Lucky Zodiac: ୧୮ ବର୍ଷ ପରେ ସୂର୍ଯ୍ୟ-ରାହୁଙ୍କ ମହାମିଳନ, ଫିଟିବ ଏହି ସବୁ ରାଶିଙ୍କ ଭାଗ୍ୟ!
Advertisement

Lucky Zodiac: ୧୮ ବର୍ଷ ପରେ ସୂର୍ଯ୍ୟ-ରାହୁଙ୍କ ମହାମିଳନ, ଫିଟିବ ଏହି ସବୁ ରାଶିଙ୍କ ଭାଗ୍ୟ!

Lucky Zodiac:  ସୂର୍ଯ୍ୟ ମାର୍ଚ୍ଚ ୧୪ ତାରିଖରେ ମୀନ ରାଶିରେ ପ୍ରବେଶ କରିଛନ୍ତି । ଯେଉଁ ରାଶିରେ କି ପୂର୍ବରୁ ରାହୁ ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ସୂର୍ଯ୍ୟ-ରାହୁଙ୍କ ମହାମିଳନ (Gajakesari Yoga) ଗଜକେଶରୀ ଯୋଗ ସୃଷ୍ଟି କରୁଛି। ଏହି ଗଜକେଶରୀ ଯୋଗ କିଛି ରାଶି ପାଇଁ ବେଶ୍ ଶୁଭପ୍ରଦ ରହିବ ବୋଲି କୁହାଯାଇପାରିବ। ତେବେ,ଆସନ୍ତୁ ଜାଣିବା ରାହୁ-ସୂର୍ଯ୍ୟଙ୍କ ଏହି ମହାମିଳନ କେଉଁ ସବୁ ରାଶିଙ୍କୁ ଧନୀ ଧନୀ କରିବ।...

Lucky Zodiac: ୧୮ ବର୍ଷ ପରେ ସୂର୍ଯ୍ୟ-ରାହୁଙ୍କ ମହାମିଳନ, ଫିଟିବ ଏହି ସବୁ ରାଶିଙ୍କ ଭାଗ୍ୟ!

Lucky Zodiac: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ମାର୍ଚ୍ଚ ୧୪ ତାରିଖରେ ମୀନ ରାଶିରେ ପ୍ରବେଶ କରିଛନ୍ତି । ଯେଉଁ ରାଶିରେ କି ପୂର୍ବରୁ ରାହୁ ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ସୂର୍ଯ୍ୟ-ରାହୁଙ୍କ ମହାମିଳନ (Gajakesari Yoga) ଗଜକେଶରୀ ଯୋଗ ସୃଷ୍ଟି କରୁଛି। ଏହି ଗଜକେଶରୀ ଯୋଗ କିଛି ରାଶି ପାଇଁ ବେଶ୍ ଶୁଭପ୍ରଦ ରହିବ ବୋଲି କୁହାଯାଇପାରିବ। କାହିଁକିନା ,ଜାତକରେ ରାହୁଙ୍କ ସ୍ଥିତି ମଜବୁତ୍ ରହିଲେ ମଣିଷ ଧନବାନ୍ ହେବା  ସହ ସାହାସୀ ମଧ୍ୟ ହୋଇଥାଏ ବୋଲି ଜ୍ୟୋତିଶ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ,ଆସନ୍ତୁ ଜାଣିବା ରାହୁ-ସୂର୍ଯ୍ୟଙ୍କ ଏହି ମହାମିଳନ କେଉଁ ସବୁ ରାଶିଙ୍କୁ ଧନୀ ଧନୀ କରିବ।...

ଧନବାନ୍ ହେବେ ଏହି ସବୁ ରାଶି:

ବୃଷ ରାଶି: ଗଜକେଶରୀ ରାଜଯୋଗର ପ୍ରଭାବ ହେତୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ।  ଦୁର୍ଘ ସମୟ ଧରି ଅଟକି ଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବା ସହ କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ସନ୍ତାନ ସୁଖ ପ୍ରାପ୍ତ କରିବେ।

ମିଥୁନ ରାଶି: ମାନସିକ ଚାପ ଦୂର ହେବ। ପ୍ରତିକୂଳ ପରିସ୍ଥିତି ଆପଣଙ୍କ ପାଇଁ ସୃଷ୍ଟି ହେବ। ପୁରୁଣା ବିବାଦରୁ ମୁକ୍ତି ମିଳିବ। ବିଦେଶ ଭମ୍ରଣର ଯୋଗ ରହିଛି । ଯେଉଁମାନେ ଆଇଟି  କ୍ଷେତ୍ରରେ ଜଡି଼ତ ସେମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି । କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୁରୁଣା ନିବେଶରୁ ଲାଭ ପାଇବେ।

ତୁଳା ରାଶି:  ଗଜକେଶରୀ ରାଜଯୋଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ବ୍ୟବସାୟୀମାନେ ଏହି ସମୟରେ ଲାଭବାନ ହେବେ । ଯାନବାହାନ, ଜାଗା ବାଡ଼ି ବା ଅନ୍ୟ କୌଣସି ମୂଲ୍ୟବାନ ଜିନିଷ କିଣିବା ନେଇ ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏହି ଅବଧିରେ ଲାଭ ପାଇପାରିବେ। ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଉଚ୍ଚ ପଦବୀରେ ରହିବାର ସୁଯୋଗ ପାଇବେ । ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ସରକାରୀ ଚାକିରିଆ ବିଶେଷ ଭାବେ ଲାଭବାନ ହେବେ ।

ବିଛା ରାଶି: ଏହି ଅବଧି ମଧ୍ୟରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ ପାଇବେ। ପରିବାର ସଦସ୍ୟ ଆପଣଙ୍କୁ ବିଭିନ୍ନ କାର୍ଯ୍ୟରେ ସମର୍ଥନ କରିବେ। କିନ୍ତୁ କ୍ରୋଧକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ । ନଚେତ ହେବାକୁ ଥିବା କାର୍ଯ୍ୟ ବି ଶେଷ ମୁହୂର୍ତ୍ତରେ ବିଗିଡି଼ପାରେ। 

ମକର ରାଶି : ଗଜକେଶରୀ ରାଜଯୋଗ ଏହି ରାଶିର ଲୋକଙ୍କ ଭାଗ୍ୟ ଫିଟାଇବ। ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଅର୍ଥଲାଭ ହେବ । ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟୀ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି କରିବେ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)