡ଼ ନେତାମାନଙ୍କୁ ଭେଟିବା ପାଇଁ ଅନେକ ସୁଯୋଗ ମିଳିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମାନେ ଭଲ ରେଜଲ୍ଟ ପାଇବେ। ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ । ଆପଣ ନିଜ ପାଇଁ କିଛି କିଣାକିଣି କରିବେ । 

ସିଂହ: ଏ-ହି ରାଶିର ଲୋକଙ୍କ ପାଇଁ ଆସନ୍ତା ସପ୍ତାହ ବେଶ୍ ମଉଜ ମଜଲିସରେ କଟିବ। ନିଜ ବନ୍ଧୁ ମାନଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିଆ ଲୋକେ କର୍ମକ୍ଷେତ୍ରରେ ପଦୋନ୍ନୋତି ମିଳିପାରେ। ଏବଂ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ବେଶ୍ ପ୍ରଶଂସା କରିପାରନ୍ତି। କିନ୍ତୁ ମନେରଖନ୍ତୁ ଆପଣଙ୍କ ନିଜ ପ୍ରିୟର ମିତ୍ର ମଧ୍ୟ ଆପଣଙ୍କୁ ବିଶ୍ବାସଘାତକତା କରିପାରେ। ଏଥିପ୍ରତି ସଚେତନ ରୁହ ଏବଂ ଅନ୍ଧ ଭାବରେ କାହାକୁ ବିଶ୍ୱାସ କର ନାହିଁ ।  ଆପଣଙ୍କ ସାଥୀଙ୍କ ପିଲାମାନଙ୍କ ସହିତ ସମୟ ବିତାଇବେ। ଆର୍ଥିକ ସମସ୍ୟା ପୂର୍ବ ଅପେକ୍ଷା ସୁଦୃଢ ରହିବ। 

କନ୍ୟା: ଏହି ରାଶିର ଲୋକମାନେ ଆତ୍ମ-ବିଶ୍ଳେଷଣ କରିବାର ସୁଯୋଗ ପାଇବେ। ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ କିନ୍ତୁ କିଛି ଖର୍ଚ୍ଚ ପୂର୍ବ ଭଳି ରହିଥିବ । ନିଜ ଭାଇ ଓ ଭଉଣୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ମାନସିକ ଶାନ୍ତି ପାଇଁ ଧାର୍ମିକ କାର୍ଯ୍ୟକ୍ରମରେ କିଛି ସମୟ ବିତାଇବେ । ପୂର୍ବାପେକ୍ଷା ସ୍ଵାସ୍ଥ୍ୟରେ ଉନ୍ନତି ଦେଖାଦେବ । ଯଦି ଆପଣ ନିଜର ଦୈନିକ ସମୟ ନିର୍ଘଣ୍ଟରେ ସକାଳୁ ଚାଲିବା, ଯୋଗ ଓ ଧ୍ୟାନକୁ ସାମିଲ କରନ୍ତି, ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ହେବ । ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବା ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। 

ତୁଳା:  ଏହି ସପ୍ତାହଟି ଆପଣଙ୍କ ପାଇଁ ବେଶ୍ ଖାସ୍ ରହିବ। ମାନସିକ ଶାନ୍ତି ପାଇଁ ଆପଣ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ସମୟ ଅତିବାହିତ କରିବେ । ଏହି ସପ୍ତାହରେ , ଆକସ୍ମିକ ଧନଲାଭର ଯୋଗ ରହିଛି । ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପରରେ ଲାଗି ରହିଥିବା ବିବାଦର ମଧ୍ୟ ଅନ୍ତ ଘଟିବ। ଆପଣ ନିଜର ଜୀବନସାଥୀଙ୍କ ସହିତ ଏକ ରୋମାଣ୍ଟିକ ଡିନର ବି କରିବେ। ପ୍ରେମ ଜୀବନ ପାଇଁ ଏହି ସପ୍ତାହଟି ବେଶ୍ ଖାସ୍ ରହିବ। ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ଧ୍ୟାନ ସହକାରେ ଅଧ୍ୟୟନ କରିବେ । ଧାର ଆଣିଥିବା ଟଙ୍କା ଆପଣ ସୁଝିଦେବେ।  ନିଜ ପରିବାର ଲୋକଙ୍କ ଠାରୁ ସମସ୍ତ କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ । 

ବିଛା: ଏହି ସପ୍ତାହଟି ବିଛା ରାଶିର ଲୋକେ ମିଶ୍ରିତ ଫଳ  ପାଇବେ। ଯେଉଁମାନେ ଷ୍ଟକ୍ ମାର୍କେଟ୍ ସହିତ ଜଡିତ । ସେମାନଙ୍କୁ ଖୁବ୍ ଲାଭ ମିଳିବ। ଅଟକି ରହିଥିବା ସରକାରୀ କାର୍ଯ୍ୟ ସମାପ୍ତ ହେବ ।  ପ୍ରେମ ବ୍ୟାପାରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଏବଂ ଦୁହେଁ ପୂର୍ବ ବିବାଦକୁ ଭୁଲି ପୁଣି ଥରେ ନୂଆ କରି ସମ୍ପର୍କ ଆରମ୍ଭ କରିବେ। ଆସନ୍ତା ସପ୍ତାହରେ ଆପଣ ଚକ୍ଷୁ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ଆଖିର ଯତ୍ନ ନିଅନ୍ତୁ। ରଙ୍ଗ ଖେଳିବା ସମୟରେ ଚଷମା ପିନ୍ଧିବାକୁ ଭୁଲନ୍ତୁ ନାହିଁ କାରଣ ଆପଣଙ୍କ ଆଖିରେ ରଙ୍ଗ ପାଇବା ଦ୍ୱାରା ଆଲର୍ଜି ହୋଇପାରେ । ବ୍ୟବସାୟ କରୁଥିବା ଲୋକମାନେ ମଧ୍ୟ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବେ, ଯେଉଁଥିରୁ ସେମାନେ ଲାଭବାନ ହେବେ । 

ଧନୁ: ଏହି ରାଶିର ଲୋକେ କ୍ୟାରିୟରକୁ ନେଇ ବିଶେଷ ଭାବେ ଟେନସନରେ ରହିବେ। ନିଜ ସନ୍ତାନର ଚାକିରୀ ହେବା କାରଣରୁ ମନ ପ୍ରଫୁଲ୍ଲିତ ରହିବ। ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ମନଯୋଗ ସହକାରେ ଅଧ୍ୟୟନ କରିବେ । ଉଚ୍ଚଶିକ୍ଷା ପାଇଁ ସମୟ ବେଶ୍ ଅନୁକୂଳ ରହିଛି। ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟକୁ ଆଗକୁ ନେବା ପାଇଁ ଅନେକ ଉଦ୍ୟମ କରିବେ । ଆପଣ ଆପଣଙ୍କର ପିଲାମାନଙ୍କୁ କୌଣସି ଦୂର ସ୍ଥାନକୁ ବୁଲେଇ ନେଇପାରନ୍ତି। ଚାକିରୀ କରୁଥିବା ଲୋକମାନେ ସେମାନଙ୍କ ପୁରୁଣା ଚାକିରୀରେ କାମ ଜାରି ରଖିବା ବହୁତ ଭଲ ହେବ, କେବଳ ଏଠାରେ ହିଁ ସେମାନେ ଭଲ ସୁଯୋଗ ଗୁଡିଏ ପାଇବେ । 

ମକର:  ନିଜ କାମରେ ଧ୍ୟାନ ଦେବା ପରିବର୍ତ୍ତେ ଅନ୍ୟମାନଙ୍କୁ ସମାଲୋଚନା କରି ନିଜ ମୂଲ୍ୟବାନ ସମୟ ନଷ୍ଟ କରିପାରନ୍ତି । ସହଭାଗିତାରେ ବ୍ୟବସାୟ କରୁଥିବା ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ଆପଣଙ୍କର ପ୍ରେମ ଜୀବନ ପୂର୍ବାପେକ୍ଷା ବହୁତ ଭଲ ହେବ । ଆପଣ ନିଜ ପାର୍ଟନର ସହିତ କିଛି ନୂଆ କାମ ଆରମ୍ଭ କରିବାର ସମ୍ଭାବନା ଅଛି, ଯାହା ଦ୍ଵାରା ଆପଣଙ୍କର ଆୟ  ବଢିବ। ଆପଣ ନିଜର ଘର ମରାମତି ପାଇଁ ମଧ୍ୟ ଅନେକ ଟଙ୍କା ଖର୍ଚ୍ଚ କରିବେ। ଅବିବାହିତମାନଙ୍କ ମଧ୍ୟରେ ପ୍ରସ୍ତାବ ବିଷୟରେ ଆଲୋଚନା ହେବାର ସମ୍ଭାବନା ଅଛି । ସମାଜର କଲ୍ୟାଣ ପାଇଁ କାମ କରୁଥିବା ଲୋକମାନେ ସମ୍ମାନ ଲାଭ କରିବେ । ବେକାରୀ ଥିବା ଲୋକେ ଭଲ ଚାକିରୀ ପାଇପାରନ୍ତି।

କୁମ୍ଭ:  ବୟସ୍କ ଲୋକଙ୍କ ସେବା ଯତ୍ନ କରି ସମୟ ଅତିବାହିତ କରିବେ। ପୂର୍ବପୁରୁଷଙ୍କ ସମ୍ପତ୍ତିରୁ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆର୍ଥିକ ଅବସ୍ଥା ଭଲ ରହିବ । ମନ ଚାହିୁଁଥିବା ଜିନିଷ ନ ମିଳିବାରୁ ନିରାଶ ହେବେ । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। ଦୂରଯାତ୍ରାରେ କାର୍ଯ୍ୟ ସିଦ୍ଧି ହେବ । ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ । ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି । ସାହିତ୍ୟ, ଚିତ୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ। ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେଇପାରେ ।

ମୀନ:  ପ୍ରେମ ବ୍ୟାପର ପାଇଁ ସପ୍ତାହଟି ବେଶ୍ ଭଲ ରହିଛି। ବିଶେଷ କରି, ପ୍ରେମ ସମ୍ପର୍କରେ ମଧୁରତା ରହିବ । ଆପଣ ନିଜର ଜୀବନସାଥୀଙ୍କ ଠାରୁ ସଂପୂର୍ଣ୍ଣ ସାହାଯ୍ୟ ସହଯୋଗ ପାଇବେ ।  ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ବହୁତ ଦୃଢ ହେବ । କାର୍ଯ୍ୟରତ ବିଦ୍ୟାର୍ଥୀମାନେ ଚାକିରୀରେ ପଦୋନ୍ନତି ପାଇଁ ଅନେକ ସୁଯୋଗ ପାଇବେ ।  ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଆଇଟି କ୍ଷେତ୍ରରେ ଜଡି଼ତ ବ୍ୟକ୍ତି ବିଶେଷ ବିଦେଶରୁ କୌଣସି ଭଲ ଚାକିରି ଅଫର ପାଇ ପାରନ୍ତି।