Venus Mars Conjunction: ମଙ୍ଗଳ-ଶୁକ୍ରଙ୍କ କୃପାରୁ ଧନୀ ହେବେ ଏହି ୪ ରାଶି!
Advertisement
Article Detail0/zeeodisha/odisha2140136

Venus Mars Conjunction: ମଙ୍ଗଳ-ଶୁକ୍ରଙ୍କ କୃପାରୁ ଧନୀ ହେବେ ଏହି ୪ ରାଶି!

Venus Mars Conjunction: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମାର୍ଚ୍ଚ ମାସର ଶେଷ ସପ୍ତାହ ଗ୍ରହ ଚଳନ ଦୃଷ୍ଟିକୋଣରୁ ବେଶ ଖାସ୍ ହେବାକୁ ଯାଉଛି । ବାସ୍ତବରେ, ମାର୍ଚ୍ଚ ୨୫ରେ ବିଛା ରାଶିରେ ମଙ୍ଗଳ ଓ ଶୁକ୍ରଙ୍କ ମିଳନ ହେବାକୁ ଯାଉଛି। ଏହି ସଂଯୋଗ ୨୮ ପର୍ଯ୍ୟନ୍ତ ଚାଲିବ । ଜ୍ୟୋତିଷଙ୍କ ଅନୁଯାୟୀ, ଏହି ଦୁର୍ଲଭ ସଂଯୋଗ କେତେକ ରାଶି ପାଇଁ ଖାସ୍ ପ୍ରମାଣିତ ହେବ । ତେବେ ଆସନ୍ତୁ ଜାଣିବା ଗ୍ରହଙ୍କ ଏହି ମିଳନ କେଉଁ ରାଶି ପାଇଁ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି ।

କୋଟିପତି ହେବେ ଏହି ସବୁ ରାଶି :

ତୁଳା ରାଶି-ଏହି ସଂଯୋଗ ତୁଳା ରାଶି ପାଇଁ ମଧ୍ଯ ଲାଭଦାୟୀ ରହିବ। କୌଣସି ସ୍ଥାନରୁ ହଠାତ୍ ଆର୍ଥିକ ଲାଭ ମିଳିବ । ମଙ୍ଗଳଙ୍କ କୃପାରୁ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବେରୋଜଗାରମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ପୁରୁଣଆ ନିବେଶରୁ ହଠାତ୍ ଲାଭ ମିଳିବ ।

ବିଛା ରାଶି- ମଙ୍ଗଳ ଓ ଶୁକ୍ରଙ୍କ ସଂଯୋଗ ଏହି ରାଶିରେ ହେଉଥିବାରୁ ବିଛା ରାଶିର ବ୍ୟକ୍ତି ବିଶେଷ ବେଶ ଉପକୃତ ହେବେ। ଏହି ଅବଧି ମଧ୍ୟରେ ଆର୍ଥିକ ଲାଭ ମିଳିବ । ଧନରେ ବୃଦ୍ଧି । ବ୍ୟବସାୟରେ ଆର୍ଥିକ ଲାଭ । ଦୂରସ୍ଥାନକୁ ଯାତ୍ରା ନେଇ ଯୋଗ ରହିଛି । ପରିବାରରେ ହସଖୁସି ଲାଗି ରହିବ ।

ମେଷ ରାଶି- ମଙ୍ଗଳ ମେଷ ରାଶିର ସ୍ବାମୀ ଅଟନ୍ତି । ତେଣୁ ଶୁକ୍ର ଓ ମଙ୍ଗଳଙ୍କ ଏହି ମିଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଶୁଭ ସାବ୍ୟସ୍ତ ହେବ। କର୍ମକ୍ଷେତ୍ରରେ ଅଧିକାରୀଙ୍କଠାରୁ ସମର୍ଥନ ମିଳିବ । ବ୍ୟବସାୟରୁ ଲାଭବାନ ହେବେ। ପିତାଙ୍କ ସମ୍ପତ୍ତିରୁ ଆର୍ଥିକ ଲାଭ ପାଇବେ। ପରିବାର ଲୋକଙ୍କ ସହ ସମ୍ପର୍କ ମଧୁର ହେବ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ବୃଷ ରାଶି- ଶୁକ୍ର ଓ ମଙ୍ଗଳଙ୍କ ଏହି ମିଳନ ବୃଷ ରାଶି ପାଇଁ ବେଶ ଖାସ୍ ହେବାକୁ ଯାଉଛି ।ଏହି ଅବଧି ମଧ୍ୟରେ, ଶୁକ୍ରଙ୍କ ଅନୁଗ୍ରହରେ ଆର୍ଥିକ ଲାଭ ମିଳିବା ସହ ପୂର୍ବରୁ କରାଯାଇଥିବା ବିନିଯୋଗରୁ ମଧ୍ଯ ଲାଭ ପାଇବେ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ । ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ । ଛାତ୍ରଛାତ୍ରୀଙ୍କ ଲାଗି ଏହି ସମୟ ବେଶ ଲାଭଦାୟୀ ରହିବ ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)