Shani Nakshatra Parivartan 2024: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ, ଏହି ୪ ରାଶିର ବଦଳିବ ଭାଗ୍ୟ, ମିଳିବ ଶୁଭଫଳ
Advertisement

Shani Nakshatra Parivartan 2024: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ, ଏହି ୪ ରାଶିର ବଦଳିବ ଭାଗ୍ୟ, ମିଳିବ ଶୁଭଫଳ

Shani Nakshatra Parivartan 2024: ଶନି ବର୍ଷ ୨୦୨୪ରେ କୁମ୍ଭ ରାଶିରେ ରହିବେ। କିନ୍ତୁ ସେ ଚଳିତ ବର୍ଷ ଏପ୍ରିଲ୍ ୬ରେ ଶତାବିଶା ନକ୍ଷତ୍ର ଛାଡି ପୂର୍ବଭଦ୍ରପଡା ନକ୍ଷତ୍ରରେ(Purvabhadrapada Nakshatra) ପ୍ରବେଶ କରିବେ।  ଏବଂ ବର୍ଷ ଶେଷକୁ ଅର୍ଥାତ୍ ୨୦୨୪ ମସିହା, ୨୭ ଡିସେମ୍ବରରେ, ପୁନର୍ବାର ଶତାବିଶାରୁ ପୂର୍ବଭଦ୍ରପଡା ନକ୍ଷତ୍ରକୁ ଗମନ କରିବ। ବର୍ଷକ ମଧ୍ୟରେ ଶନିଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ ୪ଟି ରାଶିକୁ ଶୁଭଫଳ ପ୍ରଦାନ କରିବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବା ସହ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ପ୍ରାପ୍ତ ହେବ। ଏବଂ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ସ୍ଥିର ହୋଇପାରେ...

Shani Nakshatra Parivartan 2024: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ, ଏହି ୪ ରାଶିର ବଦଳିବ ଭାଗ୍ୟ, ମିଳିବ ଶୁଭଫଳ

Shani Nakshatra Parivartan 2024: ଶନିଙ୍କୁ (Shani Dev) ନ୍ୟାୟର ଦେବତା ବୋଲି କୁହାଯାଏ। ସେ ମଣିଷକୁ ତାର କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି।  ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ବର୍ଷ ୨୦୨୪ରେ କୁମ୍ଭ ରାଶିରେ ରହିବେ। କିନ୍ତୁ ସେ ଚଳିତ ବର୍ଷ ଏପ୍ରିଲ୍ ୬ରେ ଶତାବିଶା ନକ୍ଷତ୍ର ଛାଡି ପୂର୍ବଭଦ୍ରପଡା ନକ୍ଷତ୍ରରେ(Purvabhadrapada Nakshatra) ପ୍ରବେଶ କରିବେ।  ଏବଂ ବର୍ଷ ଶେଷକୁ ଅର୍ଥାତ୍ ୨୦୨୪ ମସିହା, ୨୭ ଡିସେମ୍ବରରେ, ପୁନର୍ବାର ଶତାବିଶାରୁ ପୂର୍ବଭଦ୍ରପଡା ନକ୍ଷତ୍ରକୁ ଗମନ କରିବ। ବର୍ଷକ ମଧ୍ୟରେ ଶନିଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ ୪ଟି ରାଶିକୁ ଶୁଭଫଳ ପ୍ରଦାନ କରିବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବା ସହ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ପ୍ରାପ୍ତ ହେବ। ଏବଂ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ସ୍ଥିର ହୋଇପାରେ...

ଏହି ସବୁ ରାଶି ହେବେ ଧନୀ:

ମେଷ: ପୂର୍ବଭଦ୍ରପଡା ନକ୍ଷତ୍ରରେ ଶନିଙ୍କ ଚଳନ ମେଷ ରାଶିର ଲୋକଙ୍କ ଭାଗ୍ୟ ଉଦୟ କରିବ। ଚଳିତ ବର୍ଷ ଏପ୍ରିଲ୍ ମାସରୁ ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ୍ ଦେବ। ଏହି ଅବଧି ମଧ୍ୟରେ ଆପଣ ନୂତନ ଗାଡି଼ ଓ ଜମି କିଣି ପାରିବେ। ଯେଉଁମାନେ ଚାକିରି କରୁଛନ୍ତି। ସେମାନଙ୍କୁ କାର୍ଯ୍ୟାଳୟରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ସମୟ ବିତିହ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବର୍ଷ ଶେଷ ଯାଏଁ ଆର୍ଥିକ ସମସ୍ୟା ରହିବ ନାହିଁ। 

ବୃଷ: ଶନିଙ୍କ ନକ୍ଷେତ୍ର ପ୍ରରିବର୍ତ୍ତନ ଏହି ରାଶି ଲୋକଙ୍କ ପାଇଁ ଲାଭଦାୟୀ ପ୍ରମାଣିତ ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି। ବୈବାହିକ ଜୀବନ ସୁଖମୟ ହେବ। ଭାଙ୍ଗି ଯାଇଥିବା ସମ୍ପର୍କ ଯୋଡି଼ ହେବାର ବି ସମ୍ଭାବନା ରହିଛି। ପ୍ରେମ ବ୍ୟାପାରରେ ଶୁଭଫଳ ପାଇବେ। ସରକାରୀ ଚାକିରି କରୁଥିବା ଲୋକେ, ନିଜ ମନ ପନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବାର ସମ୍ଭାବନା ରହିଛି। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। 

କନ୍ୟା: ୨୦୨୪ ଏହି ରାଶିର ଲୋକଙ୍କ ପାଇଁ ଖୁବ୍ ଭଲ ହେବାକୁ ଯାଉଛି। ଶୁଭକାର୍ଯ୍ୟ ଆରମ୍ଭ ପାଇଁ ସମୟ ଅନୂକୁଳ ରହିଛି। ବିଦେଶରୁ ଚାକିରି ଅଫର ଆପଣଙ୍କୁ ମିଳିପାରେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଯଦି କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ତେବେ, ଏହାକୁ ଏବେ କାର୍ଯ୍ୟକାରି କରନ୍ତୁ। ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗକୁ ମୁକ୍ତି ମିଳିବ। ଆର୍ଥିକ ଅବସ୍ଥା ଭଲ ରହିବ। ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଶୁଭ ଫଳ ମିଳିବ। ଅବିବାହିତଙ୍କର ବିବାହ ଠିକ୍ ହୋଇପାରେ।

ଧନୁ: ଶନିଙ୍କ ନକ୍ଷେତ୍ର ପ୍ରରିବର୍ତ୍ତନ ଏ-ହି ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ବିଶେଷ କରି, ଚାକିରି କରୁଥିବା ଲୋକେ ବିଶେଷ ଲାଭବାନ୍ ହେବେ।  କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିପାରେ। ବେକାରୀଙ୍କୁ  ଚାକିରି ଅଫର ମିଳିବ।  ଯେଉଁମାନେ ଅବିବାହିତ ଅଛନ୍ତି ସେମାନଙ୍କର ବିବାହ ଠିକ୍ ହୋଇପାରେ। ଘରେ ଏକ ଶୁଭ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶନିଦେବଙ୍କ କୃପାରୁ ପୁରୁଣା ବିବାଦରୁ ଆପଣ ମୁକ୍ତି ପାଇବେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)