Shani Grah Gochar 2024: ନକ୍ଷେତ୍ର ପରିବର୍ତ୍ତନ କରିବେ ଶନି, ଧନବାନ୍ ହେବେ ଏହି ୪ ରାଶି
Advertisement
Article Detail0/zeeodisha/odisha2148072

Shani Grah Gochar 2024: ନକ୍ଷେତ୍ର ପରିବର୍ତ୍ତନ କରିବେ ଶନି, ଧନବାନ୍ ହେବେ ଏହି ୪ ରାଶି

Shani Grah Gochar 2024: ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ବର୍ତ୍ତମାନ ଶନି କୁମ୍ଭ ରାଶିରେ ବିରାଜମାନ ଥିଲା ବେଳେ ଆସନ୍ତାମାସ ଅର୍ଥାତ୍ ଏପ୍ରିଲ୍ ୬ ତାରିଖ ଅପରାହ୍ନ ୩ଟା ୫୫ ମିନିଟ୍ ସମୟରେ ଶନି ଶତାବିଶ ନକ୍ଷେତ୍ରରୁ ଗୁରୁ (Purva Bhadrapada Nakshatra) ପୁର୍ବଭଦ୍ରା ନକ୍ଷେତ୍ରକୁ ଚଳନ କରିବେ । ଶନିଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ଆସନ୍ତା ମାସରେ ଶନିଦେବ କେଉଁ ସବୁ ରାଶିକୁ ମାଲେମାଲ୍ କରିବେ।...

ALSO READ: Odisha News: ଅର୍ଥ ହଡ଼ପ ଅଭିଯୋଗ, ଦିବ୍ୟାଙ୍ଗ ପରିବାରକୁ ଦାଣ୍ଡରେ ଛିଡା କଲା ଆବାସ ଯୋଜନା

ଧନବାନ୍ ହେବେ ଏହି ସବୁ ରାଶି :

ମେଷ ରାଶି:  ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଯୋଗୁଁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବେ। ଏହି ଅବଧି ମଧ୍ୟରେ ଆପଣ ଏକ ନୂଆ ଘର, ଜମି କିଣିବାର ସମ୍ଭାବନା ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି। କ୍ୟାରିୟରରେ ଆପଣ ଅଗ୍ରଗତି କରିବେ। ଶନିଙ୍କ ଆର୍ଶିବାଦ କାରଣରୁ ପୁରୁଣା ରୋଗରୁ ମୁକ୍ତି ମିଳିବ।

ବୃଷ ରାଶି:  ଏହି ରାଶିର ଲୋକଙ୍କ ଭାଗ୍ୟ ମଧ୍ୟ ବଦଳିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଋଣର ଭାରରୁ ମୁକ୍ତି ମିଳିବ । ଆର୍ଥିକ୍ ସ୍ଥିତି ମଜବୁତ୍ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁଖ ସମୃଦ୍ଧି ବୃଦ୍ଧି ପାଇବ। ମିତ୍ରମାନଙ୍କ ସହଯୋଗ ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ। ବ୍ୟବସାୟ ଓ ଚାକିରିରେ ଅଗ୍ରଗତି । ଧନ ଲାଭ ଯୋଗ । ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବ ।

କନ୍ୟା ରାଶି : ଶନିଙ୍କ ଏ-ହି ଚଳନ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି। ଏହି ଅବଧି ମଧ୍ୟରେ ବ୍ୟବସାୟରେ ଲାଭ ମିଳିବ । ଆକସ୍ମିକ୍ ଧନଲାଭ ନେଇ ଯୋଗ ରହିଛି। ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ। କର୍ମ କ୍ଷେତ୍ରରେ ସଫଳତା ମିଳିବ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଶୁଭ ରହିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ ।

ଧନୁ ରାଶି: ମନ ପସନ୍ଦର ନିଯୁକ୍ତି ଅଫର ପାଇବେ।  ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଠିକ୍ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।  ବ୍ୟବସାୟୀମାନେ ସେମାନଙ୍କ ଯୋଜନା କାର୍ଯ୍ୟକାରୀ କରିବାରେ ସଫଳ ହେବେ। ବ୍ୟବସାୟରେ ଅଗ୍ରଗତି ହେବ । କିଛି ଭଲ ଖବର ପାଇ ମନ ଖୁସି ରହିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)