Budh Uday 2024: ଆସନ୍ତାକାଲି ଠୁ ଏହି ରାଶିର ଆରମ୍ଭ ହେବ ଖରାପ ସମୟ, ବ୍ୟବସାୟରେ କ୍ଷତି ସହ ମନ ରହିବ ଭାରାକ୍ରାନ୍ତ
Advertisement

Budh Uday 2024: ଆସନ୍ତାକାଲି ଠୁ ଏହି ରାଶିର ଆରମ୍ଭ ହେବ ଖରାପ ସମୟ, ବ୍ୟବସାୟରେ କ୍ଷତି ସହ ମନ ରହିବ ଭାରାକ୍ରାନ୍ତ

Budh Uday 2024: ବୁଧ ଆସନ୍ତାକାଲି ସକାଳ ୧୦ଟା ୨୩ ମିନିଟ୍ ସମୟରେ ମକର ରାଶି ଛାଡି ମୀନ ରାଶିକୁ ଚଳନ କରିବେ ବା ଉଦୟ ହେବେ।  ବୁଧଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ସର୍ତକ ରହିବା ଉଚିତ୍।...

Budh Uday 2024: ଆସନ୍ତାକାଲି ଠୁ ଏହି ରାଶିର ଆରମ୍ଭ ହେବ ଖରାପ ସମୟ, ବ୍ୟବସାୟରେ କ୍ଷତି ସହ ମନ ରହିବ ଭାରାକ୍ରାନ୍ତ

Budh Uday 2024: ଜ୍ୟୋତିଶ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଗ୍ରହ ମାନଙ୍କ ରାଜକୁମାର ବୁଧଙ୍କୁ ବକ୍ତବ୍ୟ, ବୁଦ୍ଧି, ଧନ ଓ ବ୍ୟବସାୟର କାରକ ବୋଲି କୁହାଯାଏ। ଜାତକରେ ବୁଧଙ୍କର ସ୍ଥିତି ବ୍ୟକ୍ତିଙ୍କୁ ବିଶେଷକରି ବ୍ୟବସାୟ ,ଚାକିରିରେ ସଫଳତା ପ୍ରଦାନ କରିଥାଏ । ଯଦି ଜାତକରେ ବୁଧଙ୍କ ସ୍ଥିତି ଦୁର୍ବଳ ତେବେ, ଆପଣଙ୍କୁ ଏସବୁ କ୍ଷେତ୍ରରେ ଅଫଳତାର ସାମ୍ନା କରିବାକୁ ପଡ଼ିପାର। ଏହି କ୍ରମରେ ବୁଧ ଆସନ୍ତାକାଲି ସକାଳ ୧୦ଟା ୨୩ ମିନିଟ୍ ସମୟରେ ମକର ରାଶି ଛାଡି ମୀନ ରାଶିକୁ ଚଳନ କରିବେ ବା ଉଦୟ ହେବେ।  ବୁଧଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ସର୍ତକ ରହିବା ଉଚିତ୍।...

ALSO READ: Today Horoscope: ଅଯଥା ବିବାଦରେ ଫସି ପାରନ୍ତି ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ

ସତର୍କ ରୁହନ୍ତୁ ଏହି ସବୁ ରାଶି:

ମେଷ: ବୁଧଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ଅଶୁଭ ଫଳ ପ୍ରଦାନ କରିପାରେ। ଆର୍ଥିକ ସ୍ଥିତି ବିଗିଡି଼ ପାରେ। ଆୟ ତୁଳନାରେ ବ୍ୟୟ ବଢିବ। ବ୍ୟବସାୟୀମାନେ ଏହି ସମୟରେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ । ନଚେତ୍ କ୍ଷତି ସହିବେ। ଏବଂ କିଛି ନିସ୍ପତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ । କ୍ୟାରିୟରରେ ସମସ୍ୟା ସୃଷ୍ଟି ହୋଇପାରେ। ଯଦି ଆପଣ ଚାକିରି କରୁଛନ୍ତି । ତେବେ, ନିଜ ସହକର୍ମୀଙ୍କ ସହ ଜଗିରଖି ଚଳନ୍ତୁ । 

ମିଥୁନ:  ଆର୍ଥିକ ସ୍ଥିତି ଖରାପ ରହିବ। ଅଯଥାରେ ଖର୍ଚ୍ଚ ବଢିବ। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ମନ ଭାରାକ୍ରାନ୍ତ ରହିବ। କାର୍ଯ୍ୟାଳୟରେ ଅଧିକ ଚାପ ଯୋଗୁଁ ପରିବାରରେ ସମସ୍ୟା ସୃଷ୍ଟି ହେବ। ଆତ୍ମବିଶ୍ବାସ କମିବ। କ୍ୟାରିୟରକୁ ନେଇ ଦ୍ବନ୍ଦରେ ରହିବେ। ବ୍ୟବସାୟରେ କ୍ଷତି ସହିବେ। 

ତୁଳା: ପରିବାରରେ ପତି -ପତ୍ନୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ସହ ପ୍ରେମ ବ୍ୟାପରରେ ମଧ୍ୟ ମତଭେଦ ସୃଷ୍ଟି ହେବ। କେବଳ ସେତିକି ନୁହେଁ ଆର୍ଥିକ ପରିସ୍ଥିତି ବି ଜଟିଳ ହେବ। କାର୍ଯ୍ୟାଳୟରେ ଆପଣଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ନା କରିବାକୁ ପଡିପାରେ। ହେବାକୁ ଥିବା ପଦୋନ୍ନତି ବି ଅଟକିପାରେ।

ଧନୁ: ମୀନ ରାଶିକୁ ବୁଧଙ୍କ ଚଳନ  ଏହି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ଏହି ସମୟରେ ଆପଣଙ୍କ ଜୀବନରେ ଅନେକ ପ୍ରକାରର ଚ୍ୟାଲେଞ୍ଜ ଆସି ପାରେ । କର୍ମକ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ । ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରନ୍ତୁ । ଏହି ସମୟରେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ ନଚେତ୍ ଆପଣ କ୍ଷତି ସହିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ମାନସିକ ଚାପ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଚିନ୍ତାରୁ ମୁକ୍ତି ରହିବା ପାଇଁ ଯୋଗ ଏବଂ ଧ୍ୟାନ କରନ୍ତୁ ।

କୁମ୍ଭ: ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। କୌଣସି ଏକ କାମ ପାଇଁ ଆପଣ ଋଣ ଆଣି ପାରନ୍ତି। ଛୋଟ ଛୋଟ କଥାରେ ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ। ଯାହାକୁ ନେଇ ଆପଣ ଆଇନର ଜାଲରେ ବି ଫସିପାରନ୍ତି। ନିଜ ସହକର୍ମୀଙ୍କ ସହ ଜଗିରଖି କଥାବାର୍ତ୍ତା କରନ୍ତୁ। କାର୍ଯ୍ୟାଳୟରେ କାର୍ଯ୍ୟ ଚାପ ଅଧିକ ରହିବ। ତେଣୁ ତରବରିଆ ହୋଇ କୌଣସି ନିସ୍ପତି ନିଅନ୍ତୁ ନାହିଁ। ବ୍ୟବସାୟୀଙ୍କ ପାଇଁ ସମୟ ଆଦୌ ଭଲ ନାହିଁ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)