Surya Guru Yuti 2024: ୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତିଙ୍କ ବିରଳ ସଂଯୋଗ; ଏହି ତିନି ରାଶିଙ୍କୁ ରହିଛି ଆକସ୍ମିକ ଧନଲାଭର ଯୋଗ
Advertisement

Surya Guru Yuti 2024: ୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତିଙ୍କ ବିରଳ ସଂଯୋଗ; ଏହି ତିନି ରାଶିଙ୍କୁ ରହିଛି ଆକସ୍ମିକ ଧନଲାଭର ଯୋଗ

Surya Guru Conjunction: ଦେବଗୁରୁ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ଥିବା ବେଳେ ଆସନ୍ତାମାସ (ଏପ୍ରିଲ ୧୨)ରେ ସେହି ରାଶିକୁ ସୂର୍ଯ୍ୟଦେବ ଚଳନ କରିବେ। ଦିର୍ଘ ୧୨ ବର୍ଷ ପରେ ଗୋଟିଏ ରାଶିରେ ସୂର୍ଯ୍ୟ-ଦେବଗୁରୁ ବୃହସ୍ପତିଙ୍କ ମହାମିଳନ ଘଟିବାକୁ ଯାଉଛି। ଏହି ମହାମିଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। 

Surya Guru Yuti 2024: ୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତିଙ୍କ ବିରଳ ସଂଯୋଗ; ଏହି ତିନି ରାଶିଙ୍କୁ ରହିଛି ଆକସ୍ମିକ ଧନଲାଭର ଯୋଗ

Surya Guru Conjunction: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ (jupiter) ସୁଖର କାରକ ବୋଲି କୁହାଯାଏ ।  ଏହି ଗ୍ରହର ସ୍ଥିତି ବ୍ୟକ୍ତିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିଥାଏ । ବୃହସ୍ପତିଙ୍କ ଆଶୀର୍ବାଦ ହେତୁ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାରର ସାମଗ୍ରୀକ ସୁଖ ଲାଭ କରିଥାଏ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବା ସହିତ ବିବାହ ରେ ବିଳମ୍ବ ହେଉଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ଥିବା ବେଳେ ଆସନ୍ତାମାସ (ଏପ୍ରିଲ ୧୨)ରେ ସେହି ରାଶିକୁ ସୂର୍ଯ୍ୟଦେବ ଚଳନ କରିବେ। ଦିର୍ଘ ୧୨ ବର୍ଷ ପରେ ଗୋଟିଏ ରାଶିରେ ସୂର୍ଯ୍ୟ-ଦେବଗୁରୁ ବୃହସ୍ପତିଙ୍କ ମହାମିଳନ ଘଟିବାକୁ ଯାଉଛି। ଏହି ମହାମିଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। 

ALSO READ: Today Horoscope: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ଧନବାନ୍ ହେବେ ଏହି ସବୁ ରାଶି:

ଧନୁ ରାଶି: ସୂର୍ଯ୍ୟ-ଦେବଗୁରୁ ବୃହସ୍ପତିଙ୍କ ମହାମିଳନ ଯୋଗୁଁ ଧନୁ ରାଶିର ଲୋକେ ଶୁଭଫଳ ପାଇବେ।  ଯେଉଁମାନେ ଅବିବାହିତ ଅଛନ୍ତି । ସେମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଏହି ଅବଧି ମଧ୍ୟରେ ଏକ ମନ ପସନ୍ଦର ଚାକିରି ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆକସ୍ମିକ ଧନଲାଭର ଯୋଗ ରହିଛି। 

ମକର ରାଶି :  ଦେବଗୁରୁ ବୃହସ୍ପତି ଓ ସୂର୍ଯ୍ୟଙ୍କ କୃପାରୁ  ଏହି ରାଶିର ଭାଗ୍ୟ ଆସନ୍ତାମାସ ଠାରୁ ଚମକିବ।  ବୃହସ୍ପତି ଏହି ରାଶିର ପଞ୍ଚମ ଘରେ ଥିବାରୁ ବୈବାହିକ ଜୀବନ ସୁଖମୟ ହେବ। ଏହି ଅବଧି ମଧ୍ୟରେ ଆପଣ ଏକ ନୂତନ ଜମି ମଧ୍ୟ କ୍ରୟ କରିପାରନ୍ତି। ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ଅଛି । ଏହି ସମୟରେ ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ। କିନ୍ତୁ ଆପଣ ନିଜ କାର୍ଯ୍ୟାଳୟର କିଛି ସମସ୍ୟାକୁ ନେଇ ଟେନସନରେ ରହିପାରନ୍ତି।

ମୀନ ରାଶି : ଏହି ରାଶିର ଲୋକମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ ଏବଂ ଏମାନେ ଅନେକ ବଡ଼ ବଡ଼ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିବାରେ ସକ୍ଷମ ହେବେ। କୌଣସି ଯୋଜନା ସଂପୂର୍ଣ୍ଣ କରିବାର ଲାଭ ଆପଣ ପାଇପାରନ୍ତି। ଯେଉଁମାନେ ବିଦେଶ ଯିବାକୁ ଚିନ୍ତା କରୁଛନ୍ତି ସେମାନେ ଏକ ବିଦେଶ ଯାତ୍ରା କରିପାରନ୍ତି। ଯେଉଁମାନେ କାମ କରୁଛନ୍ତି ସେମାନେ ନିଜ ଚାକିରିରେ ପଦୋନ୍ନତି ପାଇପାରନ୍ତି। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆହୁରି ମଧ୍ୟ, ବ୍ୟକ୍ତି ଧାର୍ମିକ କିମ୍ବା ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବାର ସମ୍ଭାବନା ରହିଛି। ଆକସ୍ମିକ ଧନ ଲାଭର ଯୋଗ ରହିଛି।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)